ପ୍ରଧାନଶିକ୍ଷକଙ୍କୁ ଅବସର ସମ୍ବର୍ଦ୍ଧନା
କବାଟବନ୍ଧ : ଧର୍ମଶାଳା ଶିକ୍ଷା ମଣ୍ଡଳ କାର୍ଯ୍ୟାଳୟ ଅଧିନ କଲାଣ୍ଡ ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ପ୍ରଧାନଶିକ୍ଷକ ଧ୍ରୁବଚରଣ ରାଉତଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଦିଆଯାଇଛି । ତାଳଜଙ୍ଗ ଆଞ୍ଚଳିକ ସାଧନ କେନ୍ଦ୍ରର ସଂଯୋଜକ ସୁରେଶ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଧର୍ମଶାଳା ଶିକ୍ଷା ମଣ୍ଡଳାଧିଶ ଅଭୟ କୁମାର ବେହେରା, ପଂଚାୟତ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମଲ୍ଲ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଲକ୍ଷ୍ମୀଧର ମଲ୍ଲ, ଶିକ୍ଷକ ନେତା ଅକ୍ଷୟ କୁମାର ମଲ୍ଲ, ପୂର୍ବତନ ସିଆରସି ବିଷ୍ଣୁ ଚରଣ ମଲ୍ଲ, ପ୍ରକାଶ କୁମାର ନାୟକ, ଲଛମନ ବାରିକ, ଗୋକୁଳ ଚନ୍ଦ୍ର ରାୟ ଓ ଗିରିଧାରୀ ସାହୁ ପ୍ରମୂଖ ଅତିଥି ଭାବେ ଯୋଗ ଦେଇଥିଲେ ।
ଅତିଥି ବିଦାୟୀ ଶିକ୍ଷକ ଶ୍ରୀଯୁକ୍ତ ରାଉତଙ୍କ ଛାତ୍ରବତ୍ସଳତା, ଚାରିତ୍ରିକ ଦୃଢ଼ତା, ସ୍ପଷ୍ଟ୍ୱାଦୀତା, ଉନ୍ନତ ଶିକ୍ଷାଦାନ, ସ୍କୁଲ ପରିଚାଳନା, ସାଙ୍ଗଠନିକ ଦକ୍ଷତା ଆଦି ବହୁମୁଖୀ ପ୍ରତିଭା ଓ ଗୁଣାବଳୀର ଆଲୋଚନା କରିଥିଲେ । ଶେଷଭାଗରେ ବିଦାୟୀ ଶିକ୍ଷକଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର, ଉତରୀୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଚାଳନା କମିଟିର ସଭାପତି ଅଜୟ କୁମାର ବେହେରା ଧନ୍ୟବାଦ ପ୍ରଦାନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ସୁଶାନ୍ତି ସାହୁ, ଝୁନୁଲତାÿ ମହାକୁଡ଼, ଚନ୍ଦ୍ରାବତୀ ବାରିକ, ଅଟଳ ବିହାରି ପରିଡା, ରାଜକୁମାର ରାଉତ, ସନ୍ତୋଷ କୁମାର ସାହୁ, ଡମ୍ବରୁଧର ସାହୁ, ରାକେଶ କୁମାର ସାହୁ, ପରିଚାଳନା କମିଟିର ସଭ୍ୟସଭ୍ୟା, ପୁରାତନ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।