ଢମଣାଗାଡିଆ ଗ୍ରାମରେ ଜଳ ସଙ୍କଟ 

 ସୁକିନ୍ଦା : ଏହି ନିର୍ବାଚନ ମଣ୍ଡଳୀ ଦାନଗଦୀ ବ୍ଲକ୍ ଅଧିନସ୍ଥ ଢମଣାଗାଡିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଯାହାକୁ ନେଇ ଗ୍ରାମରେ ଉତେଜନା ପ୍ରକାଶ ପାଇଥିବା ବେଳେ ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଅଭିଯୋଗ ମୁତାବକ ରେଙ୍ଗାଲୀ କେନାଲ କାର୍ଯ୍ୟ କରୁଥିବା ଆଇରନ ଟ୍ରାଙ୍ଗଲ ନାମକ ଠିକା ସଂସ୍ଥା ଗଭୀର ଖନନ କରୁଥିବା କାରଣରୁ ସ୍ଥାନୀୟ ଅଂଚଳରେ ଜଳ ସଙ୍କଟ ଦେଖା ଦେଇଛି ।  ଶନିବାର ସ୍ଥାନୀୟ ଅଂଚଳର ଶତାଧିକ ମହିଳା ଏକତ୍ରିତ ହୋଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି । ଏନେଇ ଦାନଗଦୀ ବିଡ଼ିଓ ପ୍ରଦୀପ ସେଠୀଙ୍କ ସହିତ ଯୋଗାଯୋଗ କରାଯାଇଥିବା ବେଳେ ସେ ସୁକିନ୍ଦା ସ୍ଥିତ ଜଳ ସମ୍ପଦ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।