ଅପରେସନ ‘ପ୍ରହାର’, ବିପୁଳ ଗୁଟ୍ଖା ଜବତ

 ଜୟପୁର :  କୋରାପୁଟ ଜିଲ୍ଲା ପୋଲିସ ଅଧିକ୍ଷକଙ୍କ ନିଦେ୍ର୍ଦଶ କ୍ରମେ ସାରା ଜିଲ୍ଲାରେ ଗଞ୍ଜେଇ ତମାଖୁ  ସିଗାରେଟ ଏବଂ ଅନ୍ୟାନ୍ୟ ମାଦକ ଦ୍ରବ୍ୟର ବେଆଇନ ବିକ୍ରି ଏବଂ ଚାଲାଣ କାରବାର ରୋକିବାକୁ ଆରମ୍ଭ କରିଛନ୍ତି ଅପରେସନ ପ୍ରହାର । ଏହି ଅପରେସନରେ ଧାର୍ମିକ ଅନୁଷ୍ଠାନ ଏବଂ ବିଦ୍ୟାଳୟ ଆଖପାଖ ଅଞ୍ଚଳରେ ନିଶାଦ୍ରବ୍ୟ ସେବନ ଏବଂ ବିକ୍ରିକୁ ରୋକିବାକୁ ପ୍ରୟାସ କରାଯାଇଛି । ଜୟପୁର ଟାଉନ ଥାନା ପରିସରରେ ଏକ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରହିତ ବର୍ମା, ଜୟପୁର ଉପଖଣ୍ଡ ପୋଲିସ ଅଧିକାରୀ ପାର୍ଥ ଜଗଦୀଶ କାଶ୍ୟପ, ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତ ଏବଂ ସ୍ୱାସ୍ଥ୍ୟ କର୍ମଚାରୀ ସତ୍ୟ ନାରାୟଣଙ୍କ ଉପସ୍ଥିତି ସହରର ଗୁଟ୍ଖା ବ୍ୟବସାୟୀ ସୁଶାନ୍ତ ନାରାୟଣ ସାହୁ ଏବଂ ମନୋଜ ଗୁପ୍ତାଙ୍କ ବ୍ୟବସାୟ ପ୍ରତିଷ୍ଠାନରୁ ବିପୁଳ ପରିମାଣରେ ବେଆଇନ ଗୁଟଖା ଠାବ କରି ଜବତ କରିଥିଲେ । ପ୍ରକାଶ ଥାଉକି ଏହି ଉଭୟ ବ୍ୟବସାୟୀଙ୍କ ଠାରୁ ଆଗରୁ ବହୁବାର ଗୁଟ୍ଖା ଜବତ କରିଥିଲେ ସୁଦ୍ଧା ଏମାନେ ସୁଧୁରୁ ନଥିବା ଏହି ଅପରେସନ ପ୍ରହାର ସାବ୍ୟସ୍ତ କରୁଛି ଏବଂ ଏହି ବ୍ୟବସାୟୀ ଦୁଇ ଜଣ ଅସତ ଉପାୟରେ ବହୁ ସ୍ତାବର ଏବଂ ଅସ୍ତାବର ସମ୍ପତି ଠୁଳ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି । ରାଜ୍ୟ ସରକାର ଏହି ବେଆଇନରେ ଠୁଳ କରିଥିବା ସମ୍ପତିକୁ ଆଇନ ଅନୁଯାଇ ବାଜ୍ୟାପ୍ତ କରିବାକୁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି । ଏହି ବେଆଇନ ଗୁଟଖା ବିକ୍ରି ସମ୍ବନେ୍ଧ ଆମ ‘ସୂର୍ଯ୍ୟପ୍ରଭା’ରେ ପ୍ରକାଶିତ ହେବା ପରେ ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହି ଗୁଟଖା ଜବତ ସହ କାକିରିଗୁମା ଥାନା ୩୯୪.୯୦୦ କିଲୋ ସେମଳିଗୁଡା ଥାନା ୩୨ କିଲୋ ଜୟପୁର ଥାନା ୫ କିଲୋ ପୋଲିସ ଜବତ କରିବାରେ ସଫଳ ହୋଇଛି । ଏବଂ ଏକ ଚୋରି ମୋଟର ସାଇକେଲ ସହ ତିନି ଜଣଙ୍କୁ ଗିରଫ କରିଛନ୍ତି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ରହିଥିବା ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।