ମହିଳା ସମିତିର ଜଳଛତ୍ର କାର୍ଯ୍ୟକ୍ରମ


 ବ୍ୟାସନଗର: ବ୍ୟାସନଗରରେ ନବ ଉକôଳ ମହିଳା ସମିତି ପକ୍ଷରୁ ଜଳଛତ୍ର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ବ୍ୟାସନଗର ସହରର ମୁଖ୍ୟ କାର୍ଯ୍ୟାଳୟ ଭାବେ ପୌର କାର୍ଯ୍ୟାଳୟ ଓ ବ୍ୟାସନଗର ତହସିଲ କାର୍ଯ୍ୟାଳୟକୁ ଶହ ଶହ ସଂଖ୍ୟାରେ ଜନସାଧାରଣ ଆସୁଥିବାରୁ, ଏହାକୁ ଦୃଷ୍ଟି ଦେଇ ପୈାରପରିଷଦ ଓ ତହସିଲ କାର୍ଯ୍ୟାଳୟ ନିକଟରେ ସମିତି ପକ୍ଷରୁ ଜଳଦାନ ଶିବିର ଖୋଲାଯାଇଛି । ଶିବିରକୁ ବ୍ୟାସନଗର ଅତିରିକ୍ତ ତହସିଲଦାର ପ୍ରସନ୍ନ କୁମାର ମହାନ୍ତି ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୌରଅଧକ୍ଷ୍ୟା ସଙ୍ଗୀତା ପିଙ୍ଗୁଆ ଓ ବ୍ୟାସନଗର ତହସିଲର ବରିଷ୍ଠ କିରାଣୀ ସୁକାନ୍ତ ଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ନବ ଉକôଳ ମହିଳା ସମିତିର ସଭାନେତ୍ରୀ ଅମୂଲୀ ପହି, ମମତା ବର୍ଦ୍ଧନ, ଯେମାମଣି କଅଁର, ପ୍ରଭାତୀ ଲେଙ୍କା, ସ୍ୱପ୍ନାରାଣୀ ସିଂ, ସୁନିତା ଦାସ, ଜଞ୍ଜାଳୀ ମଲ୍ଲିକ, ସୁଜାତା ମହାନ୍ତି, ଗୀତାରାଣୀ ନାୟକଙ୍କ ସମେତ ସମାଜସେବ