ସମାଜ ସେବାର ମହତ୍ତ୍ୱ
ମନୁଷ୍ୟ ଏକ ସାମାଜିକ ପ୍ରାଣୀ । । ସମାଜକୁ ଛାଡି, ମନୁଷ୍ୟ ଯେ କେବେ ବଞ୍ଚô ରହିଛି, ଇତିହାସ ବା ପ୍ରାଗୈତିହାସିକ ଯୁଗରେ ତାହାର କୋ÷÷ଣସି ଦୃଷ୍ଟାନ୍ତ ନାହିଁ । ଅରଣ୍ୟ ମଧ୍ୟରେ, ସଂସାର ତ୍ୟାଗୀ ସନ୍ୟାସୀ ମାନଙ୍କର ମଧ୍ୟ ସମାଜ ଥିଲା ଓ ରହି ଅଛି । ତେଣୁ ସମାଜ ସହିତ ବ୍ୟକ୍ତି ଅବିଚ୍ଛିନ୍ନ ଭାବେ ଜଡିତ । ମନୁଷ୍ୟ ଜନ୍ମରୁ ମୃତୁ୍ୟ ପର୍ଯ୍ୟନ୍ତ ସମାଜର ସାହାଯ୍ୟ ନେଇ ବଞ୍ଚେô । ନବଜାତ ଶିଶୁଟିକୁ ସମାଜ ଠାରୁ ଦୂରରେ ଯଦି ଆବଦ୍ଧ କରି ରଖାଯାଏ, ସେ ବଞ୍ଚô ରହିବ ସତ । କେବଳ ଶବ୍ଦ ଓ ଚିକôାର କରି ନିଜର ମନର ଭାବ ପ୍ରକାଶ କରିବ, କିନ୍ତୁ କଥା କହି ପାରିବ ନାହିଁ । ସମାଜ ଭିତରେ ହିଁ ଶିଶୁ କଥା କହି ଶିଖେ । ·ଲିବା ଶିଖେ ଓ ପରିବାର ଠାରୁ ପଢିବା ଓ ଖେଳିବା ମଧ୍ୟ ଶିଖିଥାଏ । ସମାଜ ଠାରୁ ବ୍ୟକ୍ତି ସଭ୍ୟତା, ଚାଲିିଚଳନ, ଆଚାର ବ୍ୟବହାର, ଶିକ୍ଷା କରିଥାଏ । ସମାଜ ସାହାଯ୍ୟରେ ଆଦାନ ପ୍ରଦାନ, ବାଣିଜ୍ୟ ବ୍ୟବସାୟ, ଶିଳ୍ପ ସାହିତ୍ୟ, ଦର୍ଶନ ବ୍ୟକ୍ତି ଠାରେ ଅଙ୍କୁରିତ ହୋଇ ପାରିଛି । ଫଳରେ ମନୁଷ୍ୟର ବିକାଶ ଓ ଅଭିବୃଦ୍ଧି ସମ୍ଭବ ହୋଇ ପାରିଛି । ଦେଶର ହିତ ଦୃଷ୍ଟିରୁ ସମାଜର ସେବା କରିବା ମଧ୍ୟ ବ୍ୟକ୍ତିର କର୍ତ୍ତବ୍ୟ ଅଟେ । ସମାଜ ହିତରେ ବ୍ୟକ୍ତିର ହିତ, ସମାଜ ମଙ୍ଗଳରେ ବ୍ୟକ୍ତିର ମଙ୍ଗଳ, ସମାଜର କଲ୍ୟାଣରେ ବ୍ୟକ୍ତିର କଲ୍ୟାଣ, ସମାଜର ନିରପତ୍ତାରେ ବ୍ୟକ୍ତିର ନିରାପତ୍ତା, ସମାଜର ଅଭିବୃଦ୍ଧିରେ ବ୍ୟକ୍ତିର ଅଭିବୃଦ୍ଧି ।
ସମାଜରେ ଦାରିଦ୍ର୍ୟରେ ବ୍ୟକ୍ତିର ଦାରିଦ୍ର୍ୟ, ସମାଜର ଦୁର୍ବଳତାରେ ବ୍ୟକ୍ତିର ଦୁର୍ବଳତା, ସମାଜର ନିନ୍ଦା, ପ୍ରଶଂସାରେ ମଧ୍ୟ ବ୍ୟକ୍ତି ଅଂଶଗ୍ରାହୀ ଅଟେ । ଏଥି ନିମି ଆବଶ୍ୟକ ପଡିଲେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ବଳି ଦେବାକୁ ପଡିଥାଏ । ଗୋଷ୍ଠି ବା ସମାଜର ଜୀବନ ରକ୍ଷା ପାଇଁ ମୁନିନ୍ଦ୍ର ଦଧୀଚି ନିଜର ଅସ୍ଥି ଦାନ କରିଥିଲେ । ବାରଶହ ବଢେଇଙ୍କ ଜୀବନ ରକ୍ଷା ଓ ସମାଜର ଟେକ ରଖିବା ପାଇଁ ଧର୍ମପଦ କୋଣାର୍କ ଦେଉଳ ମୁଣ୍ଡି ମାରିବା ପରେ ଚନ୍ଦ୍ରଭାଗା ନଦୀରେ ନିଜର ଜୀବନ ବିସର୍ଜନ କରିଥିଲେ । ବାର ବର୍ଷର ବାଳକ ବାଜି ରାଉତ ଦେଶ ଓ ସମାଜର ପ୍ରତିରକ୍ଷା ପାଇଁ ଇଂଗ୍ରେଜ ସିପାହୀ ମାନଙ୍କୁ ନଦୀ ପାରି ନ କରିବାରୁ, ପୋଲିସ ଗୁଳିରେ ସହୀଦ୍ ହୋଇଥିଲେ । ଖୋଜି ବସିଲେ ବିଭିନ୍ନ ସମାଜରେ ଏହିପରି ବହୁ ଆଦର୍ଶ ମୂଳକ ଦୃଷ୍ଟାନ୍ତ ଦୃଷ୍ଟି ଗୋଚର ହେବ । ପ୍ରତ୍ୟେକ ସମାଜସେବୀ ନିଜର ସହଜାତ ହେଉ ବା ଅଭ୍ୟାସ କୃତ ହେଉ, ସେବା କରିବାର ଆଗ୍ରହ ନିହାତି ରହିବା ଦରକାର । ବଢି ମରୁଡି, ବାତ୍ୟା, ଘର ପୋଡି ବିପଦରେ ପଡି ଥିବା ଲୋକଙ୍କୁ ସାହାଯ୍ୟ କରିବା ଅତି ମହାନ କାର୍ଯ୍ୟ ଅଟେ । ସମାଜସେବୀ ନିଜେ ସନେ୍ଦହ ମୁକ୍ତ ଓ ନିସ୍ୱାର୍ଥପର ଭାବେ ସେବା କରିବା ଉଚିତ୍ । ସମାଜ ସେବାରେ ଅହଂଭାବ, ଦର୍ପ, ଅହଂଙ୍କାର, ଆତ୍ମଗାରିମାର ସ୍ଥାନ ନ ଥାଏ । ଯଶ, ଗୋ÷÷ରବ ଓ ପ୍ରତିଷ୍ଠା ଅର୍ଜନ ଲକ୍ଷ୍ୟରେ ସେବା କଲେ ତାହା ପ୍ରକୃତ ସେବା ଭାବେ ଗଣ୍ୟ ନୁହେଁ । କୋ÷÷ଣସି ସ୍ୱାର୍ଥ ବା ଉଦେ୍ଦଶ୍ୟ ରଖି ସେବା କଲେ ସେଥିରେ ପ୍ରକୃତ ମହତ୍ତ୍ୱ ରହେ ନାହିଁ । ନିଜର ନେତୃତ୍ୱ ବଜାଏ ରଖିବା ପାଇଁ ଜନ ସମର୍ଥନ ଲାଭ ଉଦେ୍ଦଶ୍ୟରେ ସେବା କଲେ, ଏହା ପ୍ରକୃତ ସମାଜସେବା ହୋଇପାରିବ ନାହିଁ । କ୍ଷୁଧାର୍ତ୍ତକୁ ଅନ୍ନଦାନ, ବିଦ୍ୟାର୍ଥୀକୁ ବିଦ୍ୟା ଦାନ, ରୁଗ୍ଣ କୁ ସେବା ଦାନ ଓ ବିଷାଦ କାତର ବ୍ୟକ୍ତିଙ୍କୁ ସାନ୍ତ୍ୱନା ଦାନ ହିଁ ପ୍ରକୃତ ସେବା ଭାବରେ ଗଣ୍ୟ । ସମାଜ ସେବା ଯେ ଏକ ଉଚ୍ଚକୋଟୀର କାର୍ଯ୍ୟ ଏବଂ ଦେବ ସୁଲଭ ଗୁଣ, ଏଥିରେ ସନେ୍ଦହ ନାହିଁ । ତେଣୁ ମହାପୁରୁଷମାନେ ନିଜେ ସମାଜ ସେବା କରିବା ସହିତ ଅନ୍ୟ ମାନଙ୍କୁ ସେବା କରିବା ପାଇଁ ଉପଦେଶ ଦେଇ ଥାନ୍ତି । ସମାଜସେବା ନ କରି କେହି ମହାପୁରୁଷ ହୋଇ ନାହିଁ କି ଉଚ୍ଚସ୍ତରକୁ ଉଠି ନାହିଁ । ମହାପୁରୁଷ ମାନଙ୍କର ଜୀବନୀ ପାଠ କଲେ ପ୍ରତୀୟମାନ ହୁଏ ଯେ ସେମାନଙ୍କ ମହାପୁରୁଷତ୍ୱ ମୂଳରେ ସମାଜ ସେବା ବିଦ୍ୟମାନ ରହିଅଛି । ଯିଶୁଖ୍ରୀଷ୍ଟ କହିଛନ୍ତି “ମାନବ ସେବା ହିଁ ଜୀବନର ଶ୍ରେଷ୍ଠ ଧର୍ମ” । ଏଣୁ ନିଜର ହୃଦୟକୁ ଉଦାର, ପବିତ୍ର ଓ ମହାନ ଭାବଧାରାରେ ରସାଣିତ କରି ସମାଜ ସେବାରେ ଅବତୀର୍ଣ୍ଣ ହେବା ବିଧେୟ ।
ବିଶ୍ୱ ଜାତିସଂଘ ଓ ରେଡ୍କ୍ରସ ସୋସାଇଟି ଦୁଇଟି ଆନ୍ତର୍ଜାତିକ ସମାଜସେବୀ ସଂସ୍ଥା । ୱାର୍ଲଡ୍ ହେଲ୍ଥ ଅର୍ଗାନାଇଜେସନ (ଡ.ଐ.ଙ) ମଧ୍ୟ ଗୋଟିଏ ଆନ୍ତର୍ଜାତିକ ସମାଜସେବୀ ସଂଗଠନ । ଆମ ଭାରତ ବର୍ଷରେ ଗୋପାଳକୃଷ୍ଣ ଗୋଖେଲଙ୍କ ପ୍ରତିଷ୍ଠିତ “ଭାରତ ସେବକ ସମିତି” ଓ ଲାଲା ଲଜପତ ରାୟଙ୍କ ପ୍ରତିଷ୍ଠିତ "ଲୋକସେବକ ମଣ୍ଡଳ’ ଦୁଇଟି ବୃହତ ସମାଜସେବୀ ଅନୁଷ୍ଠାନ ରହିଅଛି । ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କର ସମାଜସେବୀ ଅନୁଷ୍ଠାନ ମାନ ଦଳବଦ୍ଧ ହୋଇ କାର୍ଯ୍ୟ କରିବାର ଉସôାହ ନେଇ ସମାଜର ଉନ୍ନତି ପାଇଁ ଆଗେଇ ଆସିଥାନ୍ତି । ଏଣୁ ପାଶ୍ଚାତ୍ୟ ଦେଶ ମାନଙ୍କୁ ଅନୁସରଣ କରି ଦଳବଦ୍ଧ ଉସôାହ ନେଇ ବ୍ୟାପକ ଭାବରେ ସମାଜର ହିତ ସାଧନ ପାଇଁ କାର୍ଯ୍ୟ କରାଯିବା ଉଚିତ୍ । ଏହାଦ୍ୱାରା ସମାଜର ମଙ୍ଗଳ ସାଧନ ହେବା ସହିତ ଦେଶର ସର୍ବାଙ୍ଗୀନ ଉନ୍ନତି ହୋଇ ପାରିବ ।
ମୋ – ୯୯୩୭୨୨୪୦୮୫