ରାଷ୍ଟ୍ର ବିକାଶର ପଥ ପ୍ରଦର୍ଶକ ଥିଲେ ବାଜପେୟୀ’
ଢେଙ୍କାନାଳ: ଢେଙ୍କାନାଳ ସହରର ସ୍ଥାନୀୟ ଦକ୍ଷିଣକାଳୀସ୍ଥିତ ବିଜେପି କାର୍ଯ୍ୟାଳୟ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ଓ ସୁଶାସନ ଦିବସ ପାଳନ ହୋଇଯାଇଛି । ଏଥିରେ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ବାଜପେୟୀଙ୍କ ତୈଳଫଟୋ ଚିତ୍ରରେ କାର୍ଯ୍ୟକର୍ତ୍ତାଙ୍କ ସହିତ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମନ୍ତ୍ରୀ ଶ୍ରୀ ପାତ୍ର ବାଜପେୟୀଙ୍କ ଜୀବନୀ ଉପରେ ଆଲୋକପାତ କରି ସେ ଏକଧାରରେ ଜଣେ ରାଷ୍ଟ୍ରନାୟକ, ରାଷ୍ଟ୍ରଭକ୍ତ, ପ୍ରବୀଣ ରାଜନୈତିଜ୍ଞ, ସୁବକ୍ତା, ସୁଚିନ୍ତକ, ଲେଖକ ଓ କବି ଥିଲେ । ଜଣେ ସାଲିସ୍ ବିହୀନ ରାଜନେତା ତଥା ନିଷ୍ପତ୍ତିରେ ଅଟଳ ଭାବେ ସେ ବେଶ୍ ପରିଚିତ ଥିଲେ । ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ନଗରପାଳିକା ଜୟନ୍ତୀ ପାତ୍ର, ଗଁଦିଆ ବ୍ଲକ୍ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ସଦର ବ୍ଲକ୍ ଭାରପ୍ରାପ୍ତ ଅଧ୍ୟକ୍ଷ କାଳନ୍ଦୀ ଚରଣ ବାରିକ୍, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ରଥ, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ପୂର୍ବତନ ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ବରିଷ୍ଠ ନେତା ଶାନ୍ତି ଭୂଷଣ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବାଜପେୟୀଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ପୂର୍ବତନ ଉପସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ସାଧାରଣ ସଂପାଦକ ସୁନିଲ୍ ଶର୍ମା, ଜଲ୍ଲା ଉପସଭାପତି ମାତୃପ୍ରସାଦ ନନ୍ଦ, ଭାରତୀ ସ୍ୱାଇଁ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା, ନଗର ମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ମନ୍ତ୍ରୀଙ୍କ ପୌରାଂଚଳ ପ୍ରତିନିଧି ସନ୍ତୋଷ କୁମାର ରାଉତ, ସାଂସଦଙ୍କ ପୌରାଂଚଳ ପ୍ରତିନିଧି ରୁଦ୍ର ନାରାୟଣ ତ୍ରିପାଠୀ, ମନ୍ତ୍ରୀଙ୍କ ଯୋଗାଣ ବିଭାଗ ପ୍ରତିନିଧି ନିରୋଦ କୁମାର ସାହୁ, ମନ୍ତ୍ରୀଙ୍କ ସଦର ବ୍ଲକ୍ ପ୍ରତିନିଧି ଜ୍ଞାନରଞ୍ଜନ ନାୟକ, ବରିଷ୍ଠ କାର୍ଯ୍ୟକର୍ତ୍ତା ବିକାଶ ସାହୁ, ପଦ୍ମଭୂଷଣ ସାହୁ, ଦୀପକ ପଟ୍ଟନାୟକ, ସୋନାଲି ସାହୁ, ସମରେନ୍ଦ୍ର ପଟ୍ଟନାୟକ, ଜିତେନ୍ଦ୍ର ପଟ୍ଟନାୟକ, ବାଦଲ ବେହେରା, ସୁଚିତ୍ର ବେହେରା, ଶିଶିର ଦଳେଇ, ବିଭୁତି ଷଣ୍ଢଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ଓ ମହିଳା ଉପସ୍ଥିତ ଥିଲେ । ଏହି ଅବସରରେ ଢେଙ୍କାନାଳ ନଗରର ଶତାଧିକ ଅସହାୟ ଲୋକଙ୍କୁ କମ୍ବଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।
ବାଲେଶ୍ୱର: ଭାରତୀୟ ଜନତା ପାର୍ଟି ବାଲେଶ୍ୱର ସଦର ଶାଖା ପକ୍ଷରୁ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରନô ଅଟଳ ବିହାରୀ ବାଜପେୟୀଙ୍କ ଶତବାର୍ଷିକ ଜୟନ୍ତୀ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ପୁଷ୍ପ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ସଦର ବିଧାୟକ ମାନସ କୁମାର ଦତ୍ତ ଏଥିରେ ଯୋଗ ଦେଇ ସ୍ୱର୍ଗତଃ ଅଟଳ ବିହାରୀ ବାଜପେୟୀ ସୁଶାସନର ପ୍ରଣେତା ଓ ଆର୍ଥôକ ବିକାଶର ପଥ ପ୍ରଦର୍ଶକ ଥିଲେ ବୋଲି କହିଥିଲେ । ସେ ଥିଲେ ଭାରତବର୍ଷର ବିକାଶ ପୁରୁଷ । ତାଙ୍କ ଦ୍ୱାରା ନିର୍ମିତ ସ୍ୱର୍ଣ୍ଣ ଚତୁର୍ଭୁଜ ରାଜପଥ ପ୍ରକଳ୍ପ ଦେଶର ସର୍ବବୃହତ ତଥା ବିଶ୍ୱର ପଂଚମ ବୃହତ ପ୍ରକଳ୍ପ ଭାବେ ମାନ୍ୟତା ପାଇଛି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପରିକଳ୍ପନାର ସେ ଥିଲେ ସୁତ୍ରଧର । ଦିଲ୍ଲୀ ପରେ ଦେଶର ପ୍ରଥମ ଏମ୍ସ ଓଡିଶାରେ ପ୍ରତିଷ୍ଠା ପାଇଁ ନିଷ୍ପତି ଓଡିଶା ପ୍ରତି ତାଙ୍କ ଭଲ ପାଇବାର ପ୍ରମାଣ ବୋଲି ଶ୍ରୀ ଦତ୍ତ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ଗୌରାଙ୍ଗ ଦାସ, ଚିତ୍ତରଞ୍ଜନ ପଣ୍ଡା, ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ଲୋକନାଥ ଭୂୟାଁ, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, କାର୍ତ୍ତିକ ରାଉତ, ସିପ୍ରା ମହାପାତ୍ର, କାଉନସିଲର ସସ୍ମିତା ନାଥ ପ୍ରମୁଖଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ବାଙ୍କୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରନô ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ୧୦୦ତମ ଜନ୍ମ ଦିବସ ବାଙ୍କୀ ଏନ୍ଏସି ଅନ୍ତର୍ଗତ ଚକାପଦା ଆଦର୍ଶ ଯୁବପରିଷଦ ଆନୁକୂଲ୍ୟରେ ଯୁବବନ୍ଧୁ ଭବନ ଠାରେ ପାଳିତ ହୋଇଯାଇଛି । ପରିଷଦର ଆବାହକ ଅକ୍ଷୟ କୁମାର ସାମଲ ସଭାପତିତ୍ୱ କରିବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ବାଜପେୟୀଙ୍କ ଫଟୋଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ସ୍ୱର୍ଗତ ବାଜପେୟୀଙ୍କ ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହିତ ତାଙ୍କ ଦ୍ୱାରା ହୋଇଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଆମ ପରିବାର ଚକ୍ରର ପ୍ରତିଷ୍ଠାତା କୁମାର ଅମୀୟ ଯୋଗଦାନ କରି ସ୍ୱର୍ଗତ ବାଜପେୟୀଙ୍କ ଗୁଣଗାନ କରିଥିଲେ । ସମ୍ମାନିତ ଅତିଥି ଭାବେ ପଣ୍ଡିତ ମନୋଜ କୁମାର ରାଉତ, କବି ଲଲାଟେନ୍ଦୁ ପଣ୍ଡା, ବିନୋଦିନୀ ସାହୁ, ବିବେକାନନ୍ଦ ମନ୍ତ୍ରୀ, ବାଦଲ ଦାସ, ଅର୍ପିତ ସାମଲ, ଚନ୍ଦନ କୁମାର ପ୍ରଧାନ ଓ ଆଦ୍ୟାଶା ରାଉତ ପ୍ରମୁଖ ଯୋଗଦାନ କରି ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ କବି ଶଶିଭୂଷଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
ନିଆଳି : ନିଆଳି ବଜାରରେ ଥିବା ବିଜେପି କାର୍ଯ୍ୟାଳୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରନô ଅଟଳ ବିହାରୀ ବାଜପେୟୀଙ୍କ ଶହେ ତମ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନିଆଳି ମଣ୍ଡଳ ଉପସଭାପତି ତ୍ରିଲୋଚନ ବେହେରା, ସମ୍ପାଦକ ବିଶ୍ୱଜିତ ବାରିକ, ବିଜେପି ନେତା ସନ୍ତୋଷ ବିଶ୍ୱାଳ, ଭରତ ମଲିକ, ଚାଇନା ସିଂ, ଦିଲୀପ ଜେନା, ବାଦଲ ସେନାପତି, ଅନୁ ଖାଁ, ମନୁ ଶଡ଼ଙ୍ଗୀ, ଅମୀୟ ନାୟକ, ଦୁର୍ଯେ୍ୟାଧନ ଭୋଇ, ସନାତନ ଭୋଇ, ରାମ ଦାସଙ୍କ ସମେତ ନିଆଳି ଅଞ୍ଚଳର ଅନ୍ୟାନ୍ୟ ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ହୋଇ ପୁଣ୍ୟ ଆତ୍ମାଙ୍କୁ ଫଟୋଚିତ୍ରରେ ପୁଷ୍ପ ମାଲ୍ୟ ଓ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ସାଲେପୁର: ଅଟଳ ସେନାର ୨୫ତମ ପ୍ରତିଷ୍ଠା ଦିବସ ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଶତବାର୍ଷିକ ଉତ୍ସବ ସାଲେପୁର ମଧୁମଣ୍ଡପ ଠାରେ ପାଳିତ ହୋଇଯାଇଛି । ଅଟଳ ସେନାର ରାଜ୍ୟ ସଭାପତି ଦିବାକର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି କୁମରବର ଦାଶ ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଅଟଳ ସେନାର ମୁଖ୍ୟ ଉପଦେଷ୍ଟା ଇଂ.ଚୌଧୁରୀ ପ୍ରଭାତ କେଶରୀ ମିଶ୍ର, ସମ୍ମାନିତ ଅତିଥି ଭାବେ ବିଜେପି ନେତା ତଥା ଟାଙ୍ଗି ସାଲେପୁର ଲୋକସେବା ଫାଉଣ୍ଡେସନ୍ର ଅଧ୍ୟକ୍ଷ ହିମାଂଶୁ ମହାନ୍ତି, ବୁଦ୍ଧିଜୀବୀ ସଂଘର ରାଜ୍ୟ ସଭାପତି ଡଃ ଉମେଶ ଚନ୍ଦ୍ର ପତି, ସେନାର ଉପଦେଷ୍ଟା ଡଃ ପୂର୍ଣ୍ଣଚନ୍ଦ୍ର ଓଝା ପ୍ରମୁଖ ଯୋଗ ଦେଇ ଅଟଳ ସେନା ଗଠନର ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସେହିପରି ସମାଜରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ମାନଗୋବିନ୍ଦ ସ୍ୱାଇଁଙ୍କୁ ଅଟଳ ବୀର ସମ୍ମାନରେ ସମ୍ମାନିତ କରାଯାଇଥିବାବେଳେ କୁସମ୍ବୀ ଗ୍ରାମର କୃଷକ ଶରତ କୁମାର ନନ୍ଦଙ୍କୁ ଅଟଳ କୃଷି ସମ୍ମାନ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅକ୍ଷୟ କୁମାର ଦାଶଙ୍କ ଦ୍ୱାରା ଲିଖିତ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ପୁସ୍ତକ ଉନ୍ମୋଚନ ହୋଇଥିଲା । ଝରି ସୁନ୍ଦର ମଲ୍ଲିକଙ୍କ ସଂଯୋଜନା କରିଥିବାବେଳେ ଏହି କାର୍ଯ୍ୟକ୍ରମକୁ ଅଟଳ ସେନାର ରାଜ୍ୟ ସଂପାଦକ ରବିନ୍ଦ୍ର କୁମାର ବେହେରା, ଉପଦେଷ୍ଟା ଲକ୍ଷ୍ମୀନାରାୟଣ ନାୟକ, ଡଃ ବିବେକାନନ୍ଦ ସିଂ ତାପସ ରଂଜନ ତ୍ରିପାଠୀ, ପ୍ରଦୁ୍ୟମ୍ନ କୁମାର ବେହେରା, ଚିତ୍ତରଂଜନ ପଣ୍ଡା, ସୁଜିତ ଷଡ଼ଙ୍ଗୀ, ହରେକୃଷ୍ଣ ସାମଲ, ତପନ କୁମାର ଭୂୟାଁ, ଅଭୟ କୁମାର ସୂତାର, ମହିଳା ସଂଘର ସଭାନେତ୍ରୀ ଦିପ୍ତିମୟୀ ରାଉତ, ସ୍ନେହଲତା ସିଂହ, ବିଜୟିନୀ ନାୟକ, ବିନତୀ ପ୍ରଧାନ, ରେଣୁବାଳା ରାଉତ, ମଂଜୁଲତା ପାଣିଗ୍ରାହୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।