କୁଣ୍ଡପାଟଣାରେ ଜନ ଆରୋଗ୍ୟ ସମିତି ବୈଠକ
କୁଆଖିଆ: ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନକୁଣ୍ଡପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନଆରୋଗ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦସଭ୍ୟା ଭାରତୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ସରପଞ୍ଚ ସ୍ୱର୍ଣ୍ଣଲତା ସାହୁ ଗୋଷ୍ଠୀ କେନ୍ଦ୍ର ଅଧିକାରୀ ଡାକ୍ତର ରଶ୍ମିରଞ୍ଜନ ପଶାୟତ, ଡାକ୍ତର ବସନ୍ତ ପଣ୍ଡା ଯୋଗଦେଇ ଆୟୁଷ୍ମାନ୍ କେନ୍ଦ୍ରର ପରିଚାଳନା ଓ ସରକାରଙ୍କ ଜନକଲ୍ୟାଣ ସ୍ୱାସ୍ଥ୍ୟସେବା ଯୋଜନା ସମ୍ପର୍କରେ ଆଲୋଚନା କରିବା ସହିତ ଆଗାମୀ ଦିନରେ ଲୋକମାନେ କିପରି ଉତମ ଚିକିତ୍ସା, ଜରୁରୀକାଳୀନ ସେବା ସୁବିଧାକୁ ସହଜରେ ଉପଲବ୍ଧ କରିପାରିବେ ସେଥି ନିମିତ ଆଲୋକପାତ କରିଥିଲେ । ଏଥିରେ ଗୋଷ୍ଠୀ ହିସାବ ପ୍ରବନ୍ଧକ ମଧୁସୂଦନ ଦାସ, କାର୍ଯ୍ୟକ୍ରମ ପ୍ରବନ୍ଧକ ଜ୍ୟୋସ୍ନାରାଣୀ ସାହୁ, ଗୋଷ୍ଠୀସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସରୋଜିନୀ ମହାନ୍ତି ଏବଂ କୁଣ୍ଡପାଟଣା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ରଶ୍ମିତା ରାଉତ, ଆୟୁଷ୍ ଅଫିସର ଡାକ୍ତର ସିପ୍ରା ସାହୁ, ନର୍ସୀଂ ଅଫିସର ନିଶିପଦ୍ମା ଦାସ, ରସୁଲପୁର ଶିଶୁ ପ୍ରକଳ୍ପ ବିଭାଗର ସୁପରଭାଇଜର ମଂଜୁଲତା ତ୍ରିପାଠୀ, ଫାର୍ମାସିଷ୍ଟ ସତ୍ୟନାରାୟଣ ପଣ୍ଡା, ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ଯନ୍ତ୍ରୀ ମୋନାଲିସା ପଟ୍ଟନାୟକ ଯୋଗଦେଇ ନିଜ ନିଜର କର୍ତବ୍ୟ ସମ୍ପାଦନ ସମ୍ପର୍କରେ ମତାମତ ରଖିଥିଲେ । କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ କେନ୍ଦ୍ରର କର୍ମଚାରୀ ଏବଂ ପଞ୍ଚାୟତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ ।