ଅଭାବେ ସ୍ୱଭାବ ନଷ୍ଟ
ଆଜ୍ଞା ନମସ୍କାର,
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଅଭାବ ପଡ଼ିଲେ ମଣିଷର ସ୍ୱଭାବ କେମିତି ନଷ୍ଟ ହୋଇଯାଏ ସେ ନେଇ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ମଣିଷର ଜୀବନ ସବୁବେଳେ ସମାନ ଯାଏ ନାହିଁ । ଧନ ଅର୍ଜନକୁ ନେଇ ମଣିଷର ସୁଖ, ଦୁଃଖ କିମ୍ବା ସାମାଜିକ ମର୍ଯ୍ୟାଦା ଅନେକ ପରିମାଣରେ ନିର୍ଭର କରେ । ବ୍ୟକ୍ତି ଦରିଦ୍ର ହୋଇଗଲେ ଲୋକେ ତାକୁ ନାଁ ଧରି ଡ଼ାକନ୍ତି । ଲୋକେ ଧନୀ ହୋଇଗଲେ ଲୋକେ ତାକୁ ସାହେବ, ସାର୍ ଆଦି କହନ୍ତି । ସବୁକିଛି ହେଉଛି ପରିସ୍ଥିତିର ଖେଳ ଏବେଂ ଆର୍ଥôକ ଅବସ୍ଥାର ଖେଳ । ମଣିଷ ଯେତେବେଳେ ଦରିଦ୍ର ହୋଇଯାଏ, ରୋଜଗାରର ଉତ୍ସ ବନ୍ଦ ହୋଇଯାଏ ସେତେବେଳେ ସେ ଯେ କୌଣସି ଅପରାଧ କରିବାକୁ ପ୍ରସ୍ତୁତ ହୁଏ । ଯେକୌଣସି ପ୍ରକାରର ଖାଦ୍ୟ ଖାଇବାକୁ ପ୍ରସ୍ତୁତ ହୋଇଯାଏ । ଖାଦ୍ୟ ଖାଇବା କ୍ଷେତ୍ରରେ, ପିନ୍ଧିବା କ୍ଷେତ୍ରରେ ତାର ଆଉ କିିଛି ପସନ୍ଦ ବୋଲି ରହେ ନାହିଁ । ନୂଆ, ପୁରୁଣା କିଛି ଆଉ ପ୍ରଭେଦ ସେ ଦେଖେ ନାହିଁ । ଆର୍ଥôକ ଅବସ୍ଥା ହିଁ ସ୍ୱଭାବକୁ ନଷ୍ଟ କରି ଦିଏ । ସଚ୍ଚୋଟ ଭାବରେ ଚଳିବାକୁ ଚାହୁଁଥିଲେ ମଧ୍ୟ ଆର୍ଥôକ ସ୍ଥିତି ସେତିକି କରେଇ ଦିଏ ନାହିଁ ।
ଅଭାବରୁ ସ୍ୱଭାବ ନଷ୍ଟ ହେଉଛି-ଏକ ପ୍ରମାଣିତ ସତ୍ୟ । ସ୍ୱଚ୍ଛଳ ବ୍ୟକ୍ତି କେବେ ଭିକ ମାଗନ୍ତି ନାହିଁ । ଆର୍ଥôକ ସ୍ଥିତି ମଣିଷର ମାନ ମର୍ଯ୍ୟାଦାକୁ ମଧ୍ୟ ନଷ୍ଟ କରି ଦିଏ । ଖାଇବାକୁ ପାଉନଥିବା ବ୍ୟକ୍ତି ଅନ୍ୟ କାହାର ଅଇଁଠା ଖାଇବାକୁ କୁଣ୍ଠାବୋଧ କରିବ ନାହିଁ । ଭୋକରେ ପେଟ ଜଳୁଥିବା ବେଳେ ବାସି ଖାଦ୍ୟ ମଧ୍ୟ ମଣିଷ ଖାଇବ । ସେତେବେଳେ ତାର ଆଉ ଖାଦ୍ୟରେ ବାଛବିଚାର ବୋଲି କିଛି ରହିବ ନାହିଁ । ଏହାର ମୂଳ କାରଣ ହେଲା ଅଭାବ ଏବଂ ଏକ ବିପର୍ଯ୍ୟୟ ଆର୍ଥôକ ସ୍ଥିତି । ଏହା ହିଁ ସ୍ୱଭାବକୁ ନଷ୍ଟ କରି ଦିଏ । ଆର୍ଥôକ ସ୍ଥିତି ଖରାପ ହୋଇଗଲେ ଯେତେ ଭଲ ହେବାକୁ ଚେଷ୍ଟା କରିଲେ ମଧ୍ୟ ଜଣେ ଭଲ ହୋଇପାରିବ ନାହିଁ, ନିଜର ମାନସମ୍ମାନକୁ ମଧ୍ୟ ଜଗି ପାରିବ ନାହିଁ । ସ୍ୱଭାବ ନଷ୍ଟ ଏବଂ ଆର୍ଥôକ ସ୍ଥିତି-ଏ ଦୁଇଟି ପରସ୍ପର ସହ ଜଡ଼ିତ ହୋଇ ରହିଛନ୍ତି । ଆର୍ଥôକ ସ୍ଥିତି ଖରାପ ହେଲେ ସ୍ୱଭାବ ନଷ୍ଟ ହେଲେ । ସ୍ୱଭାବ ନଷ୍ଟ ହେଲେ ମଧ୍ୟ ଆର୍ଥôକ ସ୍ଥିତି ବି ଖରାପ ହୋଇଯାଏ । ଏହା କିନ୍ତୁ ସବୁ ସ୍ଥିତିରେ ନୁହେଁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ନମସ୍କାର ।