ବିପ୍ଲବୀ ଆନନ୍ଦ ଜେନାଙ୍କ ୧୪୧ତମ ଜୟନ୍ତୀ ପାଳିତ

 କେନ୍ଦ୍ରାପଡ଼ା:  ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନାଙ୍କ ୧୪୧ତମ ଜୟନ୍ତୀ ବିପ୍ଲବୀ ଆନନ୍ଦ ଚନ୍ଦ୍ର ଜେନା ସ୍ମୃତି କମିଟି ପକ୍ଷରୁ କେନ୍ଦ୍ରାପଡା ସହରର ଆନନ୍ଦମାର୍ଗସ୍ଥିତ ଶ୍ରୀଜେନାଙ୍କ ପ୍ରତିମୂର୍ତ୍ତି ନିକଟରେ ଗୁରୁବାର ପୂର୍ବାହ୍ନରେ ମହାସମାରୋହରେ ପାଳିତ ହୋଇଯାଇଛି । ସ୍ମୃତି କମିଟି ସଭାପତି ବରିଷ୍ଠ ଆଇନଜୀବୀ ବିଚିତ୍ରାନନ୍ଦ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉସôବରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ସଂଗ୍ରାମୀ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଭଳି ଜଣେ ମହାନ ସଂଗ୍ରାମୀ ସାରା ରାଜ୍ୟରେ ବିରଳ ବୋଲି କହିଥିଲେ । ବିଶିଷ୍ଟ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ ଯୋଗଦେଇ ସଂଗ୍ରାମୀ ଜେନାଙ୍କ ଆଦର୍ଶରେ ଯୁବପିଢୀ ଅନୁପ୍ରାଣିତ ହେବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାଜଜ ବିଷ୍ଣୁଦେବ ଜେନା, ଅତିରିକ୍ତ ଜିଲ୍ଲାଜଜ ତ୍ରୀବିକ୍ରମ କେଶରୀ ଚିନ୍ନାରା, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ବିପ୍ଳବୀ ଜେନା ଜଣେ ମହାନ ସଂଗ୍ରାମୀ ଥିଲେ ବୋଲି କହିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, ସିଡିଏମଓ ଡାଃ. ଅଜୟ କୁମାର ରାଉତ, ପୈାରନିର୍ବାହୀ ଅଧିକାରୀ ଅଜିତ ନାରାୟଣ ପ୍ରସାଦ ଗିରି, ପୈାରା୍ମକ୍ଷା ସରିତା ସାହୁ, ନନ୍ଦ କିଶୋର ପରିଡା, ଅବନ୍ତୀ ବେହେରା, ଗବେଷକ ନିରଞ୍ଜନ ମେକାପ, ସାହିତି୍ୟକ ଡ. ବାସୁଦେବ ଦାସ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବକ୍ତବ୍ୟ ରଖିଥିଲେ ।