ଗୋରୁ ଚୋରି କରି ବନ୍ଧା ହେଲେ ୭ ଯୁବକ

 ନୀଳଗିରି : ଗୋରୁ ଚୋରି କରି ଖୁଣ୍ଟିରେ ବନ୍ଧା ହେଲେ ୭ ଯୁବକ । କଙ୍ଗାରୁକୋର୍ଟରେ ନିଷ୍ପତ୍ତି ଅନୁସାରେ ହେଲା ନିର୍ଧୁମ ମାଡ । ଏଭଳି ଏକ ସମ୍ବେଦନଶୀଳ ଘଟଣା ଦେଖିବାକୁ ମିଳିଛି ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ କେସିପୁର ପଞ୍ଚାୟତ ଟୁଲଙ୍କଡାବ ଗ୍ରାମରେ । ଖବରରୁ ପ୍ରକାଶ ଯେ, ଉକ୍ତ ଅଞ୍ଚଳର କେତେକ ଯୁବକ ବିଳମ୍ବିତ ରାତିରେ ଗ୍ରାମର କିଛି ଲୋକଙ୍କ ଗୁହାଳରୁ ଗୋରୁ ଚୋରି କରି ଚଲେଇ ଚଲେଇ ନେଉଥିବାବେଳେ ଗ୍ରାମବାସୀ ଦେଖିବା ପରେ ସେମାନଙ୍କୁ ଅଟକ ରଖାଯାଇଥିଲା । ପରେ ଗଛରେ ବାନ୍ଧି ନିର୍ଧୁମ ଛେଚିଥିଲେ । ଖବର ପାଇ ଘଟଣାସ୍ଥଳରେ ବରହମପୁର ପୁଲିସ ପହଞ୍ଚି ୭ ଯୁବକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଉକ୍ତ ଯୁବକମାନେ ପୂର୍ବରୁ ମଧ୍ୟ ଏକାଧିକ ବାର ଗୋରୁ ଚୋରିରେ ଲିପ୍ତଥିବାର ସ୍ଥାନୀୟ ଗ୍ରାମବାସୀଙ୍କ ଠାରୁ ସୂଚନା ମିଳିଛି । ଗୋରୁ ଚୋରି ରାକେଟକୁ ଧରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।