ଅନ୍ଧାରରେ କପ୍ତିପଦା ଥାନା 

 କପ୍ତିପଦା:  ସନ୍ଧ୍ୟା ହେଲେ କପ୍ତିପଦା ଥାନା ଅନ୍ଧାରରେ ବୁଡି ରହୁଛି । ଘଟଣାରୁ ପ୍ରକାଶ, ଗତକାଲି ସନ୍ଧ୍ୟା ୬ଘଟିକାରୁ ୭ଘଟିକା ବିଦୁ୍ୟତ୍ ସରବରାହ ବନ୍ଦ ରହିଥିବା ଯୋଗୁଁ କପ୍ତିପଦା ଥାନା ସଂପୂର୍ଣ୍ଣ ଅନ୍ଧାରରେ ବୁଡି ରହିଥିଲା । ଫଳରେ ଥାନାକୁ ଆସୁଥିବା ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଥାନା କର୍ମଚାରୀମାନେ ମୋବାଇଲରେ ଲାଇଟ୍ ଜଳାଇ ଅଫିସ କାର୍ଯ୍ୟ କରୁଥିବାର ଦେଖିବାକୁ ମିଳିଥିଲା । ଥାନାରେ ସୋଲାର ବ୍ୟବସ୍ଥା ଥିବାବେଳେ କାହିଁକି ଏହା କାର୍ଯ୍ୟକ୍ଷମ ହୋଇପାରୁନାହିଁ ଏହା ସର୍ବସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।