ବଏକଟ୍ ତୁର୍କୀ ଅଭିଯାନ


ଅପରେସନ୍ ସିନ୍ଦୂର ସମୟରେ ପାକିସ୍ତାନକୁ ତୁର୍କୀ ସହଯୋଗ କରିଥିବାରୁ ତୁର୍କୀ ସହ ଭାରତର ସମ୍ପର୍କ ଛିନ୍ନ ହେବାକୁ ଯାଉଛି । ବିଶ୍ୱର ଅନେକ ରାଷ୍ଟ୍ର ଅପରେସନ୍ ସିନ୍ଦୂର ପ୍ରଶଂସା କରିଥିବା ବେଳେ ତୁର୍କୀ ଏହାକୁ ନିନ୍ଦା କରିଥିଲା । ପାକିସ୍ତାନକୁ ସହଯୋଗ କରି ପାକିସ୍ତାନର ବନ୍ଧୁ ହେବାକୁ ଚେଷ୍ଟା କରିବାରୁ ଭାରତକୁ ତୁର୍କୀରୁ ଆସୁଥିବା ବିଭିନ୍ନ ପଦାର୍ଥକୁ ଭାରତ ବୟକଟ୍ କରିବା ଆରମ୍ଭ କରି ଦେଲାଣି । ଅପରେସନ୍ ସିନ୍ଦୂରକୁ ପ୍ରତିହତ କରିବା ପାଇଁ ପାକିସ୍ତାନ୍, ତୁର୍କୀ ନିର୍ମିତ ଡ୍ରୋନ୍ ବ୍ୟବହାର କରିଥିଲା । ଏହି ଡ୍ରୋନ୍ ବ୍ୟବହାର କରି ପାକିସ୍ତାନ୍ ଭାରତର ସେଭଳି କିଛି ବଡ଼ଧରଣର କ୍ଷତି ଘଟାଇବାର ସମର୍ଥ ହୋଇନଥିଲା । ଏହା ପରେ ଭାରତ ତୁର୍କୀକୁ ସମାଲୋଚନା କରିଥିଲା । ଆତଙ୍କୀମାନଙ୍କ ପ୍ରତି ଅପରେସନ୍ ସିନ୍ଦୂର ଫଳରେ ଅନ୍ୟାୟ ହୋଇଛି ବୋଲି ତୁର୍କୀ ଏକ ମନ୍ତବ୍ୟ ଦେଇଥିଲା । ଏହା ପରେ ପରେ ଭାରତରେ ବୟକଟ୍ ତୁର୍କୀ ଅଭିଯାନ ଆରମ୍ଭ ହୋଇଯାଇଛି । ମାତ୍ର କିଛିବର୍ଷ ତଳେ ଯେତେବେଳେ ତୁର୍କୀ ଉପରେ ପ୍ରାକୃତିକ ବିପଦ ମାଡ଼ି ଆସିଥିଲା, ସେତେବେଳେ ଭାରତ ବନ୍ଧୁ ଭାବରେ ତୁର୍କୀକୁ ଅନେକ ପ୍ରକାରର ସାହାଯ୍ୟ କରିଥିଲା । ହେଲେ କୃତଘ୍ନ ଭଳି ସେସସବୁ ଭୁଲି ଗଲା ତୁର୍କୀ । 
ତୁର୍କୀରୁ ଆସୁଥିବା ବିଭିନ୍ନ ପ୍ରକାରର ଫଳ, ଡ୍ରାଏଫ୍ରୁଟ୍ ଆଦିକୁ ଭାରତୀୟ ବ୍ୟବସାୟୀମାନେ ଆଉ ଗ୍ରହଣ କରୁନାହାନ୍ତି । ତୁର୍କୀରୁ ଆମଦାନୀ ହେଉଥିବା ସାମଗ୍ରୀ ମଧ୍ୟରେ ସେଓ, ଗାଲା, ଚିଲି ଆଦି କିସମର ସେଓ ଆଦି ଭାରତୀୟ ବଜାରରେ ଦେଖିବାକୁ ମିଳୁନାହିଁ । କାଶ୍ମୀରର ସେଓ ଏହାର ସ୍ଥାନକୁ ମାଡ଼ି ବସିଲାଣି । ଭାରତୀୟ ସେଓର ଦାମ୍ ୧୫୦ରୁ ୨୦୦ ଟଙ୍କା ହୋଇଥିବା ବେଳେ ତୁର୍କୀରୁ ଆସୁଥିବା ସେଓର ଦାମ୍ ୩୦୦ ଟଙ୍କାରୁ ଉଦ୍ଧ୍ୱର୍ ରହିଥାଏ । ବର୍ଷକୁ ପ୍ରାୟ ୫ରୁ ୬ ମାସ ଧରି ତୁର୍କୀରୁ ଭାରତୀୟ ବଜାରକୁ ସେଓ ଆସେ । ତୁର୍କୀରୁ ମାର୍ବଲ୍ ମଧ୍ୟ ଭାରତୀୟ ବଜାରକୁ ଆସିଥାଏ । ଭାରତୀୟ ବ୍ୟବସାୟୀମାନେ କାର୍ପେଟ୍, ଫର୍ଣ୍ଣିଚର୍, ଏମ୍ବ୍ରୋଡ଼ରି ସାମଗ୍ରୀ, ସିଲ୍କ ବସ୍ତ୍ର, ଅଲିଭ୍ ତେଲ, ମସଲା, ହର୍ବାଲ୍ ଟି, ବିଭିନ୍ନ ପ୍ରକାରର ଗୃହନିର୍ମାଣ ଉପକରଣ ମଧ୍ୟ ଆଣିଥାନ୍ତି । ବର୍ତ୍ତମାନ ସେସବୁ ଆସିବା ସମ୍ପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି । ଭାରତର ବ୍ୟବସାୟୀ ମାନେ ତୁର୍କୀ ସହିତ ଧୀରେ ଧୀରେ ସମ୍ପର୍କ ତୁଟେଇବା ଆରମ୍ଭ କରି ଦେଲେଣି । ଭାରତୀୟ ସହର ଗୁଡ଼ିକରେ ଥିବା ବଡ଼ ବଡ଼ ତାରକା ହୋଟେଲ୍ରେ ତୁର୍କୀର ଖାଦ୍ୟ ପଦାର୍ଥର ପ୍ରସ୍ତୁତିକୁ ମଧ୍ୟ ଭାରତୀୟ ମାନେ ବନ୍ଦ କରି ଦେଲେଣି । ଏହା ଫଳରେ ଆର୍ଥôକ ଭାବରେ ତୁର୍କୀ ଭାରତ ସହ ବାଣିଜି୍ୟକ ସମ୍ପର୍କ ଛିନ୍ନ ହେବାକୁ ଯାଉଛି । ତୁର୍କୀରୁ ଭାରତ ପ୍ରତିବର୍ଷ ବିପୁଳ ପରିମାଣର ଏହି ସବୁ ସାମଗ୍ରୀ ଆମଦାନୀ କରୁଥିବାରୁ ବର୍ତ୍ତମାନ ଏହା ସିଧାସଳଖ ଭାରତ-ତୁର୍କୀ ବାଣିଜି୍ୟକ ସମ୍ପର୍କକୁ ପ୍ରଭାବିତ କରିସାରିଲାଣି । ଭବିଷ୍ୟତରେ କୁଟନୀତିକ ସ୍ତରରେ ମଧ୍ୟ ତୁର୍କୀ ସହିତ ଭାରତର ସମ୍ପର୍କ ଛିନ୍ନ ହୋଇପାରେ କିମ୍ବା ଆଉ ପୂର୍ବ ଭଳି ରହିନପାରେ । 
ଅପରେସନ୍ ସିନ୍ଦୂର ସମୟରେ ସିଧାସଳଖ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନକୁ ତୁର୍କୀ ନିନ୍ଦା କରି ପାକିସ୍ତାନର ବନ୍ଧୁ ଭାବରେ ନିଜକୁ ବିଶ୍ୱ ଦରବାରରେ ପରିଚିତ କରାଇ ଦେଇଛି । ଶତ୍ରୁର ବନ୍ଧୁକୁ ଭାରତ ବନ୍ଧୁ ଭାବରେ ଗ୍ରହଣ କରିବା ସମ୍ଭବ ନୁହେଁ । କୁଟନୀତିକ ଏବଂ ଆନ୍ତର୍ଜାତିକ ସ୍ତରରେ ଭାରତ ଏଭଳି ଏକ କେବେ ହେଲେ ରକ୍ଷା କରିପାରିବ ନାହିଁ । ଆନ୍ତର୍ଜାତିକ ସ୍ତରରେ ମଧ୍ୟ ତୁର୍କୀକୁ ଆଉ ସହଯୋଗ କରିବାର ସମ୍ଭାବନା ନାହିଁ । ତେଣୁ ପାକିସ୍ତାନକୁ ସହଯୋଗର ହାତ ବଢ଼ାଉ ତୁର୍କୀ ଯେଉଁ ଭୁଲ୍ କରିଛି, ସେଥିପାଇଁ ତାକୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ।  ଅପରେସନ୍ ସିନ୍ଦୂର କେବଳ ଏକ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନଥିଲା, ଏହା ଭାରତକୁ ବିରୋଧ କରୁଥିବା ଅନ୍ୟାନ୍ୟ ରାଷ୍ଟ୍ର ଗୁଡ଼ିକର ଚେହେରାକୁ ପଦାରେ ପକାଇ ଦେବାର ଏକ ଅଧ୍ୟାୟ ।