ବନଖଣ୍ଡରେ ଦୁର୍ନୀତି ଅଭିଯୋଗ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ାା ପ୍ରଭାନୁ୍ୟଜ୍ ।ା କେନ୍ଦୁଝର:  କେନ୍ଦୁଝର ବନଖଣ୍ଡରେ ବ୍ୟାପକ ଦୁର୍ନୀତିକୁ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ସଚିବ ଗତ ସେପ୍ଟେମ୍ବର ୧୮ ତାରିଖ ଦିନ କେନ୍ଦୁଝର ବନଖଣ୍ଡକୁ ଆସି ତଦନ୍ତ କରି ଫେରିଛନ୍ତି । ତେବେ ଏହାକୁ ନେଇ କ’ଣ କାର୍ଯ୍ୟାନୁଷ୍ଠାନ ହେଲା ତାହାକୁ ସମସ୍ତ ଅପେକ୍ଷା କରିଛନ୍ତି । 
ପ୍ରକାଶ ଯେ, ଘଟଗାଁ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବିନା ଅର୍ଥ ଅନୁମୋଦନରେ କୋଠା ନିର୍ମାଣ, ଜଙ୍ଗଲ ଜଗିବା ପାଇଁ ନିୟୋଜିତ ସ୍କାର୍ଡ କର୍ମଚାରୀଙ୍କୁ ଅଫିସ ଏବଂ ଘରୋଇ କାମରେ ନିୟୋଜିତ କରିବା, ଅବସର କର୍ମଚାରୀଙ୍କୁ ବିଭିନ୍ନ ଗୁରୁତ୍ୱପୂର୍ଣର୍ ବିଭାଗରେ କାର୍ଯ୍ୟ କରାଇବା, ଠିକା କର୍ମଚାରୀଙ୍କୁ ସେକ୍ସନ ଦାୟିତ୍ୱ ଦେବା, ବନପାଳ ଏବଂ ବନରକ୍ଷୀଙ୍କ ଠାରୁ ବେଆଇନ ଚାନ୍ଦା ଆଦାୟ, ଜଣେ ଏସିଏଫ୍ଙ୍କ ନାମରେ ସରକାରୀ ଗାଡିର ଅପବ୍ୟବହାର, ଜଙ୍ଗଲ ସୁରକ୍ଷାରେ ନିୟୋଜିତ ଗାଡି ପାଇଁ ଉଦ୍ଦିଷ୍ଟ ତେଲକୁ ଜଣେ ଅଧିକାରୀଙ୍କ ବେସରକାରୀ ଗାଡିରେ ନିୟମିତ ପକାଯିବା, ଜଣେ ବନପାଳଙ୍କ ଠାରୁ ଜଣେ ଏସିଏଫ୍ ଦାମୀ ମୋବାଇଲ ଗିପ୍ଟ ନେବା, ଡ୍ରୋନ କିଣାରେ ଅନୀୟମିତତା, ହାତୀ ମୃତୁ୍ୟ ଘଟଣାରେ ଦାୟିତ୍ୱରେ ଅବହେଳା କରିଥିବା ବନ କର୍ମଚାରଙ୍କ ପ୍ରତି କୋହଳ ମନୋଭାବ ରଖି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା, ନିଦ୍ଦିଷ୍ଟ କିଛି କର୍ମଚାରୀଙ୍କୁ ବର୍ଷ ବର୍ଷ ଧରି ବିଭିନ୍ନ ସେକ୍ସନ ଓ ବିଟ୍ ଦାୟିତ୍ୱରେ ରଖିବା ଆଦି ଅଭିଯୋଗ ହୋଇଥିଲା । ଅଭିଯୋଗକାରୀଙ୍କୁ ଡକାଇ ତଦନ୍ତ କାରୀ ଅଧିକାରୀ ତଦନ୍ତ କରିଥିଲେ । ତେବେ ଅଦ୍ୟାବଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି ।