ସ୍ୱାସ୍ଥ୍ୟସେବା ଶିବିର
ରାଜନଗର : ରାଜନଗର ବ୍ଲକ୍ ଘଡିଆମାଳଠାରେ ଶ୍ରୀ ସତ୍ୟସାଇସେବା ସଙ୍ଗଠନ, ସତ୍ୟସାଇସେବା ସମିତି ନିମପୁର ଓ ରାଜନଗର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ମିଳିତ ଆନୁକୂଲ୍ୟରେ ବହୁମୂଖୀ ସ୍ୱାସ୍ଥ୍ୟସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଘଡିଆମାଳ ସ୍ଥିତ ସିଦେ୍ଧଶ୍ୱର ପ୍ରାଥମିକ ସ୍କୁଲରେ ଅନୁଷ୍ଠିତ ଶିବିରକୁ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟଚିକିତ୍ସକ ଡ. ରଶ୍ମିରଞ୍ଜନ ମହାନ୍ତି ଉଦ୍ଘାଟନ କରିଥିଲେ । ଶିବିରରେ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମହାନ୍ତିଙ୍କ ସହ ଡ. ମନୋରଞ୍ଜନ ନାଥ, ଡ. ଆଦିତ୍ୟ ନାରାୟଣ ପ୍ରଧାନ, ଡ. ରୁଦ୍ରପ୍ରସନ୍ନ ରାୟ, ଡାକ୍ତର ଟିଟି ମିଶ୍ର, ଡାକ୍ତର ମନୋରଞ୍ଜନ ବେହେରା, ଡ. ନିଳାଦ୍ରୀ ପଣ୍ଡାଙ୍କ ସହିତ ଗୋଷ୍ଠୀ ଚିକିତ୍ସାକେନ୍ଦ୍ରର ସମସ୍ତେ ସହଯୋଗ କରିଥିଲେ ।