ଅପର୍ଣ୍ଣା ଆଶ୍ରମର ବାର୍ଷିକୋତ୍ସବ

 ବନ୍ତ:  ବନ୍ତ ବ୍ଲକ୍ ବସନ୍ତିଆ ପଞ୍ଚାୟତ କଟିଣା ସ୍ଥିତ ଅପର୍ଣ୍ଣା ଆଶ୍ରମର ପ୍ରଥମ ବାର୍ଷିକ ଉସôବ ଅନୁଷ୍ଠିତ ହୋଇଛି । ପ୍ରଥମ ଦିନ ଆପଣ୍ଡାସ୍ଥିତ କୁଣ୍ଡ ପୁଷ୍କରିଣୀରୁ ନଅ ଗୋଟି କଳସ ଘଟ ଉତ୍ତୋଳନ କରାଯାଇ ସ୍ଥାପନ କରାଯାଇ ଯଥାରୀତି ଅନୁଯାୟୀ ପୂଜକ କୁଳମଣୀ ମିଶ୍ର, ରାମକୃଷ୍ଣ ମିଶ୍ର, ତରିଣୀସେନ୍ ପଣ୍ଡା, ଶରତ କୁମାର ପଣ୍ଡାଙ୍କ ଦ୍ୱାରା ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି ପ୍ରଥମ ବାର୍ଷିକ ଉସôବକୁ ବନ୍ତ ଏବିଡ଼ିଓ ନିଶିକାନ୍ତ ଖୁଣ୍ଟିଆ ସ୍ଥାନୀୟ ସରପଞ୍ଚ ଉଦଘାଟନ କରିବା ସହ ସନ୍ୟାସୀନି ମାତା ଅପର୍ଣ୍ଣାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା । ଯୋଗଦେଇଥିବା ଏବିଡ଼ିଓ ନିଶିକାନ୍ତ ଖୁଣ୍ଟିଆ,ସରପଞ୍ଚ ଅଶୋକ କୁମାର ସାହୁ, ସନ୍ଥ ଆଦିତ୍ୟ ଦାସ, ଗିରିଧାରୀ ଗୋପାଳ,ରବିନ୍ଦ୍ର ଦାସ ମହାରାଜ ବାବା, ପିଣ୍ଟୁ ବାବା, ଜଗତ ଜୀବନ ଦାସ, ଆର୍ତ୍ତ ବାବା, ପ୍ରଫୁଲ୍ଲ ବାବାଙ୍କୁ ଆଶ୍ରମ ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଛି । ସନ୍ଧ୍ୟାରେ ନାମ ସଂକୀର୍ତ୍ତନ ସହ ଭଜନ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିଜୟ କିଶୋର ପ୍ରଧାନ, ଉପସଭାପତି ହରେକୃଷ୍ଣ ପାଣିଗ୍ରାହୀ ଏବଂ ସମ୍ପାଦକ ପିତବାସ ପ୍ରଧାନଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରବିନାରାୟଣ ମହାନ୍ତି, ସନ୍ତୋଷ କୁମାର ପାଢ଼ୀ, କାଶୀନାଥ ରାଉତ୍, ରାଧାକାନ୍ତ ମହାନ୍ତି, କପିଳ ପ୍ରଧାନ, ଚତୁର୍ଭୂଜ ନାୟକ,ବିଶ୍ୱନାଥ ରାଉତ୍,ରଞ୍ଜନ କୁମାର ପ୍ରଧାନ, ନିରୂପମା ପ୍ରଧାନ, ବୈଦେହି ରାଉତ୍, ଲକ୍ଷ୍ମୀଧର ମହାନ୍ତି, ଚିତ୍ତରଞ୍ଜନ ନାୟକ, ପୂର୍ଣ୍ଣିମା ମହାନ୍ତି, ନିନି ପାଢ଼ୀ, ନରେନ୍ଦ୍ର କୁମାର ପ୍ରଧାନ, ବାଦଲ ରାଉତ୍ ପ୍ରମୁଖ ପରିଚାଳନରେ ସହଯୋଗ କରିଥିଲେ ।