ମତଦାନକୁ ସୁଦୃଢ କରିବା ଲାଗି ପ୍ରଶାସନର କୁଇଜ୍ ପ୍ରତିଯୋଗିତା

ମତଦାନକୁ ସୁଦୃଢ କରିବା ଲାଗି ପ୍ରଶାସନର କୁଇଜ୍ ପ୍ରତିଯୋଗିତା


ବାରିପଦା: ଭାରତୀୟ ନିର୍ବାଚନ କମିଶନଙ୍କ ବ୍ୟବସ୍ଥିତ ଭୋଟରଙ୍କ ଶିକ୍ଷା ଓ ନିର୍ବାଚନରେ ଅଂଶଗ୍ରହଣ କାର୍ଯ୍ୟକ୍ରମର ପ୍ରତିଫଳନ ଖୁବ ଉଲ୍ଲେଖନୀୟ ଢଙ୍ଗରେ ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦାଠାରେ ଅନୁଷ୍ଠିତ ହୋଇଛି । ଯୁବ ଭୋଟରମାନଙ୍କ ମଧ୍ୟରେ ନିର୍ବାଚନ ବାବଦରେ ସଚେତନତା ଓ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ମତଦାନକୁ ନେଇ ତତକ୍ଷଣାତ ସାଧାରଣଜ୍ଞାନ ପରୀକ୍ଷା ବା ଇନ୍ସଟାଣ୍ଟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି । ଛୁଟିଦିନିଆ ସନ୍ଧ୍ୟା ସମୟରେ ପାର୍କ  କିମ୍ବା ନିତ୍ୟ ମନୋରଞ୍ଜନନ ସ୍ଥାନ ମାନଙ୍କରେ ଏହି କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ଜିଲ୍ଲା ପ୍ରଶାସନ ଓ ବାରିପଦା ପୌରପାଳିକା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାନ ପିଲାଙ୍କଠାରୁ ଆରମ୍ଭ କରି ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମଧ୍ୟ ଅଂଶଗ୍ରହଣ କରୁଛନ୍ତି । ମତଦାନ ଏକ ନାଗରିକର ମୌଳିକ ଅଧିକାର ଭାବରେ ଏହି ବିଷୟକୁ ଜନାଦୃତ କରିବାପାଇଁ ଏଭଳି ପ୍ରୟାସ ବାରିପଦା ସ୍ଥିତ ଶିଶୁ ପାର୍କ ଠାରେ ଅନୁଷ୍ଠିତ ହେଉଅଛି । ଏହି କୁଇଜ ପ୍ରତିଯୋଗିତାରେ ପୌରପାଳିକା କାର୍ଯ୍ୟର୍ନିବାହୀ ଅଧିକାରିଣୀ ଡଃ ମଧୁସ୍ମିତା ସାମନ୍ତରାୟ ସଂଯୋଜନା ଓ ପରି·ଳନା କରିଥିବା ବେଳେ ପୌରପାଳିକାର ସମସ୍ତ କର୍ମକର୍ତ୍ତା କୁଇଜ ପ୍ରତିଯୋଗିତାକୁ ଖୁବ ଆନନ୍ଦ ସହକାରେ ଉପସ୍ଥାପନା କରିଥିଲେ । ଅଧିକରୁ ଅଧିକ ଯୁବ ଭୋଟର ତଥା ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ବେଳେ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରାଯାଇଛି । ବିଶେଷକରି ବିଜେତାଙ୍କୁ ସେହି ମୁହୂର୍ତ୍ତରେ ପୁରସ୍କୃତ କରାଯାଏ । ଗଣତନ୍ତ୍ରର ଏହି ମହାନ ପର୍ବକୁ ସମସ୍ତେ ନିଜ ଅଧିକାର ସହ ସମ୍ପାଦନା କରିବା ପାଇଁ ଜିଲ୍ଲାପାଳ ମଧ୍ୟ ନିବେଦନ କରିଛନ୍ତି ।