କରତକଳରେ ଭିଜିଲାନ୍ସ ଚଢଉ : ଲକ୍ଷାଧିକ ଟଙ୍କାର କାଠ ଚିରା ମେସିନ ଜବତ

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେସ୍ୱର ନିକଟରେ ଥିବା ବେଆଇନ କରତକଳ ଉପରେ ଗୁରୁବାର ସକାଳୁ ଭିଜିଲାନ୍ସ ଚଢଉ କରାଯାଇଛି । ଭିଜିଲାନ୍ସର ୧୦ ଜଣିଆ ଟିମ୍ ଚଢଉ କରିଛନ୍ତି। ଚଢଉ ସମୟରେ ବିପୁଳ ପରିମାଣର କାଠ ଓ ଲକ୍ଷାଧିକ ଟଙ୍କାର କାଠ ଚିରା ମେସିନ ଜବତ କରାଯାଇଛି । ସୂଚନା ଅନୁଯାୟୀ, ନିଶ୍ଚିନ୍ତକୋଇଲି ଥାନା ଅସୁରେସ୍ୱର ଅଞ୍ଚଳରେ ବେଆଇନ ଭାବେ ବହୁ କରତକଳ ଚାଲୁଛି । ପୂର୍ବରୁ ଏସବୁ କରତକଳ ଉପରେ ଅନେକ ଥର ଚଢ଼ଉ ହୋଇଛି। କିନ୍ତୁ ଚଢଉ ପରେ ପୁଣି କରତକଳଗୁଡ଼ିକ ଦ୍ବାରା ବେଆଇନ କାରବାର ପୂର୍ବଭଳି ବେଧଡ଼କ ଜାରି ରହିଛି। ଚଢଉରେ ବନବିଭାଗ ଓ ସ୍ଥାନୀୟ ପୁଲିସ ଅଂଶଗ୍ରହଣ କରିଛନ୍ତି । କରତକଳ ମାଲିକଙ୍କୁ ଅଟକ ରଖି ଭିଜିଲାନ୍ସ ଏବଂ ପୁଲିସ ପକ୍ଷରୁ ପଚରାଉଚରା କରାଯାଉଛି ।