ଅର୍ଥାଭାବରୁ ହୋଇପାରୁନି ଅସ୍ତ୍ରୋପଚାର; ମିଳୁନି ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ ମୁଖ୍ୟ ଶାସନ ସଚିବଙ୍କ ନିରବତା ନେଇ ଅସନ୍ତୋଷ


ାା ପ୍ରଭାନୁ୍ୟଜ ।ା ଯାଜପୁର: ବ୍ୟବସ୍ଥା ଏଠି ବନ୍ଧାପଡିଛି । ମାନବିକତା ମରିଯାଇଛି । ଯେଉଁଥିପାଇଁ ମୁଣ୍ଡରେ ବଜ୍ରପାତ ହୋଇଥିବା ଗରୀବ ଦଳିତ ଛାତ୍ର ଗୋଟିଏ ବର୍ଷ ହେବ ମରଣ ସହ ଯୁଝୁଛି । ଅର୍ଥାଭାବରୁ ମୁଣ୍ଡରେ ଗୁରୁତର ଅସ୍ତ୍ରୋପଚାର ହୋଇ ପାରୁ ନଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଛି । ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ଗୁରୁତର ଅସ୍ତ୍ରୋପଚାର ପାଇଁ ଆର୍ଥୀକ ସହାୟତା ପାଇଁ ଯାଜପୁର ଜିଲାପାଳ ସାଧାରଣ ପ୍ରଶାସନ ବିଭାଗକୁ ସୁପାରିଶ କରିଛନ୍ତି । ଏହାପରେ ବି ମିଳି ପାରୁନାହିଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ । ମୁଖ୍ୟ ଶାସନ ସଚିବଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ ପରେ ବି କୌଣସି ସୁଫଳ ମଳିନାହିଁ । ଯାଜପୁର ଜିଲା ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନହୁଡା ଗ୍ରାମର ବଟକୃଷ୍ଣ ତରାଇଙ୍କ ପୁଅ ମନୋଜ ବଜ୍ରପାତରେ ଗୁରୁତର ଆହତ ହେବା ପରେ ଅଶ୍ୱନୀ ମେଡିକାଲରେ ଚିକିସôିତ ହେଉଛନ୍ତି । ତାଙ୍କ ପାଇଁ ଆବଶ୍ୟକ ହେଉଥିବା ଚିକିସôା ପାଇଁ ସ୍ୱାସ୍ଥ୍ୟକାର୍ଡରେ ଆବଶ୍ୟକ ଟଙ୍କାନାହିଁ ।  ମେଡିକାଲରେ ତାଙ୍କୁ ଆଉ ଆବଶ୍ୟକ ଚିକିସôା କରାଯାଉ ନାହିଁ । ମନୋଜଙ୍କ ପରିବାର ନିହାତି ଗରୀବ ଏବଂ ତାଙ୍କର ବାପା ବଟକୃଷ୍ଣ ଦିନ ମଜୁରିଆ । ଏଥିନେଇ ଯୁବନେତା ସତୀଶ ବିଶ୍ୱାଳ ଗତ ଅକ୍ଟୋବର ୨୨ ତାରିଖ ଏବଂ ଜନୁୟାରୀ ୧୭ ତାରିଖରେ ସମସ୍ତ ପ୍ରକାର ପ୍ରମାଣପତ୍ର ସହ ଦୁଇଥର ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ, ଜିଲାପାଳ ଯାଜପୁରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସତୀଶଙ୍କ ପତ୍ର ଆଧାରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିସôା ଅଧିକାରୀ ପତ୍ର ନଂବର-୮୧୮୮ ତା୯ା୧୧ା୨୩ ପ୍ରଦାନ କରି ଘଟଣାର ଗୁରୁତ୍ତ୍ୱ ଦର୍ଶାଇଥିଲେ । ଏହାପରେ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ (ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ)କୁ ଯାଜପୁର ଜିଲାପାଳ ପତ୍ର ନଂ-୩୦୬୩ ତା୧୧ା୩ା୨୪ ପ୍ରଦାନ କରି ମନୋଜଙ୍କୁ ତୁରନ୍ତ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ସହାୟତା ପ୍ରଦାନ ପାଇଁ ସୁପାରିଶ କଲେ । ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସାଧାରଣ ପ୍ରଶାସନ ବିଭାଗର ନୀବବତା ଯେତିକି ଆଶ୍ଚର୍ଯ୍ୟ ଜନକ ତତୋଧିକ ଉଦବେଗ ଜନକ । ପ୍ରଶାସନର ଏହା ସମ୍ବେଦନହୀନତା ଏବଂ ନିଷ୍ଠୁରତାର ପରିଚୟ ବୋଲି ଦର୍ଶାଇ ସତୀଶ ପୁନଶ୍ଚ ଗତ୧୨ଜୁଲାଇରେ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଛନ୍ତି । ଏଥିନେଇ ସତୀଶ ଗତକାଲି ମୁଖ୍ୟ ଶାସନ ସଚିବଙ୍କ ବ୍ୟକ୍ତିଗତ ସଚିବଙ୍କ ସହ ଆଲୋଚନା ପରେ ସେ କହିଛନ୍ତି ଯେ, ଏସଂକ୍ରାନ୍ତରେ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ପାଇଁ ସ୍ୱତନ୍ତ୍ର ରିଲିଫ କମିଶନ, ଯାଜପୁର ଜିଲାପାଳଙ୍କୁ ପତ୍ର ପ୍ରଦାନ କରାଯାଇଛି । ତେବେ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ବ୍ୟକ୍ତିଗତ ସଚିବ ଏହି ପତ୍ର ପାଇ ନଥିବାର କହିଛନ୍ତି । ବଜ୍ରପାତ ଭଳି ଘଟଣାରେ ବାରମ୍ବାର ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ ପରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ସହାୟତା ପ୍ରଦାନ ପାଇଁ ମାର୍ଚ୍ଚ ମାସରୁ ଯାଜପୁର ଜିଲାପାଳଙ୍କ ସୁପାରିଶ ପରେ ଘଟଣାକୁ ସାଧାରଣ ପ୍ରଶାସନ ବିଭାଗ ମାଡି ବସିଛି । ସାଧାରଣ ପ୍ରଶାସନ ବିଭାଗର ମୁଖିଆ ଖୋଦ ମୁଖ୍ୟ ଶାସନ ସଚିବ ହୋଇଥିବା ବେଳେ ଏଥିନେଇ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ ପରେ ବି ଯନ୍ତ୍ରଣାରେ ଛଟପଟ ହେଉଥିବା ଗରୀବ ଦଳିତ ଯୁବକଙ୍କ ଜୀବନ ସହ ଖେଳୁଥିବା ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ସରକାର ବଦଳିବା ପରେ ମୁଖ୍ୟ ଶାସନ ସଚିବ ବି ବଦଳିଲେ । ହେଲେ ସାଧାରଣ ଲୋକେ ନ୍ୟାୟ ପାଇପାରୁ ନାହାନ୍ତି ବୋଲି ସତୀଶ ନିଜ ପତ୍ରରେ ଉଦବେଗ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉ କି, ବଜ୍ରପାତରେ ସଙ୍କଟ ଜନକ ଅବସ୍ଥାରେ ଥିବା ଏହି ଗରୀବ ଦଳିତ ଯୁବକଙ୍କ ମୁଣ୍ଡରେ ଏକ ଗୁରୁତର ଅସ୍ତ୍ରୋପଚାର ପାଇଁ ଆଉ ୩ ଲକ୍ଷ ଟଙ୍କା ଆବଶ୍ୟକ ।