ବଢୁଛି ଅପରାଧିକ ଘଟଣା : ମାମଲା ରୁଜୁ କରି ଚୁପ୍ ବସୁଛି ପୁଲିସ

 କବାଟବନ୍ଧ : ଜେନାପୁର ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ଓ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି ।  ଥାନା ଅଞ୍ଚଳରେ ଦିନକୁ ଦିନ ଚୋରୀ ଡକାୟତି, ଛିନତାଇ, ରାହାଜାନି, ନିର୍ଯାତନା, ଖଣିଜ ସମ୍ପଦ ଲୁଟ, ଭଳି ଘଟଣା ଘଟିଚାଲିଛି । ଯାହାକୁ ରୋକିବାରେ ଜେନାପୁର ପୁଲିସ ସମ୍ପୂର୍ଣ୍ଣ ବିଫଳ ହୋଇଥିବାର ଅଭିଯୋଗ ହେଇଛି । ଉକ୍ତ ଅଞ୍ଚଳରେ ସାଧାରଣ ଲୋକଟିଏ ଘରୁ ଏକାକୀ ବାହାରକୁ ଯିବାକୁ ଭୟ କରୁଛି । ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଉକ୍ତ ଅଞ୍ଚଳରେ ପୁଲିସ ଅଛି ବୋଲି ଯେଉଁ ସାଧାରଣ ଲୋକଟିଏ ନ୍ୟାୟ ଆସାକରି ଯାଉଥିଲା କିନ୍ତୁ ଏବେ ଭରସା ତୁଟିବାକୁ ବସିଛି । ଜେନାପୁର ଏକ ଗାରିମାମୟ ସ୍ଥାନ ଭାବରେ ପରିଚିତ । ଦିନକୁ ଦିନ ଏହି ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ ଅସନ୍ତୋଷ ସୃଷ୍ଟି କରିଛି । ଥାନାରେ ଅଭିଯୋଗର ଫର୍ଦ ପରେ ଫର୍ଦ ଲମ୍ବି ଚାଲିଛି ହେଲେ ପୁଲିସ କେବଳ ମାମଲା ରୁଜ୍ କରି ଚୁପ୍ ବସିଯାଉଛି । ପୂର୍ବ ଭଳି ଛକ ବଜାର, ଜନଗହଳି ପୂର୍ଣ୍ଣ ସ୍ଥାନମାନଙ୍କରେ  ପାଟ୍ରୋଲିଂ କଡା କଡ଼ି କରାଯାଉ ନଥିବାର ଅଭିଯୋଗ ହେଉଛି । ଯାହାକି ଅପରାଧୀ ମାନଙ୍କର ବେଆଇନ କାର୍ଯ୍ୟ କରିବାକୁ ପୁଷ ମାସ ହେଇଛି । ଏହି ଥାନାରେ ଆଇନଶୃଙ୍ଖଳା ବିଗିଡ଼ିବାକୁ ନେଇ ସାଧାରଣ ଜନତା ଏସପିଙ୍କୁ ଭେଟି ଦୃଷ୍ଟି ଆକର୍ଷଣ କରିବେ ବୋଲି ମତ ରଖିଛନ୍ତି ।