ଗୋକୁଳ ସାର୍ ଦିଲ୍ଲୀରେ ସମ୍ବର୍ଦ୍ଧିତ
ଟମକା : ସାହିତ୍ୟର ସାରସ୍ୱତ ସାଧକ ଭାବେ ପରିଚିତ ରାଜ୍ୟପାଳ ପୁରସ୍କୃତ ପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ଗୋକୁଳ ବିହାରୀ ପୃଷ୍ଟିଙ୍କୁ ଦିଲ୍ଲୀରେ ସମ୍ବର୍ଦ୍ଧିତ କରାଯାଇଛି । ସାହିତ୍ୟ ସାଧନା ସହ ଆଧ୍ୟାତ୍ମିକ ପୁସ୍ତକ ରଚନା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କୃତ କରାଯାଇଛି । ଶ୍ରୀ ପୃଷ୍ଟି ଦିଲ୍ଲୀ ଗସ୍ତ କରି କେନ୍ଦ୍ର ସରକାରଙ୍କର ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ୟୁନିୟନ ମନ୍ତ୍ରୀ ପ୍ରଫେସର ଏସପି ସିଂ ବାଘେଲ୍, ଆଇ ଆର ଏପସିଏସ୍ ରୋହିତ୍ ଦେଓ, ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାତା ରବିନ୍ଦ୍ର ନାଥ ପ୍ରଧାନଙ୍କୁ ଭେଟି ନିଜ ରଚୟିତ କାବ୍ୟ ରାମାୟଣ ଓ ଜୀବନ ଜ୍ୟୋତି ପୁସ୍ତକ ପ୍ରଦାନ କରିଥିବା ବେଳେ ସମସ୍ତେ ଶ୍ରୀ ପୃଷ୍ଟିଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ପର୍ଦ୍ଧିତ କରିଥିଲେ । ଯାହା ଶ୍ରୀ ପୃଷ୍ଟିଙ୍କ ସାଥି ସମର୍ଥକଙ୍କ ମହଲରେ ଖୁସିର ଲହରି ଖେଳାଇ ଦେଇଛି ।