ଅସହାୟ ପରିବାରକୁ ସହାୟତା 

 ରାଜନଗର:  ରାଜନଗର ବ୍ଲକ ବନ୍ଧପଡା ପଚାଂୟତ ମଧ୍ୟପଡା ଗ୍ରାମର ଦିବ୍ୟାଙ୍ଗ ନରହରି ରାଉତ(୫୮)ଙ୍କୁ ସହାୟତାର ହାତ ବଢାଇଛି ଓଡିଶା ସାଇନ୍ ଫାଉଣ୍ଡେସନ । ଦିବ୍ୟାଙ୍ଗ ନରହରିଙ୍କୁ ଷଣ୍ଢ ଆକ୍ରମଣ କରି ଛାତି ଓ ପେଟରେ ଗଭୀତ କ୍ଷତ ସୃଷ୍ଟି କରିଥିଲା । ସେ କଟକ ବଡମେଡିକାଲରେ ଚିକିତ୍ସିତ ହେବା ପରେ ସେ ଘର ବିଛଣାରେ ପଡି ରହିଛନ୍ତି । ଏବଂ ଭତ୍ତା ଉପରେ ନିର୍ଭର କରି ଚଳନ୍ତି । ଏହି ଖବର ପାଇବା ପରେ ଓଡିଶା ସାଇନ ଫାଉଣ୍ଡେସନ ତାଙ୍କୁ ୫ହଜାର ଟଙ୍କା ସହାୟତା ପ୍ରଦାନ କରିଛି । ଅନୁଷ୍ଠାନର ନିହାର ରଂଜନ ବିଶ୍ୱାଳ, ଶୁଶାନ୍ତକୁମାର ସାହୁ, ବସୁଦେବ ମଲ୍ଲିକ, ପ୍ରତାପ ନାୟକ ପ୍ରମୁଖ ସଦସ୍ୟ ପହଞ୍ଚô ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିଥିଲେ ।