ଅଭିମନୁ୍ୟ ସାମନ୍ତସିଂହାରଙ୍କ ଜୟନ୍ତୀ ପାଳିତ

ବରୀ: ବରୀ ମାଉଣ୍ଟରେ ଅଭିମନୁ୍ୟ ସାମନ୍ତ ସିଂହାରଙ୍କ ୨୬୫କ୍ଷମ ଜୟନ୍ତୀ ବରୀ ସାହିତ୍ୟ ସମନ୍ୱୟ ପରିଷଦ ତରଫରୁ ପାଳନ କରାଯାଇଛି । ସେଠାରେ ଥିବା ଅଭିମନୁ୍ୟଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରା ଯିବା ସହ ଛାନ୍ଦ ଗାନ ଓ  ବିଦଗ୍ଧ ସାହିତ୍ୟ ଆଲୋଚନା କରାଯାଇଥିଲା । ଆଶୁତୋଷ ପରିଡ଼ାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ  ଆବାହକ ତଥା ସମ୍ବାଦ ସହିତ୍ୟଘର ସଭାପତି ନିମାଇଁ ରାୟ ପ୍ରାରମ୍ଭିକ ବକ୍ତବ୍ୟ, ମୁଖ୍ୟଅତିଥି ଶ୍ରୀ ଦେବ ପ୍ରସାଦ ସାମଲଙ୍କ ସମେତ କୁଞ୍ଜ ବିହାରୀ ଦାସ, ଚାଳଘର ସମ୍ପାଦକ ପ୍ରତାପ ଦାସ, ପୁଣ୍ୟତୋୟା ସମ୍ପାଦକ ସବିତା ନାୟକ, ପୁଷ୍ପଗିରି ସାହିତ୍ୟ ପରିଷଦ ସମ୍ପାଦକ ମକରଧ୍ୱଜ ସାହୁ, ଶିଳାଲିପି ଉପ ସଭାପତି ଦିଲ୍ଲୀପ ଦାସ, ଜଗା ଶିଶୁ ସାହିତ୍ୟ ସମ୍ପାଦକ ଅଜୟ ଜେନା, ବରୀ ଶ୍ରୀ ସମ୍ପାଦକ ସୁମନ୍ତ ପଣ୍ଡା, ନାଟ୍ୟକାର ଅଭୟ ଶତପଥୀ, ପ୍ରଭାସ ଦାସ, କବି ବନ୍ଦନା  ମହାପାତ୍ର, ଗୋମତୀ ପଣ୍ଡା, କୁସଧ୍ୱଜ ସାମଲ, ଆଜାଦ ହିନ୍ଦ୍ ପାଠାଗାରର ଶୁକଦେବ ସାହୁ ପ୍ରମୁଖ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଅଭିମନୁ୍ୟଙ୍କୁ ଜାତୀୟସ୍ତରରେ ପହଞ୍ଚାଇବା ଆମ ଦାୟିତ୍ୱ ବୋଲି କହିଥିଲେ । ବରୀ ଅଞ୍ଚଳର ଆଉ ଜଣେ ସ୍ୱାଧୀନତା ସଂଗ୍ରାମୀ ବା‚ାନିଧି ଦାସଙ୍କୁ "ସ୍ୱରାଜ କବି’ ଭାବେ ସମସ୍ତ ସାହିତ୍ୟ ସଂଗଠନ ଓ ବ୍ୟକ୍ତି ବିଶେଷ ପକ୍ଷରୁ ଅଭିହିତ କରାଯିବା ସହ ସମସ୍ତ ବିଭାଗୀୟ କର୍ମକର୍ତ୍ତାଙ୍କୁ ସୁପାରିସ କରାଯିବାକୁ ମୁଖ୍ୟଅତିଥିଙ୍କ ଦ୍ୱାରା ଘୋଷଣା କରାଗଲା ।