କଳାପଥର ବୋଝେଇ ହାଇୱା ଜବତ
କବାଟବନ୍ଧ: କଟକ ବନଖଣ୍ଡ ବୈରୀ ଡାଳିଯୋଡ଼ା ଫରେଷ୍ଟ ରେଞ୍ଜ ଅଧିନ ଗଡ଼ମଧୁପୁର ଫରେଷ୍ଟ ସେକ୍ସନ ଏକ ବେଆଇନ କଳାପଥର ବୋଝେଇ ହାଇୱା ଓଡି୦୨ସିଟି-୩୬୬୨ବନବିଭାଗ ଜବତ କରିଛି । ପ୍ରାପ୍ତ ସୂଚନା ଅନୁଯାୟୀ ବାଘୁଆ ବେଆଇନ ଖାଦାନରୁ କଳାପଥର ବୋଝେଇ କରି ନେଉଥିବା ସମୟରେ ବାଘୁଆ ଛକ ନିକଟରେ ବନବିଭାଗ ନଜରରେ ପଡିଥିଲା । ଗାଡି ଅଟକାଇ କାଗଜପତ୍ର ଯାଞ୍ଚ କରିବା ସମୟରେ ଗାଡି ଛାଡି ଡ୍ରାଇଭ ଫେରାର ହୋଇଯାଇଥିଲେ । ହାଇୱାକୁ ବେଆଇନ ଦର୍ଶାଇ ଜବତ କରିଛି ବନବିଭାଗ । ଏହିବେଆଇନ ଚଢ଼ାଉରେ ବୈରୀ ରେଞ୍ଜର ହିମାଂଶୁ ପୁଷ୍ଟିଙ୍କ ନିଦେ୍ର୍ଦଶ କ୍ରମେ ଗଡ଼ମଧୁପୁର ବନପାଳ ମହମ୍ମଦ ସାକୀର ହୁସେନ, ଗାର୍ଡ ରାକେଶ ମହାନ୍ତି, ସମ୍ବିତ ରାଉତ, ପିଣ୍ଟୁ ମହାରଣା, ସିପ୍ରା ମହାରଣା, ବନଲତା ସାମନ୍ତରାୟ,ଏସ କେ ଜାଭିର ପ୍ରମୁଖ ଚଢ଼ାଉ ରେ ସାମିଲ ଥିଲେ । ଜବତ ହାଇୱାକୁ ଚଣ୍ଡିଖୋଲ ବିଭାଗୀୟ କାର୍ଯ୍ୟାଳୟରେ ରଖାଯାଇଛି ।