ଅଗ୍ନିପଥ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ସଚେତନତା
ଆସିକା : ଆସ୍କା ବ୍ଲକର କେନ୍ଦୁପଦର ସ୍ଥିତ ନିମିନା ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠିତ "ଅଗ୍ନିପଥ ଯୋଜନା’ ବା ଅଗ୍ନିଯୋଜନା ବିଷୟରେ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ମୂଳ ଉଦେ୍ଦଶ୍ୟ ହେଉଛି ଛାତ୍ରଛାତ୍ରୀମାନେ ବାୟୁସେନା, ଭାରତୀୟ ସେନା ଓ ନୌସେନାରେ ଯୋଗ ଦେବା ପାଇଁ ଆବଶ୍ୟକ ତଥ୍ୟ ଓ ବିବରଣୀ ଏବଂ ପ୍ରେରଣା, ଉତ୍ସାହ ପ୍ରଦାନ କରିବା । ସଂସ୍ଥାପନ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଅଭିଷେକ ବେହେରା ଅଧ୍ୟକ୍ଷତାରେ ଅର୍ଥଶାସ୍ତ୍ର ବିଷୟର ଅଧ୍ୟାପକ ଉପେନ୍ଦ୍ର ମାଝୀ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଏହି ଯୋଜନା ମାଧ୍ୟମରେ ସେମାନେ କିପରି ଏକ ସୁଦକ୍ଷ, ଶିକ୍ଷିତ ଓ ଦୃଢ଼ ନାଗରିକ ଭାବରେ ଦେଶସେବା କରିପାରିବେ ଏବଂ ଏଥିରେ ବାୟୁ ସେନା ଓ ଅଗ୍ନିପଥ ଯୋଜନା ବିଷୟରେ, ସେନା ଯୋଗ୍ୟତା, ଚୟନ ପ୍ରକ୍ରିୟା, ଅବଧି, ଶ୍ରମ ଓ ତଦୁପରି ଚାକିରି ପରେ ମିଳୁଥିବା ସୁଯୋଗ ବିଷୟରେ ଉଲ୍ଲେଖନୀୟ ଭାବରେ ବ୍ୟାଖ୍ୟା କରାଯାଇଥିଲା । ସେ ଏହି ଯୋଜନାକୁ ବିକଳ୍ପ ଚାକିରି ସୁଯୋଗ, ନୈତିକ ଶିକ୍ଷା ଓ ଦେଶଭକ୍ତିର ସଂଯୋଗ ବୋଲି ବ୍ୟାଖ୍ୟା କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକଅଧ୍ୟାପିକା ଉପସ୍ଥିତ ରହିଥିଲେ ।