‘ନାରୀଙ୍କୁ ପ୍ରଶ୍ନ ନୁହେଁ ସୁରକ୍ଷା ଆବଶ୍ୟକ’
ଯାଜପୁର : ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୟ ମହାକାଳ ଫାଉଣ୍ଡେସନ ପରିବାର ତରଫରୁ ବାଲେଶ୍ୱର ଏଫ୍ଏମ୍ କଲେଜ ଓ ପୁରୀରେ ଘଟିଥିବା ଆତ୍ମଦାହ ଓ ହତ୍ୟା ଉଦ୍ୟମର ନିନ୍ଦା କରିବା ସହ ମୃତା ସୌମ୍ୟାଶ୍ରିଙ୍କ ଆତ୍ମାର ସଦ୍ଗତି କାମନା କରାଯାଇଛି । ଯାଜପୁର ଜିଲ୍ଲା କୋରାଇ ବ୍ଲକ ବନ୍ଦାଳୋ ଗ୍ରାମପଞ୍ଚାୟ ଅନ୍ତର୍ଗତ ମଠ ସାହି ସ୍ଥିତ କମୁ୍ୟନିଟ୍ ସେଣ୍ଟର ପ୍ରାଙ୍ଗଣରେ ଶୋକ ପ୍ରାର୍ଥନା ଓ ମହମବତି ପ୍ରଜ୍ଜ୍ୱଳନ କରାଯାଇଛି । "ନାରୀ ସୁରକ୍ଷା’ ଓ "ଆତ୍ମହତ୍ୟା ରୋକିବା ଓ ମନର କଥା ଖୋଲି କହିବା' ଆଦି ବିଷୟରେ ଏକ ଆଲୋଚନାଚକ୍ର ଅନଷ୍ଠିତ ହୋଇଛି । ନାରୀଙ୍କୁ ସୁରକ୍ଷା ଦେବା, ନାରୀ ଓ ପୁରୁଷଙ୍କୁ ଉଚିତ ଶିକ୍ଷା ଓ ସଂସ୍କାର ଆଦି ପରିବାରରୁରୁ ହିଁ ଶିଖିବାକୁ ମିଳେ । ଆମ ସମାଜରେ କାହିଁକି କେବଳ ଝିଅଟିକୁ ପ୍ରଶ୍ନ କରାଯାଏ ଏମିତି ଅନେକ କଥା ଆଲୋଚନା ହୋଇଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିବା ସହ ଏପରି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଫାଉଣ୍ଡେସନ ସଭାପତି ମନୋଜ ଦାସ, କୋଷାଧ୍ୟକ୍ଷ ପ୍ରତାପ କେଶରୀ ମହାପାତ୍ର ଏବଂ ସଦସ୍ୟ କୈଳାସ ସେନାପତି, ଅଭିଷେକ ସାହୁ, ପୂଜାରାଣୀ ବେହେରା, ତନୁଶ୍ରୀ ସାହୁ, ପ୍ରାର୍ଥନା ଦାସ, ପୂଜାରାଣୀ ସାହୁ ଆଦି ଯୋଗ ଦେଇଥିଲେ ।