ଅଟୋ ଚାଳକଙ୍କୁ ଆକ୍ରମଣ 

ବେତନଟୀ : ବେତନଟୀ ଥାନା ଅଧୀନ ଦାନ୍ତିଆମୁହାଁ -ଚିତ୍ରଡା ରାସ୍ତାର ବଡଜାମବଣି ଠାରେ ଅଟୋକୁ ଅଟକାଇ ଚାଳକଙ୍କୁ ପିଟିବା ଅଭିଯୋଗରେ ଶୁକ୍ରବାର ରାତି ରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ବେତନଟୀ ପୁଲିସ । ଏତଲାକାରୀ ଦାନ୍ତିଆମୁହାଁ ଉପକଣ୍ଠ କରଞ୍ଜିଆ ଗ୍ରାମର ସୁନୀଲ ଗନ୍ଧୁଆଙ୍କ ଅଭିଯୋଗ ମୁତାବକ ସେ ଦୁଇଜଣ ଯାତ୍ରୀଙ୍କୁ ଅଟୋରେ ନେଇ ଛାଡିବାକୁ ଯାଉଥିବା ବେଳେ ବଡଜାମବଣି ଠାରେ ଅଟୋକୁ ଅଟକାଇ ବଡଜାମବଣି ଗ୍ରାମର ଦିଲ୍ଲିପ ମହାନ୍ତ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ସାଙ୍ଗକୁ ଜାତିଆଣ ଆକ୍ଷେପ କରି ଅଟୋ ଭିତରୁ ଘୋଷାରି ଆଣି ପିଟିଥିଲେ । ଏନେଇ ସୁନୀଲ ଗନ୍ଧୁଆ ବେତନଟୀ ଥାନାରେ ଲିଖିତ ଅଭିଯୋଗ କରିବାପରେ ଶୁକ୍ରବାର ରାତିରେ ମାମଲା ରୁଜୁକରି ପୁଲିସ ତଦନ୍ତ ଆରମ୍ଭ କରିଛି ।