ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
କପ୍ତିପଦା: ହୁଡ଼ି ଉପରୁ ମିଳିଛି ଜରେ ମହିଳାଙ୍କ ଝୁଲନ୍ତା ମୃତଦେହ । କପ୍ତିପଦା ଥାନା ଜେଏସଜାମୁଡିହା ପଞ୍ଚାୟତ ସାପଅଣା ହୁଡ଼ିରୁ ମିଳିଛି ମୃତଦେହ । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ପୁଲିସ । ସେପଟେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପଘର ଲୋକ । ଜୟନ୍ତୀପଟ୍ଟା ଗ୍ରାମର ମାମୁନି ପ୍ରଧାନଙ୍କ ମୃତଦେହ ଘର ଠାରୁ ୩ କିଲୋମିଟର ଦୂରରେ ସାପ ଅଣା ହୁଡ଼ି ଉପରେ ଏକ ଗଛରେ ଝୁଲିଥିବା ସ୍ଥାନୀୟ ଲୋକେ ଶୁକ୍ରବାର ସକାଳ ୧୦ ଟା ସମୟରେ ଦେଖିବାକୁ ପାଇଥିଲେ । ଏହା ପରେ ଏ ନେଇ ତାଙ୍କ ଶ୍ୱଶୁର ଘର ଲୋକଙ୍କୁ ଖବର ଦେଇଥିଲେ, ଶ୍ୱଶୁର ଘର ଲୋକେ ବାପ ଘର ଲୋକଙ୍କୁ ଖବର ଦେଇଥିଲେ । ଭୂପୃଷ୍ଠରୁ ୮୦ ଫୁଟ ଉପରେ ହୁଡ଼ି ଉପରେ ମୃତଦେହ ଝୁଲିଥିବା ବେଳେ ସେଠାରେ ରକ୍ତ ପଡ଼ିଥିବା ବାପ ଘର ଲୋକେ ଦେଖିବାକୁ ପାଇଥିଲେ । ଯେଉଁଥିପାଇଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ହତ୍ୟା କାଣ୍ଡ ବୋଲି ଅନୁମାନ କରାଯାଉଛି । କପ୍ତିପଦା ପୁଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ମାମୁନି ଗତକାଲି ସକାଳୁ ଘରୁ ବାହାରି ଆସି ଆଉ ଘରକୁ ଫେରି ନ ଥିଲେ । ଯାହା ଘଟଣା କୁ ନେଇ ଅଧିକ ସନେ୍ଦହ ସୃଷ୍ଟି କରୁଛି ।