ଚିର ନିଦ୍ରାରେ ଖାଦ୍ୟ ନିରାପତ୍ତା ଅଧିକାରୀ : ଫାଷ୍ଟଫୁଡ ପ୍ରେମରେ ଯୁବଗୋଷ୍ଠୀ 

 କାକଟପୁର : ଆଧୁନିକତାର ଛିଟାରେ ଏଠାରେ ଲୋକମାନଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଘଟିବା ସହିତ ପାଟି ସୁଆଦିଆ ଖାଦ୍ୟ ପ୍ରତି ଅହେତୁକ ଦୁର୍ବଳତା ବୁଦ୍ଧି ପାଇଛି  । ସେହି ଅନୁସାରେ ଲୋକଙ୍କ ଚାହିଦା ଓ ରୁଚି ମୁତାବକ କାକଟପୁର ବଜାର ସମେତ ବିଭିନ୍ନ ଛକବଜାର, ଗଳିକନ୍ଦି ମାନଙ୍କରେ ମାଳମାଳ ଜଳଖିଆ ଦୋକାନ ମାନ ଗଢ଼ିଉଠିଛି । ଯେଉଁଥିରେ ସର୍ବାଗ୍ରେ ରହିଛି ଫାଷ୍ଟଫୁଡ ଷ୍ଟଲ  । ଫାଷ୍ଟଫୁଡ ଖାଦ୍ୟ ପ୍ରତି ବର୍ତ୍ତମାନର ଯୁବପିଢ଼ି ବହୁ ମାତ୍ରାରେ ଆକର୍ଷିତ ହେଉଥ?ିବା ବେଳେ ଏହାକୁ ୈନନ୍ଦିନ ଖାଇବା ସେମାନଙ୍କ ପାଇଁ ଏକ ଟ୍ରେଣ୍ଡରେ ପରିଣତ ହୋଇଛି  । ଗୋଟେ ପ୍ରକାରରେ କହିବାକୁ ଗଲେ ଫାଷ୍ଟଫୁଡ ଖାଦ୍ୟ ଜାଲରେ ଯୁବଗୋଷ୍ଠୀ ମାନେ ଛନ୍ଦି ହୋଇପଡିଛନ୍ତି । ଯାହାର ସୁଯୋଗ ନେଉଛନ୍ତି କିଛି ଲାଭଖୋର ଫାଷ୍ଟଫୁଡ ବେପାରୀ  । କାରଣ ସଂଧ୍ୟାହେଲେ ବଜାର ସମେତ କୁଣ୍ଢେଇ ହାଟ, ବାଙ୍ଗୁରୀଗାଁ ଆଦି ମୁଖ୍ୟ ଛକ ମାନଙ୍କରେ ସେମାନଙ୍କ ବେପାରର ପସରା ମେଲୁଛି  । ସେମାନେ ପ୍ରସ୍ତୁତ କରୁଥିବା ଖାଦ୍ୟରେ ବିଭିନ୍ନ ପ୍ରକାରର ରାସାୟନିକ ମାରାତ୍ମକ ରଙ୍ଗ, ଚାଇନା ସଲ୍ଟ,ଭିନେଗାର, ନକଲି ସସ୍ ଓ ବିଷାକ୍ତ କେମିକାଲ ଯୁକ୍ତ ଉପାଦାନ ମାନ ପକାଇ ଖାଦ୍ୟକୁ ପାଟି ସୁଆଦିଆ କରି ର୍ନିଦ୍ୱନ୍ଦ୍ୱରେ ବ୍ୟବସାୟ ଚଳାଇଛନ୍ତି  । ଯାହା ମଧ୍ୟରେ ରହିଛି, ଚାଓମିନ, ଏଗରୋଲ, ଚିକେନ ପକୋଡ଼ା, ଚିଲି ଚିକେନ, ବିରିୟାନୀ, ମଞ୍ଚୁରିଆନ, ମୋମୋ ଓ ଚାଟ ପରି ଖାଦ୍ୟ । ଯାହା ଆଖିକୁ ଖୁବ ସୁନ୍ଦର ଓ ପାଟିକୁ ଭାରି ସୁସ୍ୱାଦୁ ଲାଗେ । କିନ୍ତୁ ସ୍ୱାସ୍ଥ୍ୟ ପକ୍ଷେ ଏହି ସବୁ ଖାଦ୍ୟ ବହୁ ହାନିକାରକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ଏହି ସବୁ ଫାଷ୍ଟଫୁଡ ଖାଦ୍ୟ ଖାଇବା ଦ୍ୱାରା ଗ୍ୟାସଟ୍ରିକ, କିଡ୍ନୀ ରୋଗ, ହାର୍ଟ ଆଟାକ, ମେଦବହୁଳ ରୋଗ,ସୁଗାର, ବ୍ଲଡ଼ପ୍ରେସର ଓ ଚାର୍ମ ରୋଗ ଆଦି ରୋଗକୁ ଏଡାଇ ଦିଆଯାଇନପାରେ  । ତା ଛଡା ଫାଷ୍ଟଫୁଡ ବେପାର ମେଲାଇଥିବା ଅଧିକାଂଶ ଦୋକାନୀ ଅତି ନିମ୍ନମାନର ଖାଦ୍ୟ ଗ୍ରାହକଙ୍କୁ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି । ଯାହାକୁ ଲୋକେ ଖାଇ ସ୍ୱାସ୍ଥ୍ୟଜନିତ ସମସ୍ୟା ଭୋଗୁଛନ୍ତି  । କିଛି ଅସାଧୁ ଦୋକାନୀ ବଳକା ରହିଥ?ିବା ଖାଦ୍ୟକୁ ଫୋପାଡିଦେବା ବଦଳରେ ଫ୍ରିଜରେ ରଖ୍ ପରଦିନ ପୁଣି ଗରମ କରି ଗ୍ରାହକମାନଙ୍କୁ ବିକ୍ରି କରିଥାନ୍ତି । ଏହା ବ୍ୟତୀତ ଅଞ୍ଚଳରେ ଥିବା ବହୁ ଫାଷ୍ଟଫୁଡ ଷ୍ଟଲର ସ୍ୱଚ୍ଛତା ଓ ଅପମିଶ୍ରଣ ନେଇ ମଧ୍ୟ ଅଭିଯୋଗ ହୋଇଛି  କ୍ଷ ଅନ୍ୟପକ୍ଷରେ ଦେଖିବାକୁ ଗଲେ ଅଞ୍ଚଳର କୌଣସି ଫାଷ୍ଟଫୁଡ ଷ୍ଟଲର ଖାଦ୍ୟ ବିକ୍ରୟ ନିମିତ ଲାଇସେନ୍ସ ନଥିବା ବେଳେ ସେମାନେ ଅବାଧରେ ବେପାର ଚଳାଇଛନ୍ତି  । କିନ୍ତୁ ବିନା ଫୁଡ ଲାଇସେନ୍ସରେ ଖାଦ୍ୟ ବିକ୍ରୟ କଲେ ଅପରାଧିକ ମାମଲା ରୁଜୁ ହେବାର ସରକାରୀ ନିୟମ ରହିଛି । ଯାହାକୁ କେହି ମାନୁନଥିବା ଦେଖିବାକୁ ମିଳିଛି  । କିନ୍ତୁ ୈନିକ ବିକ୍ରି ହେଉଥ?ିବା ପ୍ରତ୍ୟେକ ଫାଷ୍ଟଫୁଡ ଷ୍ଟଲର ଖାଦ୍ୟର ମାନ ଯାଞ୍ଚ କରିବା ଖାଦ୍ୟ ନିରାପତ୍ତା ଅଧିକାରୀମାନଙ୍କ ଦାୟିତ୍ୱ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଯାହାଦ୍ୱାରା ଲୋକେ ଟଙ୍କା ଦେଇ ରୋଗ କିଣୁଛନ୍ତି କହିଲେ ଅତୁ୍ୟକ୍ତି ହେବ ନାହିଁ । ତୁରନ୍ତ ପୁରୀ ଜିଲ୍ଲାପାଳ ଓ ଖାଦ୍ୟନିରାପତ୍ତା ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି ।