ବିଦ୍ୟାଳୟର ବାର୍ଷିକୋତ୍ସବ
କାକଟପୁର : କାକଟପୁର ବ୍ଲକ ଅନ୍ତର୍ଗତ ଆନନ୍ଦବଜାର ସ୍ଥିତ ରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପକ୍ଷରୁ ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବ ବିଦ୍ୟାଳୟ ପରିଚାଳନା ସଭାପତି ସତ୍ୟବ୍ରତ ପ୍ରଧାନ ଓ ଟ୍ରଷ୍ଟି ସମ୍ପାଦକ ପବିତ୍ର ପରିଡ଼ାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ନିମାପଡ଼ା ଉଚ୍ଚ ବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ସାଧୁ ଚରଣ ସାହୁ ସଭାପତିତ୍ୱ କରିଥିଲେ । ଏଥିରେ ବିଧାୟକ ତୁଷାରକାନ୍ତି ବେହେରା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ ନାୟକ, ରତନପୁର କଲେଜ ଅଧକ୍ଷ ଚିତ୍ତରଞ୍ଜନ ପରିଡ଼ା, ଉପଦେଷ୍ଟା ତଥା ଶିକ୍ଷାବିତ୍ ପ୍ରଫୁଲ୍ଲ ସାହୁ, ବେଣୁଧର ପରିଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରତ୍ୟେକ ପିଲା ଉତ୍ତମ ଶିକ୍ଷା, ଚରିତ୍ର ଓ ଶୃଙ୍ଖଳିତ ହେବା ସହ ଆତ୍ମବିଶ୍ୱାସ ରଖିବା ଉଚିତ । ମନ ଭିତରେ ଦୃଢ଼ ସଂକଳ୍ପ ରଖି ଆଗକୁ ବଢ଼ିଲେ ସବୁ ସଫଳତା ହାସଲ କରିହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଶିକ୍ଷୟିତ୍ରୀ ବର୍ଷା ମହାରଣା ସ୍କୁଲର ବାର୍ଷିକ ବିବରଣୀ ଓ ସଫଳତାର ବିବରଣୀ ପଠନ କରିଥିବାବେଳେ ଏହି ଅବସରରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶେଷ ପର୍ଯ୍ୟାୟରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ଓଡ଼ିଶୀ, ସମ୍ବଲପୁରୀ ନୃତ୍ୟ, ଭଜନ ଓ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଉତ୍ସବକୁ ପ୍ରଧାନ ଶିକ୍ଷକ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ପରିଚାଳନା କରିଥିବାବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।ଦେଇ ତାଙ୍କ କର୍ମମୟ ଜୀବନ ବାବଦରେ ଆଲୋଚନା କରିଥିଲେ ।