ଆଇନ ସଚେତନତା କାର୍ଯ୍ୟକ୍ରମ
ସୋର: ସୋର କୋର୍ଟ ତାଲୁକ ଆଇନ ସହାୟତା କମିଟି ତରଫରୁ ବିଶ୍ୱ ମାନବାଧିକାର ଦିବସ ସମ୍ବନ୍ଧୀୟ ଆଇନ ଓ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନନ୍ତପୁର ସ୍ଥିତ ଉପେନ୍ଦ୍ର ନାଥ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୋର କୋର୍ଟର ସିଭିଲ ଜଜ୍ ରାକେଶ କୁମାର ସାହୁ ଓ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ରାଜେଶ କୁମାର ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ବିଶ୍ୱ ମାନବାଧିକାର ଦିବସ ବିଷୟରେ ଅବଗତ କରାଇବା ସହ ମାନବାଧିକାର ସୁରକ୍ଷା ଓ ନ୍ୟାୟ ସମ୍ବନ୍ଧରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଇନଜୀବୀ କାହ୍ନୁଚରଣ ବେହେରା ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ସଚେତନତା ସଭାରେ ଆଇନଜୀବୀ ଚିତ୍ତରଞ୍ଜନ ମହାପାତ୍ର, ପ୍ରଦୀପ କୁମାର ଦାସ ଯୋଗ ଦେଇ ମାନବାଧିକାର ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ସବିଶେଷ ଭାବେ ଆଲୋକପାତ କରାଇଥିଲେ । ଲିଗାଲଏଡ୍ କର୍ମଚାରୀ ଜ୍ୟୋତି ପ୍ରକାଶ ସେଠୀ, ବିଶ୍ୱ ରଞ୍ଜନ ବାରିକ ଓ ସ୍ୱେଚ୍ଛାସେବୀ ସନତ କୁମାର ପାତ୍ର, ଶଶିକାନ୍ତ କର, ସୁଶାନ୍ତ ଦାସ, ସୁକାନ୍ତୀ ସାହୁ ଶିକ୍ଷୟିତ୍ରୀ ଶକୁନ୍ତଳା ପଣ୍ଡା ଓ ମୋନାଲିସା ଦାସ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ ।