ଭାଟର ତାଲିକା ସଂଶୋଧନ ପାଇଁ ବୈଠକ


ାା ପ୍ରଭାନୁ୍ୟଜ ।ା ଯାଜପୁର :  ମଙ୍ଗଳବାର ଅପରାହ୍ନରେ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନାଙ୍କ ଅଧ୍ୟକ୍ଷତାରେ ଭୋଟର ତାଲିକା ସଂଶୋଧନ ନିମନ୍ତେ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହିତ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲାପାଳଙ୍କ କାର୍ଯ୍ୟାଳୟର ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ୨୯ତାରିଖ ଠାରୁ ତା୨୮ା୧୧ା୨୪ ରିଖ ପର୍ଯ୍ୟନ୍ତ ଜିଲାରେ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଚାଲିବ । ଏହା ପୂର୍ବରୁ ଗତମାସ ୨୦ତାରିଖ ଠାରୁ ଆସନ୍ତାମାସ ୧୮ତାରିଖ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ପୋଲିଂ ଷ୍ଟେସନ ଗୁଡିକରେ ଯୁକ୍ତିଯୁକ୍ତ ଓ ପୁନଃବ୍ୟବସ୍ଥା, ଭୋଟର ତାଲିକାରେ ଥିବା ତ୍ରୁଟିଦୂର କରିବା, ତାଲିକାରେ ଥିବା ଅସ୍ପଷ୍ଟ ଫଟୋ ଜାଗାରେ ଉକôର୍ଷ ଫଟୋ ପୁନଃସ୍ଥାପନ, ପୋଲିଂ ଷ୍ଟେସନ ସ୍ଥାନ ନିରୂପଣ, କଣ୍ଟ୍ରୋଲ ଟେବଲ ଅଧୁନାତନ କରିବା କାର୍ଯ୍ୟ ସମ୍ପାଦନ ହେବ । ଆସନ୍ତା ମାସ ୨୯ ତାରିଖରେ ଏକିକରଣ ଭୋଟର ତାଲିକା ପ୍ରକାଶନ କରାଯିବ । ଆସନ୍ତା ମାସ ୨୯ ତାରିଖରୁ ତା୨୮ା୧୧ା୨୦୨୪ପର୍ଯ୍ୟନ୍ତ ଆପତ୍ତି-ଅଭିଯୋଗ ଗ୍ରହଣ କରାଯିବ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଆଦେଶ ମତେ ଏହି ଅବଧି ମଧ୍ୟରେ ଶନିବାର ଓ ରବିବାର ଗୁଡ଼ିକ ସ୍ୱତନ୍ତ୍ର ଅଭିଯାନ ଦିବସ ଭାବେ ଗ୍ରହଣ କରାଯିବ । ତା୨୪ା୧୨ା୨୦୨୪ ରିଖ ଦିନ ସମସ୍ତ ଆପତି ଅଭିଯୋଗ ଗୁଡ଼ିକ ଫୈସଲା ହେବ । ଆସନ୍ତା ୨୦୨୫ ମସିହା ଜାନୁଆରି ୬ ତାରିଖରେ ଚୁଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ବୈଠକରେ ଉପଜିଲାପାଳ ଅଂଶୁମାନ ଶତପଥୀ, ଡେପୁଟି କଲେକ୍ଟର, ନିର୍ବାଚନ ରଶ୍ମିରଞ୍ଜନ ମଲ୍ଲିକ, ଡେପୁଟି କଲେକ୍ଟର, ଉପଜିଲାପାଳଙ୍କ କାର୍ଯ୍ୟଳୟ ରଶ୍ମିତା ସ୍ୱାଇଁ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ଥିଲେ ।