ଅନନ୍ତ ଗୋପାଳ ଭକ୍ତ ସମାଜ ସେବା ସଂଘ ପକ୍ଷରୁ ରକ୍ତଦାନ ଶିବିର
ପଟ୍ଟାମୁଣ୍ଡାଇ: ଅନନ୍ତ ଗୋପାଳ ଭକ୍ତ ସମାଜ ସେବା ସଂଘ ଅନନ୍ତ ଗୋପାଳ ଆଶ୍ରମ, ଚାରିଗାଁ, ଠାରେ ରକ୍ତଦାନଶିବିରି ଅନୁଷ୍ଠିତ ହୋଇଯାଇଛି । ରକ୍ତ ଦାନ ମହତପୂଣ୍ୟ । ଏହାକୁ ସମସ୍ତେ କହିଥାଆନ୍ତି । ମାତୃଗର୍ଭରେ ମିଳିଥିବା ବୁନ୍ଦାଏ ରକ୍ତ ଆମ୍ଭଙ୍କୁ ଜୀବନ ଦେଇଥାଏ । ସେହି ରକ୍ତବୁନ୍ଦା ଜଣେନାରୀକୁ ମାତୃତ୍ୱ ପ୍ରଦାନ କରିଥାଏ । ରକ୍ତ ସଂପର୍କ ଏପରି କେବଳମାଆ ଆମ୍ଭଙ୍କୁ ରକ୍ତର ପରିଚୟ ଦେଇ ସଂସାରର ସମସ୍ତ ବିପତ୍ତିରୁରକ୍ଷା କରିଥାଏ । ତେଣୁ ରକ୍ତକୁ ଆମ୍ଭ ଶରୀରର ମାଆ କହିଲେଅତୁ୍ୟକ୍ତି ହେବ ନାହିଁ । ଆମ୍ଭେ ସମସ୍ତେ ଜାଣୁ ଆମ୍ବ ରକ୍ତଦାନ ଅନ୍ୟ ଏକ ଜୀବନ ବଞ୍ଚାଇଥାଏ । ସେତେବେଳେ ଏ ଜାତିବାଦୀ ସମାଜ କୌଣସି ବାଛ ବିଚାର ନକରି ରକ୍ତକୁ ମହତ୍ୱ ଦେଇଥାଏ ବୋଲି ଛତିଆବଟର ଯୁବରାଜ ନିରଞ୍ଜନ ଦେବ ମୁଖ୍ୟତିଥି ଭାବେ ଯୋଗ ଦେଇ ପ୍ରକାଶ କରିଛନ୍ତିସନମାନିତ ଅତିଥିଭାବେ ଚାରିଗାଁ ସରପଞ୍ଚ ଭାରତୀ ମଲିକ ଯୁବ ସମାଜ ସେବି ଅନନ୍ତ ପ୍ରସାଦ ମଲିକ ଉପସ୍ଥିତ ଥିଲେ । ଏହି ସଂଘର ଉପଦେଷ୍ଟା ରାଜେନ୍ଦ୍ର ତ୍ରିପାଠୀ, ସେବକ ବାପି ଲେଙ୍କା ଏବଂ ଅନନ୍ତ ଗୋପାଳଭକ୍ତ ସମାଜ ସେବାସଂଘର ସହ ସମ୍ପାଦକ କୁମାରେଶ ନାୟକ, ଆଶ୍ରମ ପରିଚାଳକ କଳ୍ପତରୁ ଜେନା, ସଭ୍ୟ ହରେକୃଷ୍ଣ ମହାରଣା, ସୁବାସ କବି, ଅଶୋକ ମଲିକ, ନୃଶିହଁ ନାୟକ , ଅଜୟ ସେଠୀ, ପୁଚି ଜେନା, ଜଗବନ୍ଧୁ ରାଉତ, ସରୋଜ ଲେଙ୍କା, ବିଜୟ ଜେନା ପ୍ରମୁଖ ସଦସ୍ୟମାନେ ଯୋଗଦେବା ସହିତ ଚାରିଗାଁ ଗ୍ରାମବାସୀ ଓଅନନ୍ତ ଗୋପାଳ ଆଶ୍ରମ, ଚାରିଗାଁର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ । ଏହି ଶିବିରରେ ୧୫୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।