ବୁଣାକାରଙ୍କୁ ୬ମାସର ଭତ୍ତା

ସାମାଜିକ ସୁରକ୍ଷା ଦ୍ରୁଷ୍ଟିରୁ ରାଜ୍ଯ ସରକାର ୬୦ ବର୍ଷରୁ ଉର୍ଦ୍ଧ୍ବ ବରିଷ୍ଠ ହସ୍ତତନ୍ତ ବୁଣାକାରମାନଙ୍କ ଭରଣପୋଷଣ ନିମନ୍ତେ ମାସିକ ଟ. ୨.୦୦୦ (ଦୁଇ ହଜାର) ଟଙ୍କା ଲେଖାଏଁ ଭତ୍ତା ଯୋଗାଇ ଆସୁଥିଲେ। କିନ୍ତୁ ଏହା ଗତ ଏପ୍ରିଲ୍ ୨୦୨୪ ଠାରୁ ଆଜିପର୍ୟ୍ଯନ୍ତ ବନ୍ଦ ହୋଇ ରହିଥିଲା। ବରିଷ୍ଠ ବୁଣାକାରମାନେ ଗତ ୬ ମାସ ହେଲା ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ତେଣୁ ଏ ବାବଦରେ ଓଡ଼ିଶା ବୁଣାକାର ମହାସଂଘ ଗତ ସେପ୍ଟେମ୍ବର ୨୫ ତାରିଖ ବୁଧବାର ଦିନ ରାଜ୍ଯର ବିଭିନ୍ନ ପ୍ରାନ୍ତର ବରିଷ୍ଠ ବୁଣାକାରମାନଙ୍କୁ ନେଇ ମାନ୍ଯବର ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝି ଏବଂ ମାନ୍ଯବର ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଉଦ୍ଦେଶ୍ଯରେ ସରକାର ତୁରନ୍ତ ବକେୟା ୬ ମାସର ଭତ୍ତା ଟଙ୍କା ଯୋଗାଇ ଦେବା ସହିତ ଏହାକୁ ନିୟମିତ କାର୍ୟ୍ଯକାରୀ କରିବା ପାଇଁ ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ, ଶୋଭନ କୁମାର ସାହୁଙ୍କ ଜରିଆରେ ଭୁବନେଶ୍ୱର କାର୍ଯ୍ଯାଳୟଠାରେ ଏକ ଦାବୀ ପତ୍ର ପ୍ରଦାନ କରାଯାଇ ଥିଲା। ମହାସଂଘ ତରଫରୁ ଦାବୀ ପତ୍ର ପ୍ରଦାନ କରିବା ସମୟରେ ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ସମେତ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ଦେବଜିତ୍ ନନ୍ଦୀ ଏବଂ ଉପନିର୍ଦ୍ଦେଶକ ଶ୍ରୀ ଆଶୁତୋଷ ମହାନ୍ତି ଏହାକୁ ଗ୍ରହଣ କରିବା ସହିତ ତତକ୍ଷଣାତ ବିଭାଗୀୟ ମନ୍ତ୍ରୀ ଏବଂ ମାନ୍ଯବର ମୁଖ୍ଯମନ୍ତ୍ରୀଙ୍କ କାର୍ୟ୍ଯାଳୟକୁ ଅବଗତ କରାଇ ଥିଲେ। ମାନ୍ଯବର ମୁଖ୍ଯମନ୍ତ୍ରୀ ମଧ୍ଯ ବୁଣାକାରମାନଙ୍କ ଏହି ଯଥାର୍ଥ ଦାବୀକୁ ଗ୍ରହଣ କରି ତୁରନ୍ତ ବକେୟା ରାଶି ୧୨,୦୦୦.୦୦ (ବାର ହଜାର) ଟଙ୍କା ଲେଖାଏଁ ସେମାନଙ୍କ ବ୍ଯାଙ୍କ ଖାତାକୁ ପଠାଇବା ପାଇଁ ଅର୍ଥ ମଞ୍ଜୁର କରି ଥିଲେ ଏବଂ ବିଭାଗୀୟ ଅଧିକାରୀ ମାନେ ମଧ୍ଯ ତତ୍ପରତା ସହିତ ପ୍ରଦାନ କରିଥିବାରୁ ଓଡ଼ିଶା ବୁଣାକାର ମହାସଂଘ ତରଫରୁ ରାଜ୍ଯ ସଭାପତି ଶ୍ରୀଧର ବେହେରା, ଉପସଭାପତି ଶ୍ରୀକାନ୍ତ ନାୟକ, ସଂଗଠନ ସମ୍ପାଦକ ବିଜୟ କୁଣ୍ଡୁ, ସାଧାରଣ ସମ୍ପାଦକ ବିଜୟ ମେହେର, ସହଯୋଗୀ ସଦସ୍ଯ ବିଶ୍ୱନାଥ ଦାସ, ସଞ୍ଜୟ କର, ପ୍ରଦୀପ ବର୍ଦ୍ଧନ, ରମେଶ ସିଂହ ପ୍ରମୁଖ ମାନ୍ଯବର ମୁଖ୍ଯମନ୍ତ୍ରୀ, ବିଭାଗୀୟ ମନ୍ତ୍ରୀ ଏବଂ ଅନ୍ୟ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଧନ୍ଯବାଦ ଅର୍ପଣ କରିଛନ୍ତି।