ଚାଟଶାଳୀ ପାଠ ପ୍ରଚଳନ ହେବା ଜରୁରୀ

 ପୁରୀ:  ସମତା ସାହିତ୍ୟ ସମିତି ପୁରୀ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଓଡ଼ିଶା ସଂଗୀତ ପରିଷଦ ଠାରେ ମାତୃଭାଷାର ସୁରକ୍ଷା ଶୀର୍ଷକ ଆଲୋଚନା ଚକ୍ର ସହ କବିତା ପାଠୋସôବ ଅନୁଷ୍ଠିତ ହୋଇଯାଇଛି । ସମିତି ସଭାପତି ପ୍ରତିଭା ତ୍ରିପାଠୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଆଲୋଚନାରେ ମତପ୍ରକାଶ ପାଇଥିଲା ଓଡ଼ିଆ ବର୍ଣ୍ଣବୋଧ ପ୍ରକାଶ ହେବା ଉଚିତ । ପ୍ରାଥମିକସ୍ତରରୁ ଶିଶୁଟି ଓଡ଼ିଆ ଭାଷାର ମୌଳିକ ବର୍ଣ୍ଣ ଓ ଲିପି ଉପରେ ବିଶେଷ ଜ୍ଞାନ ଆହରଣ କରିପାରିବ । ଅତୀତର ଚାଟଶାଳି ପାଠ ଧାରା ପୁର୍ଣ୍ଣ ପ୍ରଚଳନ ହେବା ଜରୁରୀ । ଅତିଥିଭାବେ ଯୋଗଦେଇଥିଲେ ପ୍ରାଧ୍ୟାପକ ପ୍ରମୋଦ ପଣ୍ଡା, ଶିକ୍ଷାବିତ୍ ପ୍ରଭାତ ଚନ୍ଦ୍ର ରଥ, ପଣ୍ଡିତ ସଦାଶିବ ମିଶ୍ର, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଉପନିଦେ୍ର୍ଦଶକ ସନ୍ତୋଷ ସେଠୀ, ସମ୍ପାଦକ ଭାଗବତ ପ୍ରସାଦ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ସମିତିର ସଦସ୍ୟା ଡ. ସସ୍ମିତା ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ, ସଦସ୍ୟ ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଆଲୋଚନାର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ । ଏଥିରେ ପଣ୍ଡିତ ଦୟାନିଧି ତ୍ରିପାଠୀ, ଡ. ଅଶୋକ ମିଶ୍ର, ଅଶୋକ ମହାନ୍ତି, ଅଧ୍ୟାପକ ଭାରତୀ ଭୂଷଣ ଦାସ, ବିଚିତ୍ର ରଞ୍ଜନ ମହାପାତ୍ର, କ୍ରିଷ୍ଣା ମହାପାତ୍ର, ଅନନ୍ତ ପ୍ରଧାନ, ମୀରା ମହାନ୍ତି, ବିଶ୍ୱବନ୍ଧୁ ଦାଶ, ଶର୍ମିଷ୍ଠା ଜେନା, ଦେବୀଦତ୍ତ ମିଶ୍ର, ଅନୁକୂଳ ସେଠୀ, ଅରୁଣିମା ନନ୍ଦ, ପ୍ରମୁଖଙ୍କ ସମେତ ଅନେକ ଲେଖକ ଅଂଶଗ୍ରହଣ କରିଥିଲେ । ଶେଷରେ ପ୍ରଦୀପ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।