ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

 କାକଟପୁର : କାକଟପୁର ବ୍ଲକ ଅନ୍ତର୍ଗତ ଜଳେଶ୍ୱରପଡା ପଞ୍ଚାୟତ ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ସାହୁଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉସôବ ସ୍କୁଲ ପ୍ରାଙ୍ଗଣରେ ଏକ ବର୍ଣ୍ଣ ।ଢ୍ୟ ପରିବେଶରେ ଅନୁଷ୍ଠିତ ହୋଇ ଯାଇଅଛି । ମହାଶୟ ଦୀର୍ଘ ୩୯ ବର୍ଷ ଧରି କର୍ତ୍ତବ୍ୟନିଷ୍ଠ ସେବା ଜୀବନ ସମାପନ କରି ଅଂଚଳରେ ତାଙ୍କର ଯଶ ବଜାୟ ରଖିଛନ୍ତି, ଉସôବରେ ମୁଖ୍ୟ ଅତିଥି ଦିଲ୍ଲୀପ କୁମାର ଜେନା ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ବିଚିତ୍ରା ନନ୍ଦ ରଥ ନୋଡାଲ ପ୍ରଧାନ ଶିକ୍ଷକ, ବ୍ରହ୍ମାନନ୍ଦ କାଣ୍ଡି ସହ ଶିକ୍ଷା ଅଧିକାରୀ କାକଟପୁର ବ୍ଲକ, ସମ୍ମାନିତ ଅତିଥି ମଲିକ ଜାକିର ହୁସେନ, ଜିତେନ୍ଦ୍ର କୁମାର ବେହେରା (ସରପଞ୍ଚ), ଗୁଣନିଧି ଜେନା ସମିତି ସଭ୍ୟ, ଶ୍ରୀଯୁକ୍ତ ବ୍ରଜବନ୍ଧୁ ଦାସ ପ୍ରତିଷ୍ଠାତା ସତ୍ୟ ନାରାୟଣ ଉଚ୍ଚ ବିଦ୍ୟାଳୟ, ରୋହିତ କୁମାର ନାୟକ, ରମେଶ ନାୟକ, ଅଶୋକ ବେହେରା, ସମସ୍ତ ନୂତନ, ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତି ରହି ତାଙ୍କୁ ବିଦ୍ୟାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ଓ ଅଂଚଳ ବାସିମାନେ ଶିକ୍ଷକଙ୍କୁ ବିରାଟ ଶୋଭାଯାତ୍ରାରେ ତାଙ୍କ ବାସ ଗୃହ ପର୍ଯ୍ୟନ୍ତ ନେଇ ଯାଇଥିଲେ ।
ରାଜକନିକା: ରାଜକନିକା ଶିକ୍ଷା ମଣ୍ଡଳ ଅନ୍ତର୍ଗତ ଖଣ୍ଡେଇତା ପାଣ୍ଡୁରୁ କୋଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସତ୍ୟଭାମା ନାୟକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ତେନ୍ତୁଳି କୋଳି କ୍ଲଷ୍ଟର ସିଆରସିସି ବୀରେନ୍ଦ୍ର କୁମାର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲାର ଏସ ଡି ପିଓ ଅଫିସିର ଏସ ଆଇ ରାଧାକାନ୍ତ ମାଝୀ, ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ପ୍ରସନ କୁମାର ଧଳ ଓ ସଂମ୍ମାନିତ ଅତିଥିଭାବେ ହାବବୁଳ ଗଣ୍ଡ ପାଟଣାର ସିଆରସିସି ମୀନକେତନ ନାୟକ, ପ୍ରଧାନ ଶିକ୍ଷକ ରଜତ କୁମାର ନାୟକ, ଅମଲ କୁମାର ଲେଙ୍କା, ସରୋଜିନୀ ସାମଲ, ମାନସୀ ନାୟକ, ଇନ୍ଦୁଲତା ବିଶ୍ୱାଳ, ସୁସ୍ମିତା ସିଂ ଅଂଶଗ୍ରହଣ କରିଥିଲେ । ଶିକ୍ଷକ ବିଶ୍ୱଜିତ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ କୁମାର ମଲ୍ଲିକ ମାନପତ୍ର ପଠନ କରିଥିଲେ ଓ ପ୍ରଧାନ ଶିକ୍ଷକ ନିଗମାନନ୍ଦ ମହାପାତ୍ର କବିତା ପଠନ କରିଥିଲେ, ଶିକ୍ଷକ ଜୋତ୍ରିପ୍ରକାଶ ମୁର୍ମୁ ବିଦାୟୀ ଶିକ୍ଷୟତ୍ରୀଙ୍କ ଫଟୋଚିତ୍ର ପ୍ରଦାନ କରିଥିଲେ ।ତେନ୍ତୁଳି କୋଳି ଆଞ୍ଚଳିକ ସାଧନକେନ୍ଦ୍ର ଅଧିନସ୍ତ ୧୦ଟି ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ର ଉପସ୍ଥିତ ଥିଲେ । କଣ୍ଟିପୋଖରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।