ଅଜିତ୍‌ଙ୍କ ଘରେ କାହିଁକି ପହଞ୍ଚିଲେ ଦେବେନ୍ଦ୍ର ?

ମହାରାଷ୍ଟ୍ର ରାଜନୀତିରେ କିଛି ଠିକ୍‌ଠାକ୍‌ ନାହିଁ । ବିଧାନସଭା ନିର୍ବାଚନରେ ଏନଡିଏ ବିଜୟ ହେବା ପରେ ଦେବେନ୍ଦ୍ରଙ୍କ କାନ୍ଧରେ ସିଏମ୍‌ ଚୌକିର ଦାୟିତ୍ବ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହେଲେ ଏବେ ସରକାରରେ କିଛି ଠିକ୍‌ଠାକ୍‌ ଚାଲିନଥିବା କୁହାଯାଉଛି । ଖାସ କରି ମୁଖ୍ୟମନ୍ତ୍ରୀଙ୍କ ସହ ଅନ୍ୟ ନେତା ଓ ବିଶେଷ କରି ଉପମୁଖ୍ୟମନ୍ତ୍ରୀଙ୍କ ମନାନ୍ତର ରହୁଛି । ଯେଉଁଥି ଲାଗି ସରକାର ଯେଉଁପରି ଭାବରେ ଚାଲିବା କଥା ଚାଲିପାରୁନି ବୋଲି ଲୋକେ କହିଲେଣି । 

ପ୍ରଥମେ ଏକନାଥ ସିନ୍ଦେ, ଏବେ ଅଜିତ୍‌ କୁମାର । ମହାରାଷ୍ଟ୍ରର ଦୁଇ ଚର୍ଚ୍ଚିତ ନେତାଙ୍କ ସହ ଦେବେନ୍ଦ୍ରଙ୍କ ମନାନ୍ତର ରହିଥିବା କୁହାଯାଉଛି । ଯାହାକୁ ନେଇ ଅଧରାତିରେ ଅଜିତ୍‌ଙ୍କ ଘରେ ପହଞ୍ଚିଥିଲେ ଦେବେନ୍ଦ୍ର । ଏହାପରେ ପାଖାପାଖି ଦେଢରୁ ୨ ଘଂଟା ପର୍ଯ୍ୟନ୍ତ ଉଭୟ ନେତା କଥାବାର୍ତ୍ତା ହୋଇଥିଲେ । କଥା ହେଲା ବିଡ୍‌ ଜିଲ୍ଲାରେ ସରଂପଚଙ୍କୁ ହତ୍ୟା ହୋଇଥିବା ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ମନାନ୍ତର ହୋଇଛି । କୁହାଯାଉଛି ଏହି ଘଟଣା ସମ୍ପର୍କରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହୋଇଥିଲା । ଭାଇରାଲ ଫଟୋକୁ ଦେଖି ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେବା ସହିତ ପୁରା ଜିଲ୍ଲାର ଅଖଚକn    ବନ୍ଦ ହେବାକୁ ନେଇ ନିଷ୍ପତ୍ତି ହେଲା । ପୁରା ଘଟଣାକୁ ନେଇ କ୍ୟାବିନେଟ୍‌ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡାଙ୍କ ଇସ୍ତଫା ଦାବି ହୋଇଛି । ତେଣୁ ଏବେ କଣ କରିବେ ସେନେଇ ଟେନସନ୍‌ରେ ଦେବେନ୍ଦ୍ର । ଏହାରି ଭିତରେ ଗଣମାଧ୍ୟରୁ ଦୂରେଇ ଅଧ ରାତିରେ ଅଜିତଙ୍କ ଘରେ ପହଞ୍ଚିଥିଲେ ଦେବେନ୍ଦ୍ର । ହେଲେ ଏ ଖବର ଗଣମାଧ୍ୟମ ପାଖରେ ପହଞ୍ଚିଯାଇଥିଲା ।

ଅଧ ରାତିରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ପହଞ୍ଚିବା ପରେ ପ୍ରଶ୍ନ ଉଠୁଛି ଉଭୟଙ୍କ ମଧ୍ୟରେ କି ଆଲୋଚନା ହେଲା । ଦେବେନ୍ଦ୍ର ପହଞ୍ଚିବା ପୂର୍ବରୁ ପ୍ରଦେଶ ଅଧ୍ୟକ୍ଷ ସୁନୀଲ ତଟ୍ଟକରେ ଓ କ୍ୟାବିନେଟ୍‌ ମନ୍ତ୍ରୀ ଧନଞ୍ଜୟ ମୁଣ୍ଡେ ଉପସ୍ଥିତ ଥିଲେ । ସିଏମ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ଜୋରଦାର ହୋଇଥିଲା । ପରେ ପରେ ଫଡନାଭିସ୍‌ ବାହାରିଥିଲେ । କୁହାଯାଉଛି ଏହି ହତ୍ୟାକାଣ୍ଡରେ କୁଆଡ଼େ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସଂପୃକ୍ତି ରହିଛି । ତେଣୁ ତାଙ୍କ ମନ୍ତ୍ରୀପଦ ବିପଦରେ ରହିଛି । ଏ ମୃତ୍ୟୁ ଘଟଣାର ତଦନ୍ତ ସିଆଇଡି କରୁଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ସରପଂଚଙ୍କ ହତ୍ୟାକାରୀଙ୍କ ସହ  କ୍ୟାବିନେଟ୍‌ ମନ୍ତ୍ରୀ ସମ୍ପର୍କ ଥିଲା । ତେଣୁ ତାଙ୍କ ହତ୍ୟାରେ ମନ୍ତ୍ରୀଙ୍କ ଭୂମିକା ସନ୍ଦେହ ଘେରକୁ ଆସିଥିଲା । ଏମିତିକି ଧନଞ୍ଜୟ ଆଜି ଇସ୍ତାଫା ଦେବା ନେଇ ବି ଚର୍ଚ୍ଚା ହେଉଛି । ଅବଶ୍ୟ ଏନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି କିନ୍ତୁ ଚର୍ଚ୍ଚା ଜୋର ଧରିଛି । ମୋଟ୍‌ ଉପରେ ମହାରାଷ୍ଟ୍ର ରାଜନୀତିର ଗତି ଏବେ ଯାଉଛି କୁଆଡ଼େ ତାହାକୁ ନେଇ ଆଲୋଚନା ବି ହେଉଛି ।