ଅକ୍ଷୁଣ୍ଣ ରହୁ ଆଧ୍ୟାତ୍ମିକ ପରିବେଶ


ନୂଆ ବର୍ଷରୁ ଶ୍ରୀମନ୍ଦିରରେ ପାନଗୁଟ୍ଖା ଉପରେ କଟକଣା ଲଗାଇଆସିଛନ୍ତି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ଆଖପାଖକୁ ଅପରିଷ୍କାର କରିବେ ନାହିଁ  । କେବଳ ଭକ୍ତ ନୁହେଁ ସେବାୟତଙ୍କ ପାଇଁ ମଧ୍ୟ ଏହି କଟକଣା ଲାଗୁ ହୋଇଛି  । ଯଦି କେହି ଏହାର ଉଲଂଘନ କରେ ତେବେ ତାଙ୍କ ବିରୋଧରେ ଶ୍ରୀମନ୍ଦିର ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ନେବ  । ତେବେ ସାମଗ୍ରିକ ଭାବେ ଶ୍ରୀମନ୍ଦିରରେ ପାନ-ଗୁଟ୍ଖା ବନ୍ଦ କରିବା ନିଷ୍ପତ୍ତିକୁ ସମସ୍ତେ ସ୍ୱ୍ୱାଗତ କରିଥିବାବେଳେ ଖୁଟଖା, ଜର୍ଦା ଭଳି ସମାଗ୍ରୀକୁ ମୁକ୍ତକଣ୍ଠରେ ବିରୋଧ କରି ପାନ ସପକ୍ଷରେ ଯୁକ୍ତି ବାଢ଼ିଥିଲେ ଦଇତାପତି ନିଯୋଗ ସଭାପତିଙ୍କ ସହ ଅନ୍ୟ କେତେକ ସେବାୟତ  । ତାଙ୍କର ଯୁକ୍ତି ହେଉଛି, ମହାପ୍ରଭୁଙ୍କ ନିକଟରେ ପାନଲାଗି ହେଉଛି  । ତେଣୁ ପାନ ବନ୍ଦ କରିବା ବଦଳରେ ଛେପ ପକାଇବାର ବ୍ୟବସ୍ଥା କରାଯାଉ  । ତେବେ ସେବକଙ୍କ ଏଭଳି ଯୁକ୍ତିକୁ ପ୍ରାୟତଃ କେହି ଅସ୍ୱ୍ୱୀକାର କରିବେ ନାହିଁ  । କାରଣ ଆମ ସଂସ୍କୃତି ଓ ସାମାଜିକ ଚଳଣିରେ ପାନ ଓତପ୍ରୋତ ଭାବେ ଜଡ଼ିତ  । ଆଗତ ଅତିଥି, ଅଭ୍ୟାଗତ, ବନ୍ଧୁବାନ୍ଧବ, ବ୍ରାହ୍ମଣବୈଷ୍ଣବ ଘରକୁ ଆସିଲେ ଗୃହସ୍ଥ ପାନଟିଏ ବାଇଦେଇ ଅତିଥି ଚର୍ଚ୍ଚା କରେ  । ଈଷ୍ଟ ପୂଜନ, ବିବାହ, ବ୍ରତ, ପିତୃପିଣ୍ଡ, ଦାନ, ପ୍ରୀତିଭୋଜନ, ଯଜ୍ଞାଦି କର୍ମ ସାଧନ ଭଳି ମାଙ୍ଗଳିକ କାର୍ଯ୍ୟରେ ପାନର ଉପସ୍ଥିତି ନରହିଳେ ନଚଳେ  । ଏହା ଆବାହମାନ କାଳରୁ ଆମ ଚଳଣିରେ ଛାଇ ହୋଇ ରହିଆସିଛି  ।
 ପାନର ପ୍ରଚଳନ କେଉଁଠି ଥାଉ କି ନଥାଉ ଶ୍ରୀମନ୍ଦିରରେ ପ୍ରଚଳିତ ତାମ୍ବୁଳ ସେବା ( ହଡ଼ପ ସେବା) ବିଧିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି ଏହା ଅତୀବ ପ୍ରାଚୀନ  । ବଡ଼ଠାକୁରଙ୍କ ବଡ଼ସିଂହାର, ପହୁଡ଼, ·ପ, ଚନ୍ଦନ ଆଦିରେ ତାମ୍ବୁଳ ଅର୍ପଣ ବିଧି ଶ୍ରୀମନ୍ଦିର ସେବାର ଏକ ମୁଖ୍ୟ ଅଙ୍ଗ  । ଶ୍ରୀମନ୍ଦିରର ବିଧି ମୁତାବକ ଶ୍ରୀଜଗନ୍ନାଥଙ୍କ ପ୍ରସାଦକୁ ମହାପ୍ରସାଦ କରିବା ପାଇଁ ଏକ ସୁବର୍ଣ୍ଣ ଥାଳିରେ ସେବକ ପ୍ରସାଦ, ଲାଗିମାଳ, ସମର୍ପିତ ତାମ୍ବୁଳ ନେଇ କ୍ଷେତ୍ରେଶ୍ୱରୀ ମା' ବିମଳାଙ୍କୁ ଅର୍ପଣ କରିଥାଏ  । ଶ୍ରୀମନ୍ଦିର ମକରବେଢ଼ା ପରିକ୍ରମା ସମୟରେ ହଡ଼ପ ସେବକମାନଙ୍କ ଦ୍ୱାରା ବିବିଧ ପାନ ପ୍ରସ୍ତୁତ କରାଯାଇ ଏକ ଥାଳିରେ ମନ୍ଦିର ଆକୃତିରେ ସଜାଇ ବେଢ଼ା ପରିକ୍ରମା କରାଯାଏ  । ଶ୍ରୀଜୀଉଙ୍କୁ ସମର୍ପିତ ବିଡ଼ିଆ ପାନକୁ ସଂଗ୍ରହ କରି ମହାପ୍ରସାଦ ଭାବେ ପାଇ ନିଜକୁ ପରମ ସୌଭାଗ୍ୟ ମଣେ ଭକ୍ତଟିଏ  । ଏହିଦିଗରୁ ବି·ର କଲେ, ତେଣୁ ଶ୍ରୀମନ୍ଦିରେ ଗୁଟ୍ଖା ଭଳି ସମ୍ପୂର୍ଣ୍ଣ ପାନ ବନ୍ଦ ଏକ ପ୍ରକାର ଅଯୌକ୍ତିକ ବୋଲି କୁହାଯାଇପାରେ  ।
ଦେଶର ·ରି ଧାମ ମଧ୍ୟରୁ ଏହି ଗୋଟିଏ ଧାମ ଶ୍ରୀକ୍ଷେତ୍ର ପୁରୀ  । ଜୀବନ୍ତ ଦେବତା ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୂଜା କରନ୍ତି ବିଶ୍ୱବାସୀ  । ପୁରୀକୁ ପୃଥିବୀର ବୈକୁଣ୍ଠ ଭାବେ ମଧ୍ୟ ଅଭିହିତ କରାଯାଏ  । ମାତ୍ର ପୃଥିବୀର ବୈକୁଣ୍ଠ ରୂପକ ଏହି ଶ୍ରୀକ୍ଷେତ୍ରରେ ଏବେ ମଦ, ଗଞ୍ଜେଇ, ବ୍ରାଉନସୁଗର ଭଳି ମାରାତ୍ମକ ନିଶା ଦ୍ରବ୍ୟର କାରବାର ବ୍ୟାପକ ହେଉଥିବା ଦେଖିବାକୁ ମିଳୁଛି  । ଏଥିପାଇଁ ନାନା ଅପରାଧ ମଧ୍ୟ ଘଟୁଛି  । ଅନେକ ସମୟରେ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିବା ସହ ସଂଶ୍ଲିଷ୍ଟ ବ୍ୟକ୍ତିକୁ ମଧ୍ୟ ଗିରଫ କରୁଛି  । ମାତ୍ର ଆଧ୍ୟାତ୍ମିକ ମହତ୍ତ୍ୱ ରଖୁଥିବା ଶ୍ରୀକ୍ଷେତ୍ରରେ ନିଶା କାରବାରର ମୂଳୋତ୍ପାଟନ ହୋଇପାରୁନି  । କାରଣ ଏଠାରେ ଏବେ ୧୬ଟି ବିଦେଶୀ ଓ ଗୋଟିଏ ଦେଶୀ ମଦ ଦୋକାନକୁ ମିଶାଇ ସମୁଦାୟ ୧୭ଟି ସରକାରଙ୍କ ଲାଇସେନ୍ସ ପ୍ରାପ୍ତ ମଦଦୋକାନ ରହିଛି  । ମଦକୁ ଛାଡ଼ିଦେଲେ ଯଦିଓ ଗଞ୍ଜେଇ, ବ୍ରାଉନସୁଗାର ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ବେପାର ପାଇଁ କାହାକୁ ଲାଇସେନ୍ସ ଦିଆଯାଇନାହିଁ ତଥାପି ଲୁ· ଛପାରେ ବି କେତେକ ସ୍ଥାନରେ ଏସବୁର ବେଧଡ଼କ କାରବାର ·ଲିଛି  । ଧାର୍ମିକ ମନୋଭାବ ନେଇ ବିଶ୍ୱର କୋଣ ଅନୁକୋଣରୁ ପୁରୀକୁ ଲୋକଙ୍କ ସୁଅ ଛୁଟୁଥିବା ବେଳେ ଏବେ ମଉଜ ମଜଲିସ ପାଇଁ କେତେକ ପୁରୀ ଆସୁଥିବା ଦେଖିବାରୁ ମିଳୁଛି  । ଅନେକେ ହୋଟେଲ ଭିତରେ ମଦ-ମାଂସର ଆସର ଜମାଇ ପୁଣି ସେମାନଙ୍କ ଗନ୍ତବ୍ୟ ସ୍ଥଳକୁ ଫେରିଯାଉଛନ୍ତି  । ଏପରି ପରିସ୍ଥିତିରେ ଗତବର୍ଷ ଉତ୍ତର ପ୍ରଦେଶ ସରକାର ନେଇଥିବା ଗୁତୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଏଠି ଦୋହରାଇବା ଉଚିତ ହେବ  । ଗତବର୍ଷ ଏକ ସ୍ୱ୍ୱାଗତଯୋଗ୍ୟ ନିଷ୍ପତ୍ତି ନେଇଥିଲେ ଉତ୍ତର ପ୍ରଦେଶ ସରକାର  । ଭଗବାନ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଜନ୍ମକ୍ଷେତ୍ର ଅଯୋଧ୍ୟା ଓ ମଥୁରାରେ ସମସ୍ତ ମଦ ଦୋକାନର ଲାଇସେନ୍ସ ରଦ୍ଦ କରି ସେଠାରେ ମଦ ଓ ମାଂସ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଥିଲେ  । ଫଳରେ ସେଠାରେ ଏବେ ଆଉ ମଦ କି ମାଂସ ମିଳୁନାହିଁ  । ମଥୁରାରେ ମଦ ଦୋକାନ ସହିତ ଭାଙ୍ଗ ଦୋକାନକୁ ମଧ୍ୟ ବନ୍ଦ କରାଯାଇଛି  । ପୂର୍ବରୁ ସେଠାରେ ମଦ ଓ ଭାଙ୍ଗର ପ୍ରାୟ ୩୭ଟି ଲାଇସେନ୍ସ ପ୍ରାପ୍ତ ଦୋକାନ ରହିଥିଲା  । ଏହା ସହ ମଥୁରା ସହରରେ ୩ରୁ ଅଧିକ ହୋଟେଲର ବାର୍ ମଧ୍ୟ ଥିଲା ଯାହାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି  । ସବୁଠାରୁ ବଡ଼ କଥା ହେଲା ସରକାର ସେଠି ମଦ ଓ ଭାଙ୍ଗ ଦୋକାନ ବନ୍ଦ କରି ଏବେ କ୍ଷୀର, ଦହି, ଛେନା ଭଳି ଦୁଗ୍ଧ ଜାତୀୟ ଦ୍ରବ୍ୟର ଦୋକାନ ବଢାଇବାକୁ ପ୍ରୋତ୍ସାହନ ଦେଉଛନ୍ତି  । ତେବେ ଆମକୁ ମଧ୍ୟ ଅଯୋଧ୍ୟା ଓ ମଥୁରା ମଡେଲକୁ ଅନୁସରଣ କରିବାକୁ ପଡ଼ିବ  । ଶ୍ରୀମନ୍ଦିର ଭିତରେ ଖାଲି ପାନ- ପାନ ଗୁଟ୍ଖା ବନ୍ଦ କରିଦେଲେ ହେବନି । ଏହା ସହ ଶ୍ରୀମନ୍ଦିରଠୁ ଗୁଣ୍ଡି· ମନ୍ଦିର ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ବ୍ୟାସାର୍ଦ୍ଧର ଏକ ଆଧ୍ୟାତ୍ମିକ କ୍ଷେତ୍ର ନିର୍ଦ୍ଧାରଣ କରିବାକୁ ପଡ଼ିବ  । ଯେଉଁଠାରେ କି ସମସ୍ତ ମଦ ଦୋକାନର ଲାଇସେନ୍ସ ରଦ୍ଦ କରିବା ସହ ମଦ ଓ ମାଂସ ବିକ୍ରି ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ଆବଶ୍ୟକ  । ଏହା ସହିତ ସେହି ସ୍ଥାନରେ ଥିବା ମଣ୍ଡପ ଗୁଡ଼ିକ ଯେଉଁଠାରେ କି ବିବାହ ବ୍ରତରେ ମଦ ଓ ଆମିଷ ଖାଦ୍ୟ ଉପଲବ୍ଧ ରହୁଛି ସେଗୁଡ଼ିକ ଉପରେ କଟକଣା ଲଗାଇବା ଉଚିତ ହେବ ।
ଶ୍ରୀକ୍ଷେତ୍ରକୁ ଆଧ୍ୟାତ୍ମିକତାର ପ୍ରାଣକେନ୍ଦ୍ର କରିବାକୁ ହେଲେ କେବଳ ଗୁଟଖା କି ପାନ ନୁହେଁ ଅନେକ ଐତିହ୍ୟର କଥା ମଧ୍ୟ ଯୋଡ଼ାଯାଇପାରେ  । ଯେଭଳିକି ସାରିଆ ଭିକ, ସାଲବେଗଙ୍କ ଠାରୁ ଭିକାରୀ ବଳଙ୍କ ଭଜନଜଣାଣ କି ଗୀତଗୋବିନ୍ଦ କିମ୍ବା ସମାସାମୟିକ କଣ୍ଠଶିଳ୍ପୀଙ୍କ ଭଜନକୁ ଶ୍ରୁତିମଧୁର ସ୍ୱ୍ୱରରେ ସର୍ବଦା ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ବଜାଯାଇପାରେ । ବୃଦ୍ଧାବୃଦ୍ଧାଙ୍କ ପାଇଁ ଶ୍ରୀଜଗନ୍ନାଥଙ୍କର ସ୍ୱତନ୍ତ୍ର ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇପାରେ  । ହେରିଟେଜ୍ କରିଡ଼ର କରାଯାଇ ଶ୍ରୀଜଗନ୍ନାଥଙ୍କ ବେଶ, ମହିମା, ନୀତିକାନ୍ତିକୁ ଆହୁରି ବ୍ୟାପକ ଭାବରେ କାନ୍ଥରେ ଚିତ୍ର କରାଯାଇପାରେ  । ନରେନ୍ଦ୍ର ପୋଖରୀ ହେଉ କି ବେଳାଭୂମି ସନ୍ଧ୍ୟା ଆଳତୀର ପ୍ରତ୍ୟେହ ବ୍ୟବସ୍ଥା କରାଯାଇପାରେ  । ଏମିତି ଅନେକ ବିଷୟକୁ ଆଖି ଆଗରେ ରଖି ପୁରୀକୁ ବିଶ୍ୱସ୍ତରୀୟ କରିବାକୁ ସ୍ୱ୍ୱତନ୍ତ୍ର ଟିମଟିଏ ଗଠନ କରାଯାଉ  । ଯେଉଁ ଟିମରେ ପୁରୀ ମନ୍ଦିରର ପ୍ରମୁଖ ସେବାୟତ, ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଆରକ୍ଷୀ ଅଧିକାରୀ, ସମାଜସେବୀ, ଶ୍ରୀଜଗନ୍ନାଥ ପ୍ରେମୀ ଓ ଗବେଷକଙ୍କୁ ନେଇ ଯୋଜନା ପ୍ରସ୍ତୁତ କରାଯାଉ ଓ ସେମାନଙ୍କୁ ଦେଶବିଦେଶ ପରିଭ୍ରମଣ କରିବାକୁ ଦିଆଯାଉ  । ଫଳରେ ସେମାନେ ବିଶ୍ୱର ପ୍ରମୁଖ ଧାର୍ମିକସ୍ଥଳୀ ବୁଲି ଅନୁଭୂତି ସଂଗ୍ରହ କରି ଆହୁରି ବ୍ୟାପକ କରିବାର ପଦକ୍ଷେପ ଗ୍ରହଣ କରିପାରିବେ । କେବଳ ଅଧିକାରୀ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ନୁହେଁ ଜଣେ ସଂସ୍କୃତିପ୍ରେମୀ ଓ ଅନିସନ୍ଧିତ୍ସୁ ମନ ନେଇ ନିଜର ଜ୍ଞାନ ବୃଦ୍ଧି କରିବା ସହିତ ନିଜର ଦୃଷ୍ଟିଭଙ୍ଗୀକୁ କାର୍ଯ୍ୟରେ ଲଗାଇବାକୁ ଦେଶବିଦେଶ ଭ୍ରମଣ କରିବା ଉଚିତ ହେବ ବୋଲି ମୋର ବ୍ୟକ୍ତିଗତ ମତ ।
  ଶ୍ରୀକ୍ଷେତ୍ର ଭଳି ତୀର୍ଥ ସ୍ଥାନରେ ପରିକ୍ରମା ପ୍ରକଳ୍ପ କରି କେବଳ ଭୌତିକ ବିକାଶ କଲେ ହେବ ନାହିଁ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ବିକାଶ ହେବା ମଧ୍ୟ ଜରୁରି  । କାରଣ ଏହା କୋଟି କୋଟି ଓଡ଼ିଆଙ୍କ ପରିଚୟ  । ନିଜର ଭକ୍ତି ପିପାସାକୁ ଚରିତାର୍ଥ କରିବା ପାଇଁ କାହିଁ କେତେ ଦୂରରୁ ଭକ୍ତଟିଏ ଆସେ ପୁରୀ  । ଏଠାରେ ରହି ଶ୍ରୀମନ୍ଦିର ସହିତ ବିଭିନ୍ନ ମଠ ମନ୍ଦିର ବୁଲି ପୁଣ୍ୟ ଅର୍ଜନ କରେ ବୋଲି ବିଶ୍ୱାସ ରହିଛି  । ତେବେ ସେ ଯେମିତି ନିଶାଶକ୍ତ ଲୋକ କବଳରେ ପଡ଼ି କୌଣସି ଅସୁବିଧାର ସମ୍ମୁଖୀନ ନହୁଏ ସେଥିପ୍ରତି ମଧ୍ୟ ଆମକୁ ସଚେତନ ହେବାକୁ ପଡ଼ିବ  । ମଦ, ଗଞ୍ଜେଇ, ବ୍ରାଉନସୁଗର ଭଳି ନିଶା ପୁରୀର ଗଳିକନ୍ଦିରେ ମିଳୁଛି, ଯାହା କବଳରେ ଶିକାର ହେଉଛନ୍ତି ମୁଷ୍ଟିମେୟ ଯୁବଗୋଷ୍ଠୀ  । ନିଶାସେବନ କରି ବିଭିନ୍ନ ଅପରାଧିକ କାର୍ଯ୍ୟରେ ଜଡ଼ିତ ହେବା ସହ ଓଡ଼ିଶା ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଠାରୁ ଡ଼କାୟତି, ଛିନତାଇ କରୁଛନ୍ତି  । ଏହା ପୁରୀ ତଥା ଓଡ଼ିଶାର ଗୌରବର ବୃଦ୍ଧି ହାନି କରୁଛି । ଯଦି ଆମେ ଶ୍ରୀମନ୍ଦିରରେ ଗୁଟଖା ଓ ପାନକୁ ବାରଣ କରିପାରୁଛେ,ତେବେ ଏହାର ଆଧ୍ୟାତ୍ମିକ ପରିସୀମା ମଧ୍ୟରେ ଆମେ ଅନ୍ୟ ନିଶାକୁ କାହିଁକି ନିଷେଧ କରିପାରିବାନି?
ନାୟକାଣୀଡିହି, ଭଦ୍ରକ
 ମୋ: ୭୮୦୯୦୩୭୬୦୮