ଚୋରକୁ ଧରି ପୁଲିସ ଜିମା ଦେଲେ ଲୋକେ
ବ୍ରହ୍ମବରଦା:ରବିବାର ସକାଳୁ ବ୍ରହ୍ମବରଦା ଥାନାଂଚଳରେ ଜଣେ ନାବାଳକ ଚୋରକୁ ଲୋକେ ଧରି ପୁଲିସକୁ ଧରି ଜିମା ଦେଇଛନ୍ତି । ଖବର ମତେ ବ୍ରହ୍ମବରଦା ଇସତମା ପଡିଆ ଅଂଚଳର ଜଣେ ନାବାଳକ (୧୨) ବ୍ରହ୍ମବରଦା ହାଟ ନିକଟରେ ଥିବା ସାଗର ଦାସଙ୍କ ପାନ ଦୋକାନରୁ ଶନିବାର ରାତି ୧୧ରେ ଚୋରି କରୁଥିବା ସମୟରେ ଦୋକାନ ମାଲିକ ସାଗରଙ୍କ ହାତରେ ଧରା ପଡିଥିଲା । ନାବାଳକ ଚୋରକୁ ଧରିଲା ପରେ ଲୋକେ ବ୍ରହ୍ମବରଦା ପୁଲିସକୁ ସଙ୍ଗେ ସଙ୍ଗେ ଖବର ଦିଆଯାଇଥିଲା । କିନ୍ତୁ ପୋଲିସ ଆସି ନଥିଲା । ଉକ୍ତ ଚୋରକୁ ଧରି ଗ୍ରାମବାସୀ ମାନେ ରାତିସାରା ଜଗି ରହିଥିଲେ । ପରଦିନ ସକାଳୁ ପୁଲିସ ଘଟଣା ସ୍ଥଳରେ ପହଁଚି ନାବାଳକ ଚୋରକୁ ଧରି ଥାନାକୁ ଆଣିଥିଲା । ୧୨ ବର୍ଷ ବୟସ ହୋଇଥିବାରୁ ବ୍ରହ୍ମବରଦା ପୁଲିସ ଉକ୍ତ ନାବାଳକ ନାମରେ ଏକ ଷ୍ଟେସନ ଡାଏରୀ କରି ତାର ପରିବାରକୁ ହସ୍ତାନ୍ତର କରିଥିବା ଥାନା ଅଧିକାରିଣୀ ଅଂଶୁମାଳା ଦାସ ସୂଚନା ଦେଇଛନ୍ତି ।ରିଥିଲା । ତେବେ ଏକ ଅଟୋ ଗାଡ଼ି ଭୀମସେନକୁ ଧକ୍କା ଦେଇଥିବାର ଅନୁମାନ କରାଯାଉଛି । ପୁଲିସର ତଦନ୍ତ ପରେ ଏହାର ସ୍ପଷ୍ଟ ଜଣାପଡିବ ।