ପଞ୍ଚାୟତ ସମିତି ବୈଠକ
ଗୋଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ପଞ୍ଚାୟତ ସମିତି ସଭା ଗୃହ ଠାରେ ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକର ସଫଳ ରୁପାୟନ କରି ଗୋଲାମୁଣ୍ଡା ବ୍ଲକକୁ ଜିଲ୍ଲାର ଶ୍ରେଷ୍ଠ ବ୍ଲକରେ ପରିଣତ କରିବା ନେଇ ସମସ୍ତେ ଯନôବାନ ହେବାକୁ ଆହ୍ୱାନ ଦେଇଥିଲେ । ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ଗୋଷ୍ଠୀ ଶିକ୍ଷା ଅଧିକାରୀ ଭବାନୀ ଶଙ୍କର ଯୋଶୀ, ଜିପିଡିଓ ରମିତ ପଧାନ, ଜିଲ୍ଲା ପରିଷଦ ସଭ୍ୟା ହେମାଙ୍ଗିନୀ ରାଉତ ଓ ସରିତା ମାଝୀ ପ୍ରମୁଖ ମଞ୍ଚାସୀନ ରହିଥିଲେ । ବୈଠକରେ ଯେଉଁ ବିଭାଗର ଅଧିକାରୀମାନେ ଅନୁପସ୍ଥିତ ରହୁଛନ୍ତି ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ କରିବା ପାଇଁ ବ୍ଲକ ଅଧ୍ୟକ୍ଷ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନଦେ୍ର୍ଦଶ ଦେଇଥିଲେ । ଉକ୍ତ ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ସମସ୍ୟା, ଜଳ ସେଚନ ସମସ୍ୟା, କୃଷି ଓ ଧାନମଣ୍ଡି ସମସ୍ୟା ନେଇ ଅଞ୍ଚଳର ସମସ୍ୟା ଉପରେ ଶାନ୍ତି ଶୃଙ୍ଖଳା ସହିତ ଆଲୋଚନା ହୋଇଥିଲା । ଉକ୍ତ ବୈଠକରେ ଫରେଷ୍ଟ ରେଞ୍ଜ ଅଧିକାରୀ ଚିନ୍ମୟ ଗଡତିଆ, ବିଦୁ୍ୟତ୍ ବିଭାଗର ଏସଡ଼ିଓ ବାଳ ମୁକୁନ୍ଦ ବିଶ୍ୱାଳ, ବ୍ଲକ କୃଷି ଅଧିକାରୀ ନଉକେଶ୍ୱର ନାଗ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟସଭ୍ୟାମାନେ ଉପସ୍ଥିତ ରହିଥିଲେ ।