ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ


ାା ପ୍ରଭାନୁ୍ୟଜ ।ା  ନୀଳଗିରି,: ନୀଳଗିରି ଅବକାରୀ ବିଭାଗ ଟିମ୍ ଓ ମୋବାଇଲ ସ୍କ୍ୱାର୍ଡ ଦ୍ୱାରା ମିଳିତ ଚଢାଉ କରାଯାଇ ନୀଳଗିରି ଥାନା ଅଧୀନ ଏନ୍ଏସି ୨ ନମ୍ବର ୱାର୍ଡ ଘାଟଘର ସାହିର ସୁରେନ୍ଦ୍ର ପ୍ରଧାନ( ୫୨)ଙ୍କ ଘରୁ ୧୨କିଲୋ ୫୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୧ ଲକ୍ଷ ୨୫ହଜାର ଟଙ୍କା ବୋଲି ବିଭାଗ ପକ୍ଷରୁ ଜଣାପଡିଛି । ଏକ ବିଶ୍ୱସ୍ତ ସୂତ୍ରରୁ  ଖବର ପାଇ ଗତ ୧୩ ତାରିଖ ବିଳମ୍ବିତ ରାତିରେ ମିଳିତ ଭାବରେ ଏହି ଚଢାଉ କରାଯାଇଥିଲା । ଅଭିଯୁକ୍ତ ସୁରେନ୍ଦ୍ରଙ୍କୁ ଗିରଫ କରାଯାଇ ୧୦୮/୨୪-୨୫ ମୂଳେ ଏକ ମାମଲା ରୁଜୁ କରାଯାଇ କୋର୍ଟଚାଲଣ କରାଯାଇଛି । ଏହି ଚଢାଉରେ ମୋବାଇଲ ଇନ୍ସପେକ୍ଟର ସଞ୍ଜିତ ବାର୍ଲା, ଓଆଇସି ଜଗନ୍ନାଥ ବେହେରା, ଏଏସ୍ଆଇ ଜୟମାଧବ ଦାସ ପଟ୍ଟନାୟକ, କନେଷ୍ଟବଳ ଦେବାଶିଷ ମଲ୍ଲିକ, ନହନ ମୁର୍ମୁ ପ୍ରମୁଖ ସାମିଲ ହୋଇଥିଲେ ।