ସାର ଦାବିରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

 ଗୋଲାମୁଣ୍ଡା :   ୟୁରିଆ ସାର ଦାବିରେ ରାସ୍ତା ଓହ୍ଲାଇଲେ ଚାଷୀ । ବର୍ତ୍ତମାନ ସାରା କଳାହାଣ୍ଡି ଜିଲ୍ଲାରେ ୟୁରିଆ ସାରର ଘୋର ଅଭାବ ଦେଖା ଦେଇଥିବାବେଳେ ଆଜି ସକାଳରୁ ୟୁରିଆ ଦାବିରେ ଗୋଲାମୁଣ୍ଡା ବ୍ଲକ ଚପ୍ରିଆ ସେବା ସମବାୟ ସମିତି ସମ୍ମୁଖରେ ଗୋଲାମୁଣ୍ଡା - କେଗାଁ ମୁଖ୍ୟ ରାସ୍ତାରେ ଅଞ୍ଚଳର ଚାଷୀମାନେ ଧାରଣା ଦେଇଛନ୍ତି । ଚପ୍ରିଆ ସେବା ସମବାୟ ସମିତିକୁ ୫୦୦ପ୍ୟାକଟ୍ ୟୁରିଆ ଆସିଥିବାବେଳେ ହଜାର ହଜାର ସଂଖ୍ୟାରେ ଚାଷୀ ସକାଳ ୫ ଘଣ୍ଟା ସମୟରୁ ଅପେକ୍ଷା କରିଥିଲେ  । ଏତେ ସଂଖ୍ୟକ ଚାଷୀଙ୍କୁ ଦେଖି ୟୁରିଆ କମ୍ ଥିବାରୁ ଚପ୍ରିଆ ସେବା ସମବାୟ ସମିତି ପକ୍ଷରୁ ୟୁରିଆ ସାର ଦେବାରେ ଅସମର୍ଥ ହେବାରୁ ଶେଷରେ ଚାଷୀମାନେ ରାସ୍ତା ଅବରୋଧ କରି ଧାରଣାରେ ବସିଥିଲେ । କେଗାଁ, ଖଲିଆପାଲି, ସିନାପାଲି ଓ ନୂଆଗାଁ ଗ୍ରାପଞ୍ଚାୟତର ହଜାର ହଜାର ଚାଷୀ ଧାରଣ ଦେଇଥିବାବେଳେ ଖବର ଲେଖା ପର୍ଯ୍ୟନ୍ତ କୌଣସି ପ୍ରକାର ସମାଧାନ ହୋଇ ନ ଥିଲା ।