ଜଳିଗଲା ଟ୍ରାକ୍ଟର ବୋଝେଇ ଟ୍ରଲର

ବରଗଡ : ବରଗଡ ବିକାଶ ହସ୍ପିଟାଲ ସମ୍ମୁଖ ଜାତୀୟ ରାଜପଥରେ ଛିଡା ହୋଇଥିବା ଟ୍ରାକ୍ଟର ବୋଝେଇ ଟ୍ରଲରରେ ରବିବାର ସକାଳେ ନିଆଁ ଲାଗି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ବେଳେ ଟ୍ରଲରର ଥିବା ଗୋଟେ ନୂଆ ଟ୍ରାକ୍ଟର ଜଳି ଯାଇଥିଲା । ଟ୍ରଲର ଭିତରେ ଖାଦ୍ୟ ରାନ୍ଧୁ ଥିବାବେଳେ ଗ୍ୟାସ ଟାଙ୍କି ଫାଟି ନିଆଁ ଲାଗି ଥିବାର ଅନୁମାନ କରାଯାଉଛି ।