ବିଜେପିର ଗାଁକୁ ଚାଲ ଅଭିଯାନ
ବ୍ରହ୍ମବରଦା : ରସୁଲପୁର ବ୍ଲକ ବ୍ରହ୍ମବରଦା ପଞ୍ଚାୟତ ଅଧିନ ୯ନଂୱାର୍ଡÿ ଦଳିତ ସାହିରେ ବିଜେପି ପକ୍ଷରୁ ଗାଁକୁ ଚାଲ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ସାଂସଦ ପ୍ରତିନିଧି ଫଣିନ୍ଦ୍ର ମିଶ୍ରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମରେ ଅଙ୍ଗନବାଡି କେନ୍ଦ୍ର ପରିଦର୍ଶନ, ଗାଁକୁ ସ୍ୱଚ୍ଛତା, ପାନୀୟ ଜଳର ବ୍ୟବସ୍ଥା ସହିତ ସରକାରଙ୍କ ବିଭିନ୍ନ ଲୋକାଭିମୁଖି ଯୋଜନାର ସଫଳତା ସମ୍ପର୍କରେ ଲୋକମାନଙ୍କୁ ବୁଝାଇଥିଲେ । ଏହା ବ୍ୟତୀତ ଘର ଘର ବୁଲି ଲୋକ ମାନଙ୍କୁ ସାକ୍ଷାତ ଓ ଗ୍ରାମ ଦାଣ୍ଡରେ ବୈଠକ ଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜିଲ୍ଲା ଓଡିଆ ପକ୍ଷର ସଂଯୋଜକ ପ୍ରଫୁଲ୍ଲ ଗିରି, ବ୍ରହ୍ମବରଦା ସରପଞ୍ଚ ପ୍ରତିନିଧି ରାକେଶ ଦେଓ, ସମିତିସଭ୍ୟା ପ୍ରତିନିଧି ଅନୱର ଖାଁ, ବରିଷ୍ଠ କାର୍ଯ୍ୟକର୍ତା ଅନିଲ ରାଉତ୍, ପ୍ରଦୀପ ଦାସ, ଆଶୁତୋଷ ବାରିକ, ମମତା ସାହୁ, ସୁମିତ୍ରା ବେହେରା, ଅଚୁ୍ୟତ ମହାଳିକ, ଚିତରଂଜନ ଦାସ, ପଙ୍କଜ ବିଶ୍ୱାଳ, ସଫି ଆଲମ୍ ଖାଁ, ଜୁଲଫିକର ଅଲ୍ଲୀଖାଁ, ମନୋଜ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।