ଅଭ୍ୟାସ ବଳେ ସର୍ବସିଦ୍ଧି
ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅନୁଶୀଳନ ଓ ଅନୁଭବ କରିବା ଜୀବନରେ ଅଭ୍ୟାସ ବଳେ କେମିତି ସର୍ବସିଦ୍ଧି, ସେ ବାବଦରେ କିଛି ମର୍ମସ୍ପର୍ଶୀ କଥା କ୍ଷ ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । ଅଭ୍ୟାସ, ଚେଷ୍ଟା ବା ଉଦ୍ୟମ ବଳରେ ଆମେ ଆମ ଜୀବନର ମୋଡକୁ ବଦଳେଇ ଦେଇପାରିବା । ନିଜର ଉନ୍ନତି ନିଜ ଉପରେ ହିଁ ନିର୍ଭରଶୀଳ । ଆମ ନିଜକୁ ହିଁ ନିଜ ଜୀବନର ରାସ୍ତାରେ ଚାଲିବାକୁ ପଡିବ । ଅନେକ ଝଡଝଞ୍ଜାକୁ ସାମ୍ନା କରିବା ଭିତର ଦେଇ ହିଁ ଜୀବନ ସଂଗଠିତ ହୁଏ । ସେଥିପାଇଁ ପ୍ରଥମେ ନିଜକୁ କର୍ମଠ ହେବ ହେବ । ସକରାତ୍ମକ ଚିନ୍ତାଧାରା ସାଙ୍ଗକୁ ନିଜକୁ କର୍ମ ଭିତରେ ଡୁବେଇ ରଖିବାକୁ ହେବ ।
ଆମେ ଶୁଣିଛେ ଯେ "ଅଭ୍ୟାସ ମଣିଷକୁ ସିଦ୍ଧି ଆଡକୁ ଗତିଶୀଳ କରାଇଥାଏ ।'' କିନ୍ତୁ ଏହା କେବଳ ଅଭ୍ୟାସ ନୁହେଁ; ବରଂ ଭଲ ଅଭ୍ୟାସ, ଉତ୍ତମ ଅଭ୍ୟାସ ବା ସୁଅଭ୍ୟାସ ଦ୍ୱାରା ହିଁ ସାର୍ଥକ ହୋଇଥାଏ । କାରଣ ଅଭ୍ୟାସ ଦ୍ୱାରା ସେଇଟା ସ୍ଥାୟୀ ହୋଇଯାଏ, ଯେଉଁଟାର ଆମେ ଅଭ୍ୟାସ କରିଥାଉ । କିନ୍ତୁ ସେହି ଅଭ୍ୟାସ ଭଲ କି ମନ୍ଦ, ତାହା ଆମକୁ ବିଚାର କରିବାକୁ ହେବ । ଅଭ୍ୟାସ ଦ୍ୱାରା ଅଗ୍ରଗତି ହୁଏ ସତ, କିନ୍ତୁ ଅଗ୍ରଗତି କେଉଁ ଦିଗରେ ହେଉଛି ତାହା ଜାଣିବା ବଡକଥା । ବିନା ଉଦ୍ୟମରେ ଗଛରେ ଫଳ ମଧ୍ୟ ଫଳେ ନାହିଁ । କ୍ଷେତରେ ଧାନ ଫସଲ ଉପୁଜେଇବା ପାଇଁ ଚାଷୀକୁ ବର୍ଷ ସାରା ପରିଶ୍ରମ କରିବାକୁ ପଡେ । ବିନା ପରିଶ୍ରମରେ ଯଦି କିଛି ହେଉଥାନ୍ତା ତାହେଲେ ହୁଏତ ଅଧ୍ୟବସାୟ, ଉଦ୍ୟମ, ଚେଷ୍ଟା ଆଦିିର କିଛି ମୂଲ୍ୟ ରହନ୍ତା ନାହିଁ । ଅଭ୍ୟାସକୁ ଧୀରେ ଧୀରେ ଆୟତ୍ତ କରିବାକୁ ପଡେ ଏବଂ ବିନା ଅଭ୍ୟାସରେ କିଛି ହାସଲ ହୁଏ ନାହିଁ । ନିରନ୍ତର ଭାବେ ଚାଲି ଯାଉ ଯାଉ ଧରି ମଣିଷ ପାଦର କଅଁଳ ଚମଡାରେ ପଥର ମଧ୍ୟ ଘୋରି ହୋଇ ଚିକ୍କଣ ହୋଇଯାଏ । ତେଣୁ ଅଭ୍ୟାସ ହେଉଛି ସବୁଠାରୁ ବଡ କଥା । ଅଭ୍ୟାସ ବଳେ ଶିଶୁ ଥରକୁ ଥର ପଡିଲେ ମଧ୍ୟ ସେ ଚାଲିବା ଶିଖେ । ଅଭ୍ୟାସ ନ କରିଲେ ଶିଶୁ କେବେ ହେଲେ ଚାଲିପାରିବ ନାହିଁ । ଠିକ୍ ସେମିତି ପ୍ରତ୍ୟେକ କ୍ଷେତ୍ରରେ ବାରମ୍ବାର ଉଠିପଡି ଧକ୍କା ଖାଇ ଅଭ୍ୟାସ ହିଁ କରିଲେ ସଫଳତା ମିଳେ । ସଫଳତା ଶୂନ୍ୟରୁ ମିଳେ ନାହିଁ । ସଫଳତା ପାଇବାକୁ ହେଲେ ଅଭ୍ୟାସ ହିଁ ଜରୁରୀ । ଅଭ୍ୟାସକୁ ଛାଡିÿ କେହି କେବେହେଲେ ସଫଳତା ପାଇନାହାନ୍ତି ।
ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।