ଜିଲ୍ଲାସ୍ତରୀୟ କ୍ରେତା ବିକ୍ରେତା ବୈଠକ

 ଢେଙ୍କାନାଳ:  ଢେଙ୍କାନାଳ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟ ସଭା ଗୃହରେ ଏକ କ୍ରେତା ବିକ୍ରେତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଧରିତ୍ରୀ ଆଗ୍ରୋ କୃଷକ ଉତ୍ପାଦକ କମ୍ପାନୀ ଓ ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀର ବୋର୍ଡ ନିଦେ୍ର୍ଦଶକଙ୍କୁ ନେଇ ଗ୍ରାଣ୍ଟଥଣ୍ଟନ୍ ଭାରତ ଓ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାସିକା ଢେଙ୍କାନାଳଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ବୈଠକରେ ପ୍ରକଳ୍ପ ନିଦେ୍ର୍ଦଶକ କଳ୍ପବଟ ବେହେରା, ଉଦ୍ୟାନ ବିଭାଗ ଉପନିଦେ୍ର୍ଦଶକ ଗୀତାଶ୍ରୀ ପାଢୀ, ଓର୍ମାସ୍ର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ ପରିଡା, ଅତିରିକ୍ତ ପ୍ରକଳ୍ପ ନିର୍ଦେଶିକା ଅନୁରାଧା ବେହେରା ଓ ସସ୍ମିତା ନାୟକ,  ଗ୍ରାଣ୍ଟଥର୍ଣଟନ୍ ଭାରତର ଟିମ୍ ଲିଡର ଶରତ ପାତ୍ର, ଜିଲ୍ଲା ସଂଯୋଜକ ନାରାୟଣ ଖଟୁଆ ଓ ୧୨ ଜଣ କ୍ରେତା ଓ ବିକ୍ରେତା ଭାବରେ ଧରିତ୍ରୀ କୃଷକ ଉତ୍ପାଦନ କମ୍ପାନୀ ଏବଂ ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ ବିଓଡିଙ୍କୁ ନେଇ ଏକଦିନିଆ କ୍ରେତା ବିକ୍ରେତା ବୈଠକ ପରିଚାଳନା କରାଯାଇଥିଲା । ବୈଠକରେ ଢେଙ୍କାନାଳ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ବେହେରା ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ । ତତ୍ପରେ ଗ୍ରାଣ୍ଟଥଣ୍ଟନ୍ ଭାରତ (ଟିଏସ୍ଏ) ଟିମ୍ ଲିଡର ଶ୍ରୀ ପାତ୍ର ରିୱାର୍ଡ କାର୍ଯ୍ୟକ୍ରମର ଉଦେ୍ଦଶ୍ୟ, କୃଷି ବ୍ୟବସାୟର ପରିସର ଓ ସୁଯୋଗ ସମ୍ପର୍କରେ ବିସ୍ତୃତ ଭାବରେ ଅବଗତ କରାଇଥିଲେ । ତତ୍ପରେ ଜିଲ୍ଲା ଗ୍ରାଣ୍ଟଥଣ୍ଟନ୍ ଭାରତ (ଟିଏସ୍ଏ) ଜିଲ୍ଲା ସଂଯୋଜକ ଶ୍ରୀ ଖଟୁଆ ଢେଙ୍କାନାଳ ଜିଲ୍ଲାରେ ରିୱାର୍ଡ କାର୍ଯ୍ୟକ୍ରମର ଅଗ୍ରଗତି ଓ ଦୁଇଗୋଟି କୃଷ୍ଣକ ଉତ୍ପାଦକ କମ୍ପାନୀରେ ଉତ୍ପାଦକ ହେଉଥିବା ମୁଖ୍ୟ ଦ୍ରବ୍ୟ ଯଥା- ତରଭୁଜ, କଖାରୁ, ଚିନାବାଦାମ, ପନିପରିବା, ଧାନ, ଛତୁ, କାଜୁ, ମୁଗ, ବିରି, ଆମ୍ବ, କନ୍ଦମୂଳ, ମାଣ୍ଡିଆ, ମକାର କିପରି କୃଷକ ଉତ୍ପାଦକ କମ୍ପାନୀ ମାଧ୍ୟମରେ ବିକ୍ରି କରାଯାଇ ଦୁଇଟି କମ୍ପାନୀର ୩୦ରୁ ୫୦ ପ୍ରତିଶତ କାରବାର ବୃଦ୍ଧି କରାଯାଇପାରିବ ସେ ବିଷୟରେ ପିପିଟି ମାଧ୍ୟମରେ ଉପସ୍ଥାପନ କରିଥିଲେ । ଏହାପରେ ଅତିରିକ୍ତ ଜିଲ୍ଲା ଉଦ୍ୟାନ କୃଷି ଅଧିକାରୀ ଶ୍ରୀମତୀ ପାଢୀ ଆଳୁଚାଷ ଦ୍ୱାରା କିପରି ଭାବରେ କୃଷକ ଉତ୍ପାଦକ କଂପାନୀର ସହାୟତାରେ ଚାଷୀମାନେ ଲାଭବାନ ହୋଇପାରିବେ ତଥା ଆଳୁ ଚାଷକୁ ବହୁଳ ପରିମାଣରେ ପ୍ରସାର କରିବା ପାଇଁ ଅନୁରୋଧ କରିଥିଲେ । ଢେଙ୍କାନାଳ ଜିଲ୍ଲାରେ ତିନୋଟି ଉପଖଣ୍ଡସ୍ତରୀୟ ଶୀତଳ ଭଣ୍ଡାର ଖୁବ୍ ଶୀଘ୍ର ସ୍ଥାପନ କରାଯିବା ପାଇଁ ଜମି ଚିହ୍ନଟିକରଣ ଶେଷକରାଯାଇଅଛି ଓ ଅତିଶୀଘ୍ର ଶୀତଳ ଭଣ୍ଡାର କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି କହିଥିଲେ । ତତ୍ସହିତ ଛତୁଚାଷ, ଆପୁଲ୍ ବେରୀ, ଡ୍ରାଗନ୍ ଫ୍ରୁଟ୍, କାଜୁ, ଫୁଲଚାଷ ଇତ୍ୟାଦି ଅର୍ଥକାରୀ ଫସଲ କରି ଚାଷୀମାନେ ଲାଭବାନ ହେବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ବିକ୍ରେତା ଭାବରେ କୃଷକ ଉତ୍ପାଦକ କଂପାନୀରେ ଉତ୍ପାଦକ ହେଉଥିବା ସାମଗ୍ରୀଗୁଡିକ କିଭଳି ଭାବରେ କମ୍ପାନୀ ମାଧ୍ୟମରେ ସହଜରେ ଓ ଉଚିତ୍ ମୂଲ୍ୟରେ ବିକ୍ରୟ କରାଯାଇପାରିବ ସେ ବିଷୟରେ କ୍ରେତାମାନଙ୍କ ସହିତ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଏହି ରିୱାର୍ଡ କାର୍ଯ୍ୟକ୍ରମ ମାଧ୍ୟମରେ କିପରି ସହଜରେ ଧରିତ୍ରୀ ଏବଂ ସପ୍ତଶଯ୍ୟା କୃଷକ ଉତ୍ପାଦକ କମ୍ପାନୀ କୁ ଆଗକୁ ନିଆଯାଇ ପାରିବ, ସେ ବିଷୟରେ  ସୁଦିପ୍ତ କୁମାର ବିଶ୍ୱାଳ ଉପସ୍ଥାପନା କରିଥିଲେ  । ବିକ୍ରେତାମାନେ ନିଜ ନିଜ ଅଞ୍ଚଳରେ ଉତ୍ପାଦନ ହେଉଥିବା ପରିମାଣକୁ କ୍ରେତାମାନଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । କ୍ରେତାମାନେ ଉପସ୍ଥିତ ବିକ୍ରେତାମାନଙ୍କ ସହ ଆଗାମୀ ଦିନରେ ବ୍ୟବସାୟ କରିବା ପାଇଁ ଚୁକ୍ତିନାମା ସମ୍ପାଦିତ କରିବା ପାଇଁ ସମ୍ମତି ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦେଶକ ମୃତ୍ତିକା ସଂରକ୍ଷଣ ତରଫରୁ  ଶ୍ରଧେୟ କୁମାର ମିଶ୍ର,  ଚିତରଞ୍ଜନ ସେନାପତି ଓ  ଗ୍ରାଣ୍ଟଥଣ୍ଟନ୍ ଭାରତ ତରଫରୁ ମାଲ୍ଖାନ୍ ଡାଙ୍ଗି ଓ ଚିନ୍ମୟ କୁମାର ଦାସ ଉପସ୍ଥିତ ଥିଲେ  । ଏହି ଏକ ଦିନିଆ କ୍ରେତା  ବିକ୍ରେତା ବୈଠକକୁ  ଗ୍ରାଣ୍ଟଥଣ୍ଟନ୍ ଭାରତ ଜିଲ୍ଲା ସଂଯୋଜକ ଶ୍ରୀ ଖଟୁଆ ପରିଚାଳନା କରିଥିଲେ ।