ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଉଦଘାଟିତ
କଳିଙ୍ଗନଗର : ଟାଟାଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଦାନଗଦୀ ବ୍ଲକ ଚାନ୍ଦିଆ ପଞ୍ଚାୟତ ଅନ୍ତର୍ଗତ ନୂଆଚାନ୍ଦିଆ ଗ୍ରାମରେ ଏକ ନୂତନ ଅଙ୍ଗନୱାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଯାହା ଆଖପାଖ ପରିବାରର ପାଖାପାଖି ୫୦ଜଣ ପିଲାଙ୍କୁ ପ୍ରାରମ୍ଭିକ ଶୈଶବ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସାମଗ୍ରିକ ଶିଶୁ ବିକାଶ ସେବା ପ୍ରଦାନ କରିବ । ଟାଟାଷ୍ଟିଲ କଳିଙ୍ଗନଗରର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ଦେବଦୂତ ମହାନ୍ତି ଏହାକୁ ଉଦଘାଟନ କରିଥିଲେ । ଏହି ଅବସରରେ ଟାଟାଷ୍ଟିଲ କଳିଙ୍ଗନଗର ୱାର୍କର୍ସ ୟୁନିୟନର ସଭାପତି ରବୀନ୍ଦ୍ର କୁମାର ଜାମୁଦା, ଦାନଗଦୀର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ନନ୍ଦିନୀପ୍ରଭା ଲେଙ୍କା, ଚାନ୍ଦିଆ ପଞ୍ଚାୟତର ସରପଞ୍ଚ ପାଣ୍ଡୁ ସିଂ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । ଟାଟାଷ୍ଟିଲର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦଙ୍କ ସମେତ ଅନ୍ୟ ଟିଏସକେ, ଟିଏସଏଫ ଓ ଟିଏସ୍ଏକଡ଼ବ୍ଲୁୟୁଅଧିକାରୀ, ସ୍ଥାନୀୟ କମୁ୍ୟନିଟି ସଦସ୍ୟ, ଅଙ୍ଗନୱାଡି କର୍ମୀ ଓ ଶିଶୁମାନେ ଉପସ୍ଥିତ ଥିଲେ । ଟାଟାଷ୍ଟିଲ୍ ଫାଉଣ୍ଡେସନ୍ ସହାୟତାରେ ନିର୍ମିତ ଏହି ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଭବିଷ୍ୟତରେ ସ୍ଥାନୀୟ ଅଞ୍ଚଳର ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ସ୍ଥାନୀୟ ଅଞ୍ଚଳର ଛୋଟ ପିଲାଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।