ଦୁର୍ବଳ ନଦୀବନ୍ଧକୁ ନେଇ ଚିନ୍ତାରେ କୂଳବାସିନ୍ଦା
ାା ପ୍ରଭାନୁ୍ୟଜାା ବିଞ୍ଝାରପୁର : ଖରସ୍ରୋତା ନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହୋଇଛି । ବନ୍ୟାଜଳ ଆସିବା ଦ୍ୱାରା ନଦୀର ଜଳସ୍ତରରେ ବୃଦ୍ଧି ଘଟିଛି । ଜଳ ସ୍ଥଳ ଯଦିଓ ବିପଦ ସଙ୍କୁଳ ତଳେ ରହିଛି । ତେବେ ବିଞ୍ଝାରପୁର ଅଞ୍ଚଳରେ ଦୁର୍ବଳ ନଦୀବନ୍ଧକୁ ନେଇ ନଦୀ କୂଳିଆ ଅଞ୍ଚଳବାସୀ ଚିନ୍ତାରେ ରହିଛନ୍ତି । ବ୍ଲକର ଜରୀ, ବାଙ୍ଗରା, ଓଳେଇ, ଚନ୍ଦ୍ରମୁଁ, ରଣପୁର ଆଦି ଅଞ୍ଚଳରେ କେତେକ ସ୍ଥାନରେ ନଦୀବନ୍ଧର ଦୁର୍ବଳ ସ୍ଥିତି ଚିନ୍ତାର କାରଣ ପାଲଟିଛି । ଜରୀ ଠାରେ କେତେକ ସ୍ଥାନରେ ଦନୀବନ୍ଧରୁ ଅତଡା ଖସୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି । ଉପଯୁକ୍ତ ଭାବେ ନଦୀବନ୍ଧରେ ପଥର ପ୍ୟାକିଂ ହୋଇନଥିବା ବେଳେ ବର୍ଷାଦିନ ପୂର୍ବରୁ ବନ୍ଧ ମଜବୁତ କାର୍ଯ୍ୟ କରାଯାଇନଥିବାରୁ ଏଭଳି ସ୍ଥିତି ଦେଖାଦେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ବିଞ୍ଝାରପୁର ଜଳସମ୍ପଦ ବିଭାଗ ପକ୍ଷରୁ ଖରସ୍ରୋତାର ଉଭୟ ପାଶ୍ୱର୍ ନଦୀବନ୍ଧ ସୁଉଚ୍ଚ ଓ ସୁଦୃଢ ଥିବା ପ୍ରକାଶ କରୁଥିଲେ ମଧ୍ୟ ଅନେକ ସ୍ଥାନରେ ନଦୀବନ୍ଧରେ ଭାରିଯାନ ଯାତାୟତ ଦ୍ୱାରା ବନ୍ଧ ଦୁର୍ବଳ ହୋଇଥିବା ଦେଖିବାକୁ ମିଳୁଛି । ବିଭାଗ ପକ୍ଷରୁ ଏହି ସବୁ ସ୍ଥାନରେ ତୁରନ୍ତ ମରାମତି କରିବା ସହିତ ଜରୀ ଅଞ୍ଚଳରେ ଅତଡା ଖସୁଥିବା ସ୍ଥାନ ଗୁଡିକର ତୁରନ୍ତ ମରାମତି ପାଇଁ ଦାବି କରାଯାଇଛି ।