ଶରୀମାଦ୍ୟଂ ଖଳୁଧର୍ମଂ ସାଧନଂ
ସଂସ୍କୃତେ ପ୍ରବାଦ ଅଛି
ଯେତେ ଧର୍ମକର୍ମ କରିଲେ ହେଁ ଯୋଗ
ଲୋଡା ଆଜି ପଡୁଅଛି
ସୁସ୍ଥ ବୀଜ ଦ୍ୱାରା ସୁସ୍ଥ ବୃକ୍ଷ ସୃଷ୍ଟି
ଜଗତ କଲ୍ୟାଣେ କାର୍ଯ୍ୟ
ଶରୀର ପାଇଁକି ଯୋଗ ନୀତି ଶିକ୍ଷା
ଏକାନ୍ତ ଅପରିହାର୍ଯ୍ୟ
ଶରୀର ସହିତ ମନର ସଂପର୍କ
ଅଟଇ ବଡ ଘନିଷ୍ଠ
ଆୟୁକାଳମଧ୍ୟେ ନୀରୋଗ ଯେ ବ୍ୟକ୍ତି
ଜଗତରେ ସିଏ ଶ୍ରେଷ୍ଠ
ସୁସ୍ଥ ମନ ପାଇଁ ସୁସ୍ଥ ଶରୀରର
ରହିଅଛି ଆବଶ୍ୟକ
ଶାରୀରିକ ଶିକ୍ଷା ଜୀବନ ସୁରକ୍ଷା
ଖାଦ୍ୟ ହୁଏ ପରିପାକ
ଯୋଗ ମାଧ୍ୟମରେ ଆସନପ୍ରାଣାୟମ
କୁସ୍ତି, କସରତ, ତୀର
ଦୌ÷ଡ, ସନ୍ତରଣ, ବୃକ୍ଷ ନିରୋପଣ
ନୃତ୍ୟ, ଉତ୍ତୋଳନ ଭାର
ମଲ୍ଲଯୁଦ୍ଧ ଠାରୁ ତୀର ଚାଳନା ଯେ
ଲଉଡି, କବାଡି, ପୁଚି
ପାଇକ ଆଖଡ଼ା, ବ୍ୟାଡମିଣ୍ଟନ କ୍ରୀଡା
ବାସ୍କେଟବଲ କରାଟୀ
ହକି ଫୁଟବଲ, କ୍ୟାରମ, କ୍ରିକେଟ
ସାଇକେଲ, ଲମ୍ବ ଡିଆଁ
ଲୋହ ପେଣ୍ଡୁଫିଙ୍ଗା ଦୌଡବର୍ତ୍ସା ଫିଙ୍ଗା
ଭଲି, ଟେନିସ, ଉଚ୍ଚ ଡିଆଁ
ଶରୀରକୁ ସୁସ୍ଥ କରେ ରୋଗମୁକ୍ତ
ବଢଇ ଶୃଙ୍ଖଳା ଜ୍ଞାନ
ଧୈର୍ଯ୍ୟବୀର୍ଯ୍ୟ, ତ୍ୟାଗ ସହନଶୀଳତା
ବୈରାଗ,ବୀରତ୍ୱ ଗୁଣ
ମନ ପ୍ରଫୁଲ୍ଲତା, ସାହସୀ, ମିତ୍ରତା
ଦେଶପ୍ରୀତି ମନେ ଜାଗେ
ଜାତୀୟ ଏକତା ସୁନାଗରିକତା
ସମ୍ଭବ ବ୍ୟାୟାମ ଯୋଗେ
ଏତେ ଉପକାର କରୁଛି ବ୍ୟାୟାମ
ଶାରୀରିକ ସୁସ୍ଥ ପାଇଁ
ବିଦ୍ୟାଳୟେ ଅବା ମହାବିଦ୍ୟାଳୟେ
ସରକାର ଶିକ୍ଷା ଦେଇ
ଆବାଳବୃଦ୍ଧ ବନିତା ସଭିଏଁ
ନିତ୍ୟ ଯୋଗ ଶିକ୍ଷା କର
ସୁସ୍ଥ ମାନବ ସୁସ୍ଥ ସମାଜ
ଜୀବନ ଏକାନ୍ତ ସାର ।
ତାଳଚେର
ମୋ : ୭୬୦୯୦୬୫୧୩୩