ପାକିସ୍ତାନ ସହିତ ସଂଘର୍ଷରେ ଭାରତର ଖର୍ଚ୍ଚ କେତେ? 

ମହାମେଘବାହନ ଐର ଖାରବେଳ ସ୍ୱାଇଁ : ୧୯୪୮ରେ ମହାତ୍ମା ଗାନ୍ଧୀଙ୍କର ନାଥୁରାମ ଗଡସେ ଦ୍ୱାରା ହତ୍ୟା ପରେ ୨୦୨୫ରେ ପହେଲଗାମରେ ୨୬ଜଣ ପର୍ଯ୍ୟଟକମାନଙ୍କର ହତ୍ୟା ବଡ଼ ଗୁରୁତ୍ୱପୂର୍ଣ୍ଣ ଘଟଣା ଅଟେ । ପ୍ରତିଦିନ ହିଁ ପାକିସ୍ତାନ ପୋଷିତ ଆତଙ୍କବାଦୀମାନେ ଭାରତକୁ ଆକ୍ରମଣ କରିବେ କ’ଣ ତାହାକୁ ନେଇ ଭୟ ସୃଷ୍ଟି ହେଉଛି । ଏଇ ଧରଣର ଯେଉଁ ଉତ୍ତେଜନା ସୃଷ୍ଟି ହେଉଛି ତାହା ହେଉଛି ଏତେ ଅଦୃଶ୍ୟ ଯେ, ଭାରତ ମଧ୍ୟ ଏହି ଧରଣର ଖର୍ଚ୍ଚର ହିସାବ ଏ ପର୍ଯ୍ୟନ୍ତ ପାଇନାହିଁ । 
ପୃଥିବୀ ଅନେକ ଗୁଡ଼ିକ ଯୁଦ୍ଧ ଓ ଆକ୍ରମଣ ଦେଖିଛି । ତେବେ ମଣିଷର ମୃତୁ୍ୟର ଖର୍ଚ୍ଚ ସାମ୍ପ୍ରଦାୟିକ ଉତ୍ତେଜନାର ଖର୍ଚ୍ଚ ଓ ବିକାଶ ଉପରେ ଏହାର କୁପ୍ରଭାବ ଏବଂ ନୈତିକ ଦ୍ୱନ୍ଦ୍ୱ ଏତେ ଯେ, ରାଷ୍ଟ୍ରପୋଷିତ ଆତଙ୍କବାଦୀମାନଙ୍କୁ ଶେଷ କରାଯିବ କି ନାହିଁ ଓ କିପରି କରାଯିବ ତାହା ଉପରେ ଦ୍ୱନ୍ଦ୍ୱ ସୃଷ୍ଟିହୋଇଛି । ପାକିସ୍ତାନର ବନ୍ଧକ ଥିବା ନାଗରିକମାନଙ୍କୁ ଭାରତ ୮ ଦଶନ୍ଧି ହେଲା ସାଂଗରେ ନେଇ ଚାଲିଛି । ପାକିସ୍ତାନ ସହିତ ସଂଘର୍ଷର ଖର୍ଚ୍ଚ ପ୍ରଥମରୁ ହିଁ ଚାଲି ଆସିଛି । ଦେଶ ବିଭାଜନ ହେବାର ମାତ୍ର ୫ ମାସ ପରେ ମହାତ୍ମା ଗାନ୍ଧୀଙ୍କୁ ହତ୍ୟା କରାଗଲା ଯିଏ ବ୍ରିଟିଶମାନଙ୍କ ବିରୁଦ୍ଧରେ ଶାନ୍ତିପୂର୍ଣ୍ଣ ଲଢ଼େଇ ଚଳେଇଥିଲେ । ଭାରତର ଲୋକ ହିଁ ଗାନ୍ଧୀଙ୍କୁ ହତ୍ୟା କରିଥିଲେ । ଗାନ୍ଧୀଙ୍କୁ ହତ୍ୟା କରିବାର ନାଥୁରାମ ଗଡସେଙ୍କର ଉଦେ୍ଦଶ୍ୟ ଥିଲା ଯେ, ଗାନ୍ଧୀ ପାକିସ୍ତାନ ପ୍ରତି ଉଦାର ଥିଲେ । ଯେଉଁ ମୁସଲମାନମାନେ ଭାରତ ଛାଡ଼ି ପାକିସ୍ତାନକୁ ଯାଇଥିଲେ ସେମାନଙ୍କ ପ୍ରତି ଗାନ୍ଧୀ ବଡ଼ ଉଦାର ଥିଲେ । ଭାରତୀୟ ମୁସଲମାନମାନେ ସେତେବେଳେ ବଡ଼ ଆଶ୍ୱସ୍ତ ଥିଲେ ଯେ, ଗାନ୍ଧୀ ଭାରତରେ ଏକ ଧର୍ମନିରପେକ୍ଷ ସମ୍ବିଧାନ ସୃଷ୍ଟି କରିଥିଲେ । ଭାରତକୁ ଏକ ହିନ୍ଦୁ ରାଷ୍ଟ୍ର ହିସାବରେ ସେ ଗଢ଼ିନଥିଲେ । ମୂଳରୁ ହିଁ ଦ୍ୱିଜାତୀୟ ତତ୍ତ୍ୱ ସୃଷ୍ଟି ହୋଇଥିଲା ଯେ, ହିନ୍ଦୁ ଓ ମୁସଲମାନମାନେ ହେଉଛନ୍ତି ଅଲଗା । 
ଜାମ୍ମୁ ଓ କାଶ୍ମୀର 
ଜାମ୍ମୁ ଓ କାଶ୍ମୀରରେ ଦ୍ୱିତୀୟ ବିଲ୍ ସୃଷ୍ଟି ହୋଇଥିଲା ଧାରା ୩୭୦ ଲାଗୁ ହେବାରୁ, ଯାହା ଗୋଟିଏ ବଡ଼ ଦ୍ୱନ୍ଦ୍ୱ ଥିଲା । ତାହା ଆଇନଗତ ଭାରତରେ ମିଶ୍ରଣ ହେତୁ ସେତେବେଳେ ସମାଧାନ ହୋଇଥିଲା । ତେବେ ସେତିକିବେଳେ ଅକ୍ଟୋବର ୧୯୪୭ରେ କାଶ୍ମୀରକୁ ନେଇ ଗୋଟିଏ ଯୁଦ୍ଧ ସୃଷ୍ଟି ହୋଇଥିଲା । ଏହା ପରଠାରୁ ଭାରତରେ ହଜାର ହଜାର ଜୀବନ ନଷ୍ଟ ହୋଇଛି ସାମରିକ ବିକାଶରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ପାକିସ୍ତାନରୁ ଆସିଥିବା ସଂଖ୍ୟାଲଘୁ ହିନ୍ଦୁଙ୍କୁ ଖାଇବାରେ ବହୁତ ଅର୍ଥ ଦିଆଯାଇଛି । ଜାମ୍ମୁ ଓ କାଶ୍ମୀରକୁ ବହୁତ ଅଧିକ ସଂଖ୍ୟରେ ସେନାବାହିନୀ ଦିଆଯାଇଛି ଏବଂ ଭାବନାତ୍ମକ ଦୃଷ୍ଟିକୋଣରୁ ଏହି ଅଂଚଳକୁ ଭାରତ ସହିତ ମିଶାଇବାକୁ ଚେଷ୍ଟା କରାଯାଇଛି । 
୧୯୬୫ର ଯୁଦ୍ଧ
ଇତିମଧ୍ୟରେ ଭାରତ ସହ ପାକିସ୍ତାନର ତିନିତିନିଟି ଯୁଦ୍ଧ ହୋଇସାରିଛି, ଯେଉଁଥିରେ ଅଛି ୧୯୬୫, ୧୯୭୧ ଓ ୧୯୯୯ର ଯୁଦ୍ଧ । ଭାରତ ସହ ପାକିସ୍ତାନର ଶାନ୍ତିଚୁକ୍ତି ହେବାର ମାତ୍ର କେତେ ସପ୍ତାହ ପରେ ପାକିସ୍ତାନର ସେନା କାର୍ଗିଲରେ ଆସି ଅପ୍ରତ୍ୟାଶିତ ଭାବରେ କେତେକ ପାହାଡ଼ ଅଂଚଳକୁ ଜବରଦଖଲ କରିନେଇଥିଲେ । ଏହାକୁ ନେଇ ପାକିସ୍ତାନ ସହିତ ଭାରତର ଯେଉଁ ଯୁଦ୍ଧ ହୋଇଥିଲା ସେଥିରେ ହଜାର ହଜାର ସୈନିକ ଓ ନାଗରିକ ମୃତୁ୍ୟବରଣ କରିଥିଲେ । ଏହାଫଳରେ ଯେଉଁ ଅର୍ଥବ୍ୟୟ ହେଲା ସେଗୁଡ଼ିକ ସ୍କୁଲ, ରାସ୍ତା ଓ କାରଖାନା ଇତ୍ୟାଦିମାନଙ୍କରେ ଖର୍ଚ୍ଚ ହୋଇପାରିଥାନ୍ତା ଯାହା ନ ହୋଇ ଟ୍ୟାଙ୍କ, ରାଡାର, ବନ୍ଧୁକ ଓ ସେନାବାହିନୀ ପରିଚାଳନାରେ ଖର୍ଚ୍ଚ ହୋଇଥିଲା । ଏହି ଖର୍ଚ୍ଚ ଯେ, କେବଳ ସୀମାନ୍ତ ଅଞ୍ଚଳରେ ହୋଇଥିଲା ତାହା ନୁହେଁ ୨୦୦୧ରେ ଭାରତର ସଂସଦ ଉପରେ ପାକିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ୨୦୦୮ରେ ମୁମ୍ବାଇରେ ପାକିସ୍ତାନୀ ଆତଙ୍କବାଦୀମାନେ ଅପ୍ରତ୍ୟାଶିତ ଭାବେ ପଶି ଓ ଆଖିବୁଜା ଗୁଳିକରି ମୁମ୍ବାଇର ଭିକ୍ଟୋରିଆ ଟର୍ମିନାଲ ରେଳ ଷ୍ଟେସନ, କେତେକ ହସପିଟାଲ ଓ ଇହୁଦୀ, ସିନାଗୋମାନଙ୍କରେ ପ୍ରାୟ ଅଢ଼େଇ ଶହରୁ ଅଧିକ ଲୋକଙ୍କୁ ମାରିଦେଇଥିଲେ ଓ ୫୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିଲେ । ଶେଷକୁ ପହେଲଗାମରେ ୨୬ଜଣ ପର୍ଯ୍ୟଟକଙ୍କୁ ସେମାନଙ୍କର ଧର୍ମ ପଚାରି ସେମାନଙ୍କୁ ଗୁଳି କରି ମାରିଦିଆଯାଇଥିଲା । ଏଥିପାଇଁ ଯେଉଁ ଖର୍ଚ୍ଚ ସବୁ ହୋଇଛି ତାହାର ଆକଳନ କରିବା କଷ୍ଟକର ଅଟେ । 
ପାକିସ୍ତାନର ଜଣେ ଜେନେରାଲ ଯେତେବେଳେ ଦ୍ୱିଜାତୀୟ ତତ୍ତ୍ୱ କଥା କହେ, ଅର୍ଥାତ ହିନ୍ଦୁ ମୁସଲମାନ ହେଉଛନ୍ତି ଅଲଗା ଓ ସେମାନେ ସାଂଗରେ ରହିପାରିବେ ନାହିଁ, ସେତେବେଳେ ନାନା ସଂଘର୍ଷ ସୃଷ୍ଟିହୁଏ । କିନ୍ତୁ ଏମାନେ ହଜାର ହଜାର ବର୍ଷ ଧରି ସାଂଗରେ ରହି ଆସିଛନ୍ତି  । ଏଣୁ ଭାରତ ଓ ପାକିସ୍ତାନର ଇତିହାସ ସମାନ କହିଲେ ଚଳେ । ଭାରତରେ ଏବେ ପ୍ରାୟ ୨୦କୋଟି ମୁସଲମାନ ଅଛନ୍ତି ଏବଂ ସେମାନଙ୍କୁ ସବୁବେଳେ ସନେ୍ଦହ କରାଯାଉଛି । କିଛି ଲୋକ ସେମାନଙ୍କୁ ପଚାରନ୍ତି ଯଦି ପାକିସ୍ତାନ ହେଉଛି ସେମାନଙ୍କ ଆତ୍ମାର ଦେଶ, ଭାରତ କେବଳ ଏକ ବାସସ୍ଥାନ କି? ଯଦିଓ ଅଳ୍ପ ଲୋକ ଏକଥା ପଚାରନ୍ତି କିନ୍ତୁ ଅନେକ ସମୟରେ ଏହି ବିଚାର ଉପରେ ନିର୍ବାଚନ ଗୁଡ଼ିକ ଅନୁଷ୍ଠିତ ହୋଇଥାଏ । ଏହା ଉତ୍ତେଜନା ବଢ଼ାଇଥାଏ ଓ ଅପମାନକୁ ବୃଦ୍ଧି କରିଥାଏ । 
ଆମୋଦ ପ୍ରମୋଦ, କ୍ରୀଡ଼ା ଓ ଏପରିକି ଭାଷା ଉପରେ ପାକିସ୍ତାନର ପ୍ରଭାବ ରହୁଛି । ଅନେକ ସମୟରେ ଭାରତକୁ କୁହାଯାଉଛି ଯେ, ପାକିସ୍ତାନ କଳାକାର ବା ଖେଳାଳିମାନଙ୍କୁ ବାସନ୍ଦ ନ କରିବା ପାଇଁ । ଏହି ଧରଣର ପରାମର୍ଶ ଯଦି ନୈତିକତା ଦୃଷ୍ଟିରୁ ଦୃଢ଼ ଅଟେ କିନ୍ତୁ ବାସ୍ତବତାରେ ତାହା ଘଟେ ନାହିଁ । ଏହାହେଉଛି ଗୋଟିଏ ତିକ୍ତ ବିଡ଼ମ୍ବନା ଯେଉଁଥିରେ ପାକିସ୍ତାନୀ କ୍ରିକେଟ୍ ଟିମ୍କୁ ଉତ୍ସାହିତ କରାଯାଏ, କିନ୍ତୁ ସେହି ଦେଶ ଦ୍ୱାରା ଭାରତୀୟମାନଙ୍କୁ ହତ୍ୟା କରାଯାଇଥିଲା ବେଳେ ସେଥିପାଇଁ ସେ ଦେଶରେ କେହି ଦୁଃଖ କରନ୍ତି ନାହିଁ । 
ଅଧିକାଂଶ ଭାରତୀୟ ପାକିସ୍ତାନୀମାନଙ୍କୁ ଭାରତ ଅପେକ୍ଷା ଅଲଗା ବୋଲି ବିଚାରନ୍ତି ଓ ପାକିସ୍ତାନୀ ସେନାଧ୍ୟକ୍ଷମାନଙ୍କୁ ସେମାନଙ୍କ ଲୋକଙ୍କଠାରୁ ଅଲଗା ବୋଲି ମଧ୍ୟ ବିଚାର କରନ୍ତି । ଯଦିଓ ମଝିରେ ମଝିରେ ଦୁଇ ଦେଶର ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଥାଏ, କିନ୍ତୁ କେହି କାହାରିକି ବିଶ୍ୱାସ କରନ୍ତି ନାହିଁ । ପାକିସ୍ତାନ ଆତଙ୍କବାଦୀମାନେ ଭାରତ ଉପରେ ବାରମ୍ବାର ଆକ୍ରମଣ କଲେ ଓ କ୍ଷତି କଲେ ସେ ସମ୍ପର୍କ ଗଢ଼ି ଉଠିପାରେ ନାହିଁ । ପାକିସ୍ତାନ ଭଳି ଦେଶ ଏହା କହିଛି ଯେ, ଗୋଟିଏ ଆଞ୍ଚଳିକ ଶାନ୍ତି ପ୍ରତିଷ୍ଠା ହେବା ଉଚିତ ଯାହା ଫଳରେ ଏହି ଅଂଚଳର ସମୃଦ୍ଧି ଆସିବ ଯେମିତି ୟୁରୋପ ଓ ଦକ୍ଷିଣ ପୂର୍ବ ଏସିଆରେ ଆସିଛି । କିନ୍ତୁ ଏହି ଶାନ୍ତି ଦକ୍ଷିଣ ଏସିଆରେ ଆସିନାହିଁ । ଦକ୍ଷିଣ ଏସିଆର ଭାରତ ପାକିସ୍ତାନ ଓ ବଂଗଳାଦେଶ ମଧ୍ୟରେ ଆଦୌ ସୁସମ୍ପର୍କ ନାହିଁ । 
ପାକିସ୍ତାନ ଭାରତର କେତେ କ୍ଷତି କରିବ?
ବର୍ତ୍ତମାନ ପ୍ରଶ୍ନ ହେଉଛି ପାକିସ୍ତାନ କେବେ କେମିତି ତା’ର ସଫଳତାକୁ ମାପିବ  । ଭାରତର କେତେ କ୍ଷତି ପାକିସ୍ତାନ କରୁଛି ତାହା ଉପରେ ତା’ର ସଫଳତା ନିର୍ଭର କରୁଛି କି? ଏଠାରେ ନାନା ପ୍ରକାର ପ୍ରମାଣ ଅଛି ଯାହା କେବଳ ସାମାଜିକ ଗଣମାଧ୍ୟମରେ ଆସୁଛି ତାହା ନୁହେଁ ବରଂ ପାକିସ୍ତାନର ସାମରିକ ମୁଖ୍ୟମାନଙ୍କ ପାଖରୁ ଆସୁଛି ଯାହାକୁ ପାକିସ୍ତାନର ମାନସିକତା ମଧ୍ୟକୁ ପୂରେଇ ଦିଆଯାଉଛି । ପାକିସ୍ତାନ କେତେ ଥର ହାରିଲାଣି ତାହାକୁ ମନେ ରଖୁନାହିଁ । ପ୍ରତ୍ୟେକ ବିକାଶ କ୍ଷେତ୍ରରେ ଦେଖାଯାଉଛି ଯେ, ଅତୀତରେ ଏହା ଥରେ ଭାରତ ସହିତ ସମାନ ଥିଲା ବା ଭାରତ ଅପେକ୍ଷା ଅଳ୍ପ କିଛି ଭଲ ଥିଲେ ମଧ୍ୟ ବର୍ତ୍ତମାନ ଅବସ୍ଥା ସେୟା ନୁହେଁ । ପାକିସ୍ତାନ ଏବେ ବହୁ ଦ୍ରୁତଗତିରେ କ୍ରମଶଃ ତଳକୁ ତଳ ଖସୁଛି । ଏହା ଏକ ମରୀଚିକା ପଛରେ ଦୌଡ଼ୁଛି ଯେ, ସାମରିକ ଦୃଷ୍ଟିକୋଣରୁ ଏହା ଭାରତ ସହିତ ସମାନ ହୋଇଯିବ ବା ଭାରତକୁ ଅତିକ୍ରମ କରିଯିବ । ଭାରତର ଯେଉଁ ଜନମଙ୍ଗଳକାରୀ କାର୍ଯ୍ୟ ହେଉଛି ପାକିସ୍ତାନ ସେହିପରି ଜନମଙ୍ଗଳକାରୀ କାର୍ଯ୍ୟ କରିବ ଏକଥା ମନେ ହେଉନାହିଁ । ଜେନେରାଲ ସୈଦ୍ ଅସିମ ମୁନୀରଙ୍କ ପୂର୍ବରୁ ଜୁଲଫିକର ଅଲି ଭୁଟ୍ଟୋ କହିଥିଲେ ଯେ, ‘ଆମେ ଘାସ ଖାଇବୁ କିନ୍ତୁ ଆମର ନିଜର ପରମାଣୁ ବୋମା ତିଆରି କରିବୁ’ । ସେ ଏକଥା ମଧ୍ୟ କହିଥିଲେ ଯେ, ଭାରତ ସହିତ ସେ ହଜାର ବର୍ଷ ଯୁଦ୍ଧ କରିବାକୁ ରାଜି ଅଛନ୍ତି । ବର୍ତ୍ତମାନ ପାକିସ୍ତାନୀମାନେ ଅବଶ୍ୟ ଘାସ ଖାଉନାହାନ୍ତି, କିନ୍ତୁ ଆର୍ଥିକ ଦୃଷ୍ଟିକୋଣରୁ ସେମାନଙ୍କର ଅବସ୍ଥା ଶୋଚନୀୟ । ଗୋଟିଏ ସମୟ ଥିଲା ଯେତେବେଳେ ପାକିସ୍ତାନ ଆର୍ଥିକ ଦୃଷ୍ଟିକୋଣରୁ ଗୋଟିଏ ‘ଏଏଏ’ ରାଷ୍ଟ୍ର ଥିଲା ଅର୍ଥାତ ଆର୍ଥିକ ଦୃଷ୍ଟିକୋଣରୁ ଏହା ସବୁଠୁ ସମୃଦ୍ଧ ଥିଲା । ଏହାକୁ ଆଲ୍ଲା, ଆର୍ମି(ସେନାବାହିନୀ) ଓ ଆମେରିକା ଚଳାଉଥିଲେ । କିନ୍ତୁ ‘ଏଏଏ’ ମାନ୍ୟତାରୁ ଏହା ବର୍ତ୍ତମାନ ‘ଏଏସି’ ମାନ୍ୟତାକୁ ଖସିଛି ଏବଂ ଆମେରିକା ଜାଗାରେ ଚୀନ ବର୍ତ୍ତମାନ ପାକିସ୍ତାନର ମୁଖ୍ୟ ପୃଷ୍ଠପୋଷକ ହୋଇଛି । 
ଅପରେସନ ସିନ୍ଦୂର
ଅପରେସନ ସିନ୍ଦୂର ପାକିସ୍ତାନକୁ ଦ୍ୱିଜାତୀୟ ତତ୍ତ୍ୱରୁ ଅଲଗା କରାଯିବା ଉଚିତ । ପାକିସ୍ତାନ ଆଶା କରିପାରିବ ନାହିଁ ଯେ, ଭାରତ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ କିଛି କରିବ ନାହିଁ । ପାକିସ୍ତାନ ନିକଟରେ ପରମାଣୁ ବୋମା ଅଛି ବୋଲି ଡରି ଭାରତ ଏ ଦେଶ ବିରୁଦ୍ଧରେ କିଛି କରିବ ନାହିଁ ତାହା ସମ୍ଭବ ନୁହେଁ । ପାକିସ୍ତାନ କହିପାରିବ ନାହିଁ ଯେ, ଆତଙ୍କବାଦୀମାନେ ତା’ର ନୁହନ୍ତି ଏବଂ ସେମାନେ ପାକିସ୍ତାନ ନିୟନ୍ତ୍ରଣରେ ରହୁନାହାନ୍ତି । ଯେଉଁମାନେ ଭାରତର କ୍ଷତି କରୁଛନ୍ତି ସେମାନେ ପାକିସ୍ତାନ ରାଷ୍ଟ୍ରର ପୃଷ୍ଠପୋଷିତ ନୁହନ୍ତି । ଆତଙ୍କବାଦୀମାନେ ପାକିସ୍ତାନ ମଧ୍ୟରେ ରହି ନିଜ ଦେଶର ଅନେକ କ୍ଷତି କରୁଛନ୍ତି ଏବଂ ସେଥିପାଇଁ ସେମାନେ ଅନ୍ୟଦେଶର କ୍ଷତି କରିବେ ଏହା ଠିକ୍ ନୁହେଁ  । ନିଜର କ୍ଷତି ହେଲା ବୋଲି ଅନ୍ୟର କ୍ଷତି କରାଯିବ ଏହା ଏକ ଯୁକ୍ତି ନୁହେଁ । ଏ ଧରଣର କାର୍ଯ୍ୟ ସଦାସର୍ବଦା ଚାଲିପାରିବ ନାହିଁ । ଏପରିକି ଅନ୍ୟ ଦ୍ୱାରା ସାହାଯ୍ୟପ୍ରାପ୍ତ ହେଉଥିବା ଦେଶଟି କେବେ ହେଲେ ସମସ୍ତଙ୍କର କ୍ଷତି କରିପାରିବ ନାହିଁ । ପରମାଣୁ ଅସ୍ତ୍ରର ଭୟ ଅନ୍ୟକୁ ଦେଖାଇ ପାକିସ୍ତାନ ଭାରତକୁ ଡରାଇ ପାରିବ ନାହିଁ । କେବଳ ସମୃଦ୍ଧିକୁ ନେଇ ଦୁଇ ଦେଶ ସମାନ ହୋଇପାରନ୍ତି, ସାମରିକ ଶକ୍ତିକୁ ନେଇ ନୁହେଁ । ୧୯୫୦ ଦଶକରେ ଫ୍ରାନ୍ସର ଚାର୍ଲ୍ସ ଡି ଗଲ ରାଷ୍ଟ୍ରର ଅବମୂଲ୍ୟାୟନକୁ ମୁକାବିଲା କଲାବେଳେ କହିଥିଲେ ଯେ, ସେ ଦେଶକୁ ସେ ଏକ ଦୃଢ଼ ଶକ୍ତିଶାଳୀ ଓ ଆତ୍ମବିଶ୍ୱାସ ସମ୍ପନ୍ନ ବର୍ଦ୍ଧିଷ୍ଣୁ ଦେଶରେ ପରିଣତ କରିବାକୁ ଚାହାନ୍ତି । ଯେତେବେଳେ ଫ୍ରାନ୍ସ ଏକ ମୂଲ୍ୟାୟନର ଦେଶ ହୋଇଛି ସବୁକିଛି ସେଠାରେ ହେଉଛି ଏକ ଭ୍ରାନ୍ତି । ପାକିସ୍ତାନରେ ଏହିଭଳି ସ୍ପଷ୍ଟତା ଥିବା ନେତାଙ୍କର ଆବଶ୍ୟକତା ଅଛି । ଯିଏକି ତାଙ୍କ ନିଜର ଦେଶ ଲୋକଙ୍କ ପ୍ରତି ଅତ୍ୟନ୍ତ ସଚ୍ଚୋଟ ରହିବ । ପାକିସ୍ତାନ ତା’ର ପୂର୍ବ ସୀମାନ୍ତରେ ଯେଉଁ ଦେଶକୁ ଦେଖୁଛି ଅର୍ଥାତ ଭାରତ, ତାହାକୁ ସେ ପରାସ୍ତ କରିପାରିବ ନାହିଁ । ଭାରତ ପାକିସ୍ତାନରୁ କିଛି ଚାହେଁନା । ଭାରତ ପାକିସ୍ତାନ ସହିତ ଶାନ୍ତି ଚାହେଁ କିନ୍ତୁ ନିଜ ସର୍ତ୍ତରେ । ପାକିସ୍ତାନ ଯଦି ତା’ର ପ୍ରଗତି ଚାହେଁ ଓ ପ୍ରତାରଣା ଚାହେଁନା ତେବେ ଭାରତ ସହିତ ତା’ର ସୁସମ୍ପର୍କ ରହିବା ଉଚିତ । 
ଯାହା କ୍ଷତି ହୋଇଛି 
ପାକିସ୍ତାନ ପକ୍ଷରୁ ଗୁଳିଗୋଳା ଚାଳନା ଓ ଭାରତ ପକ୍ଷରୁ ତା’ର ପ୍ରତି ଜବାବ ଯୋଗୁଁ ଲକ୍ଷ ଲକ୍ଷ କୋଟି ଟଙ୍କାର ପ୍ରତ୍ୟକ୍ଷ ବା ଅପ୍ରତ୍ୟକ୍ଷ କ୍ଷତିହେଉଛି । ପାକିସ୍ତାନକୁ ରୋକିବା ପାଇଁ ଭାରତକୁ ତା’ର ପ୍ରତିରକ୍ଷା ବଜେଟକୁ ବହୁତ ବଢ଼େଇବାକୁ ପଡ଼ୁଛି । ଦଶନ୍ଧି ଦଶନ୍ଧି ଧରି ଆତଙ୍କବାଦ ଓ କାଶ୍ମୀରରେ ସେନାବାହିନୀ ମୁତୟନ ଯୋଗୁଁ ଆହୁରି ଲକ୍ଷ ଲକ୍ଷ କୋଟି ଖର୍ଚ୍ଚ ହେଉଛି ମଣିଷ ଓ ବିଭିନ୍ନ ପଦାର୍ଥର କ୍ଷତିରେ । ଏହାଦ୍ୱାରା ଗଭୀର ସାମାଜିକ କ୍ଷତ ସୃଷ୍ଟିହେଉଛି । ଏହାଫଳରେ ଭାରତରେ ଉତ୍ତେଜନା ସୃଷ୍ଟିହେଉଛି ଓ ଦଂଗା ଘଟୁଛି । କାଶ୍ମୀର ହିନ୍ଦୁମାନେ ସେହି ସ୍ଥାନ ଛାଡ଼ି ପଳାୟନ କରୁଛନ୍ତି, ମୁସଲମାନମାନଙ୍କୁ ପାକିସ୍ତାନୀମାନେ ତାଙ୍କ ନିଜ ଦୃଷ୍ଟିକୋଣରୁ ଦେଖୁଛନ୍ତି ଅର୍ଥାତ୍ ତାଙ୍କର ସମର୍ଥକ ହିସାବରେ ଦେଖୁଛନ୍ତି । ଦୁଇ ଦେଶ ମଧ୍ୟରେ ଯେଉଁ ବଜାର ଓ ବାଣିଜ୍ୟ ଚାଲିଥିଲା ତାହା କ୍ରମଶଃ ନଷ୍ଟ ହେଉଛି । କେନ୍ଦ୍ରୀୟ ଏସିଆ ଓ ଅଫଗାନୀସ୍ତାନ ସହିତ ଭାରତର ବାଣିଜ୍ୟ ଆଉ ଚାଲିପାରୁନାହିଁ । ଏଥିପାଇଁ ଗୁଡ଼ାଏ ସୁଯୋଗ ନଷ୍ଟ ହେଉଛି । ଅନେକ ସମୟରେ ପାକିସ୍ତାନ ସୀମା ଉପରେ ସବୁ କିଛି ନିର୍ଭର କରୁଛି ଏବଂ ଚୀନ ସହ ଭାରତର ସମ୍ପର୍କ ତଥା ଆରବ ଜଗତ ଓ ବଂଗଳାଦେଶ ସହିତ ସେହି ସମ୍ପର୍କ ନଷ୍ଟ ହେଉଛି । 
ର-ଜ୍ଞବସକ୍ଷ:ଳଷବକ୍ସବଭରକ୍ଷବଗ୍ଦଙ୍ଗବସଦ୍ଭ(ଅଶଜ୍ଞବସକ୍ଷ.ମକ୍ଟଜ୍ଞ   
ମୋବାଇଲ୍ -୯୪୩୭୦୨୦୨୯୦