ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକ
ବରଗଡ : ଅବସରପ୍ରାପ୍ତ ଶିକ୍ଷକ କିଶୋରୀଲାଲ ବଘେଲ(୯୨)ଙ୍କର ପରଲୋକ ହୋଇଯାଇଛି । ସ୍ୱର୍ଗତ ବଘେଲ ସ୍ଥାନୀୟ ହିନ୍ଦୀ ୟୁପି ବିଦ୍ୟାଳୟରେ ଶିକ୍ଷକତା ଆରମ୍ଭ କରିଥିବା ବେଳେ ସେ ରାଷ୍ଟ୍ରଭାଷା ହିନ୍ଦୀର ପ୍ରଚାର ପ୍ରସାରକ ଥିଲେ । ସେ ଏକାଧାରରେ ରାମାୟଣ ବାଚକ, ଗାୟକ, ନାଟ୍ୟକାର , ଗୀତିକାର, ସଂଗୀତକାର ଥିବା ବେଳେ ସୌଖିନ କଳାକାର ସଂଘର ଜଣେ ସଦସ୍ୟ ଥିଲେ । ସେ ଗୁରୁଶିରୋମଣୀ ତଥା ସର୍ବଶ୍ରେଷ୍ଠ ଶିକ୍ଷକ ଉପାଧିରେ ଭୂଷିତ ହୋଇଥିଲେ । ତାଙ୍କ ବିୟୋଗରେ ବରଗଡର ବିଭିନ୍ନ ଅନୁଷ୍ଠାନ ତଥା ଜନସାଧାରଣରେ ଗଭୀର ଶୋକ ପ୍ରକାଶ ପାଇଛି ।